ପେନସନ୍ ପାଇବେ ଓଡ଼ିଶା ସରକାରଙ୍କ କର୍ମଚାରୀ । ରାଜ୍ୟ କ୍ୟାବିନେଟ୍ ମାରିଲା ମୋହର । ମୋହନ ସରକାର ଆଣିଲେ ନୂଆ ବ୍ୟବସ୍ଥା । ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଓଡ଼ିଶା ସରକାର ଏକୀକୃତ ପେନ୍ସନ୍ ଯୋଜନା ବା (ୟୁପିଏସ୍) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ କର୍ମଚାରୀ ଏନପିଏସ ବ୍ୟବସ୍ଥାରେ ପେନ୍ସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି, ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ତେବେ କର୍ମଚାରୀମାନେ ୟୁପିଏସକୁ ବାଛିବେ କି ଏନପିଏସ ନେବାକୁ ନିଷ୍ପତ୍ତି ନେବେ ତା’ ସେମାନେ ନିଷ୍ପତ୍ତି ନେଇପାରିବେ ।
Also Read
ଅଧିକ ପଢ଼ନ୍ତୁ: ଯଦି ଆପଣ ଏତିକି ଟଙ୍କା ଦରମା ପାଉଥାଆନ୍ତି, ଜାଣନ୍ତୁ ଅବସର ପରେ କେତେ ମିଳିବ ପେନସନ୍...
ସରକାରୀ କର୍ମଚାରୀଙ୍କ ପେନସନକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗୋଟି ଗୋଟି ତଥ୍ୟ ଦିଆଯାଇଛି । ସରକାରଙ୍କ ଏହି ପେନସନ ଯୋଜନା ୨୦୨୫ ଏପ୍ରିଲ ପହିଲାରୁ କାର୍ଯ୍ୟକ୍ଷମ ପାଇଁ ଲକ୍ଷ୍ୟ ରହିଛି । ୨୫ ବର୍ଷ ଚାକିରି କରିଥିବା ଜଣେ ସରକାରୀ କର୍ମଚାରୀ ବେସିକ୍ ପେ’ର ୫୦ ପ୍ରତିଶତ ହାରରେ ପେନସନ ପାଇବେ । ଅବସର ପୂର୍ବର ୧୨ ମାସରେ ମିଳିଥିବା ହାରାହାରି ବେସିକ୍ ପେ’ ଆଧାରରେ ତାଙ୍କୁ ପେନସନ୍ ଦେବେ ସରକାର । ସେହିପରି ସର୍ବନିମ୍ନ ଚାକିରିର ଅବଧି ୧୦ ବର୍ଷ ରଖିଛନ୍ତି ରାଜ୍ୟ ସରକାର । ୧୦ରୁ ୨୫ ବର୍ଷ ଚାକିରି ଅବଧି ଯାଏ ଆନୁପାତିକ ଭାବେ କର୍ମଚାରୀମାନଙ୍କୁ ପେନସନ୍ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ସର୍ବନିମ୍ନ ୧୦ ବର୍ଷ ଚାକିରି ଅବଧି ସାରି ଅବସର ନେବା ପରେ ଜଣେ ସରକାରୀ କର୍ମଚାରୀ ମାସିକ ୧୦ ହଜାର ଟଙ୍କା ପେନସନ ପାଇପାରିବେ ।
ସେହିପରି ମୃତ୍ୟୁ ପୂର୍ବରୁ କର୍ମଚାରୀ ପାଉଥିବା ପେନସନର ୬୦ ପ୍ରତିଶତ ହାରରେ ପାରିବାରିକ ପେନସନ ମିଳିବ । ହେଲେ ୟୁପିଏସ କି ଏନପିଏସ ନେବାକୁ ହେଲେ ସରକାରୀ କର୍ମଚାରୀମାନେ ନିଷ୍ପତ୍ତି ନେବେ । କିନ୍ତୁ ଜଣେ କର୍ମଚାରୀ ୟୁପିଏସ ଯୋଜନା ନେଇଥିଲେ ତାଙ୍କର ମୃତ୍ୟୁ ହେଲେ ତାଙ୍କର ପରିବାର ପେନସନର ସୁବିଧା ପାଇପାରିବ । ହେଲେ ଏନପିଏସ୍ରେ ସେହି ବ୍ୟବସ୍ଥା ନାହିଁ ।