Advertisment

Revenue Services App: ଇ-ରେଜିଷ୍ଟ୍ରେସନ ଆପ୍‌ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ଗୋଟିଏ କ୍ଲିକ୍‌ରେ ମିଳିବ ସବୁ ସେବା

ହାତ ପାହାନ୍ତାରେ ମିଳିବ ସମସ୍ତ ରାଜସ୍ୱ ସେବା । ଆସିଲା ଇ-ରେଜିଷ୍ଟ୍ରେସନ୍ ଆପ୍ । ଇ-ରେଜିଷ୍ଟ୍ରେସନ ଆପ୍‌କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ସୁବିଧା ପାଇପାରିବେ ଉପଭୋକ୍ତା ।

ଅଦ୍ୟତନ ହୋଇଛି
New App Launched

New App Launched

Advertisment

ଏଣିକି ଆଉ ବାରମ୍ବାର ଦୌଡ଼ିବାକୁ ପଡିବନି ସରକାରୀ ଅଫିସ୍ । କାରଣ ମୋବାଇଲ ଆପରେ ସମସ୍ତ ରାଜସ୍ୱ ସେବା । ଏନେଇ ରାଜସ୍ୱ ସେବା ପାଇଁ ନୂଆ ଆପ୍‌ ଆଣିଲେ ସରକାର । ଆଜି ଲଞ୍ଚ୍‌ ହୋଇଛି ଇ-ରେଜିଷ୍ଟ୍ରେସନ୍ ଆପ୍ । ଘରେ ବସି ଲୋକେ ପାଇବେ ସମସ୍ତ ରାଜସ୍ୱ ସଂକ୍ରାନ୍ତ ସୁବିଧା । ଇ-ରେଜିଷ୍ଟ୍ରେସନ ଆପ୍‌କୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆପ୍ ଦ୍ୱାରା କୌଣସି ସେବା କେନ୍ଦ୍ରକୁ ନ ଯାଇ ଘରେ ବସି ବିଭିନ୍ନ ସମସ୍ୟାର ସମାଧାନ କରିହେବ । ଛୋଟ ଛୋଟ କାମ ପାଇଁ ରାଜସ୍ୱ କାର୍ଯ୍ୟାଳୟକୁ ଲୋକଙ୍କୁ ଆଉ ଦୌଡ଼ିବାକୁ ପଡ଼ିବନି ।

Advertisment

ବିଭିନ୍ନ କାଗଜପତ୍ର ଅନଲାଇନରେ ଡାଉନଲୋଡ୍ କରିପାରିବେ । ସେହିଭଳି ଜମିଜମା ପଞ୍ଜୀକରଣ ପାଇଁ ଅନଲାଇନ୍ ସ୍ଲଟ୍ ବୁକିଂ, ସ୍ଲଟ୍ ସ୍ଥିତି ଜାଣିବା, ପ୍ରମାଣୀକୃତ ନକଲ ପାଇଁ ଆବେଦନ, ନିଜର ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟ ଜାଣିବା, ଜମିର ସରକାରୀ ନିର୍ଦ୍ଧାରିତ ମୂଲ୍ୟ ଜାଣିବା ସହ ପରିଦର୍ଶକ ମୂଳକ ପଞ୍ଜୀକରଣ ନିମନ୍ତେ ମଧ୍ୟ ମୋବାଇଲ ଆପରେ ଆବେଦନ କରିପାରିବେ । ସେବା ସମ୍ବନ୍ଧିତ ମତାମତ ପ୍ରଦାନ କରିବାକୁ ମଧ୍ୟ ସୁଯୋଗ ମିଳିବ । ପୂର୍ବରୁ ରାଜସ୍ୱ ସେବା ପାଇଁ ବାରମ୍ବାର ତହସିଲ ଅଫିସ ଦୌଡ଼ିବାକୁ ପଡୁଥିଲା । ସରକାରୀ ବାବୁଙ୍କ ମନମାନି ପାଇଁ ହନ୍ତସନ୍ତ ହେଉଥିଲେ ସାଧାରଣ ଲୋକେ । ଏବେ ସେସବୁରୁ ମୁକ୍ତି ମିଳିବ । ସୁବିଧାରେ ଲୋକେ ସେବା ପାଇପାରିବେ ।

ଅଧିକ ପଢନ୍ତୁ: ରାଜସ୍ୱ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ, 'ଲୋକଙ୍କ ଅଭିଯୋଗ ଧୈର୍ଯ୍ୟର ସହ ଶୁଣନ୍ତୁ'

Advertisment
Suresh Pujari Revenue Dept Revenue Sectors
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ