Advertisment

ଅଡ଼ୁଆରେ ନିଲମ୍ବିତ IPS ଅଧିକାରୀ ରାଜେଶ ପଣ୍ଡିତ; ଚାର୍ଜଫ୍ରେମ୍ କଲା ଗୃହ ବିଭାଗ

ନିଲମ୍ବିତ IPS ଅଧିକାରୀ ରାଜେଶ ପଣ୍ଡିତଙ୍କ ପାଇଁ ବଢ଼ିଲା ଅଡୁଆ। ରାଜେଶ ପଣ୍ଡିତଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲା ଗୃହ ବିଭାଗ ।

ଅଦ୍ୟତନ ହୋଇଛି
undefined

IPS Rajesh Pandit

Advertisment

ନିଲମ୍ବିତ IPS ଅଧିକାରୀ ରାଜେଶ ପଣ୍ଡିତଙ୍କ ପାଇଁ ବଢ଼ିଲା ଅଡୁଆ। ରାଜେଶ ପଣ୍ଡିତଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲା ଗୃହ ବିଭାଗ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର ଜବାବ ଦେବାକୁ ମିଳିଲା ଏକ ମାସ ମହଲତ । ଧାର୍ଯ୍ୟ ସମୟରେ ଜବାବ ନ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି।

Advertisment

ଅଧିକ ପଢ଼ନ୍ତୁ: ବଢ଼ିଲା କୁଟ୍ଟେ ଓ ଆଶିଷ ସିଂଙ୍କ ଅଡ଼ୁଆ, ଉଭୟଙ୍କ ପ୍ରତି ହୋଇପାରେ କାର୍ଯ୍ୟାନୁଷ୍ଠାନ

କେବଳ ସେତିକି ନୁହେଁ ତଦନ୍ତ କମିଟି ପାଖରେ ବ୍ୟକ୍ତିଗତ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ଗୃହ ବିଭାଗ। ଯଦି ସେ ହାଜର ନହୁଅନ୍ତି ତେବେ ଅନୁପସ୍ଥିତ ଦର୍ଶାଇ ତଦନ୍ତ କମିଟି ଏକପାଖିଆ ନିଷ୍ପତ୍ତି ନେଇପାରିବ ବୋଲି ଜାରି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।ଗତ ଜୁଲାଇ ୨୭ ତାରିଖରେ ଆଇପିଏଏସ୍ ପଣ୍ଡିତ୍ କ୍ରାଇମବ୍ରାଞ୍ଚର ଏକ ଶାଖାରେ କାର୍ଯ୍ୟରତ ମହିଳା ଇନ୍ସପେକ୍ଟରଙ୍କ ଘରକୁ ଯାଇଥିଲେ। ସେଠାରେ ଭଙ୍ଗାରୁଜା କରିବା ସହ ତାଙ୍କ ସ୍ୱାମୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଥିଲା।

Advertisment

ମହିଳା ପୋଲିସ ଅଧିକାରିଣୀଙ୍କ ଘରେ ପଶି ନିଜ ପଦର ଅପବ୍ୟବହାର ସହ ତାଙ୍କ ପରିବାର ସଦସ୍ୟଙ୍କ ପ୍ରତି ଅଶୋଭନୀୟ ଆଚରଣ କରିଥିବା ନେଇ ତାଙ୍କୁ ନିଲମ୍ବିତ ବି କରାଯାଇଛି। ତେଣୁ ତଥ୍ୟ ପ୍ରମାଣ ସହ ନିଜର ପକ୍ଷ ରଖିବାକୁ ରାଜେଶ ପଣ୍ଡିତଙ୍କୁ ୩୦ ଦିନ ମହଲତ ଦିଆଯାଇଛି। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ ପ୍ରମାଣ ନେଇ କୌଣସି ସନ୍ତୋଷ ଜନକ ଉତ୍ତର ନ ରଖିପାରିଲେ ଭାରତୀୟ ପୋଲିସ ସେବା ନିୟମ ଅନୁସାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି। ଅଗ୍ନିଶମ ଓ ହୋମଗାର୍ଡ ବିଭାଗ ଡିଆଇଜି ଥିଲେ ରାଜେଶ ପଣ୍ଡିତ।

IPS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ