Advertisment

ଏମିତି ବି ଆସେ ମୃତ୍ୟୁ: ଭଗବାନଙ୍କ ନାଁ ନେଇ ଗୀତ ଗାଉ ଗାଉ ଟଳି ପଡ଼ିଲେ ADM...

ଷ୍ଟେଜରେ ଗୀତ ଗାଉଗାଉ ଟଳି ପଡ଼ିଲେ ADM। ଗଜପତି ପାରଳାଖେମୁଣ୍ଡିରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା।

ଅଦ୍ୟତନ ହୋଇଛି
undefined

Gajapati ADM

Advertisment

ଏମିତି ବି ଆସେ ମୃତ୍ୟୁ। ଷ୍ଟେଜରେ ଗୀତ ଗାଉଗାଉ ଟଳି ପଡ଼ିଲେ ADM। ଗୀତର ଶେଷ ଧାଡ଼ି ପୁଣି ଥିଲା ନଶୁଣ ହେ ଭଗବାନ। ବାସ୍, ଏଇ ପଦକ ସରିବା ପରେ ସତେଯେମିତି ସେଇ ଭଗବାନଙ୍କଠୁ ଡାକରା ଆସିଗଲା ଆଉ ସେଇ ଷ୍ଟେଜ୍ ଉପରେ ହିଁ ଟଳିପଡ଼ିଲେ ଏଡିଏମ୍। ଗଜପତି ପାରଳାଖେମୁଣ୍ଡିରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା। ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସ ପାରଳାଖେମୁଣ୍ଡିରେ ଏକ ବନ୍ଧୁତ୍ବପୂର୍ଣ୍ଣ ନୈଶ୍ୟ ଭୋଜିରେ ଗୀତ ଗାଉଥିଲେ। ଏହି ସମୟରେ ସେ ହଠାତ୍ ଅସୁସ୍ଥ ହେବା ସହ ଷ୍ଟେଜ୍ ଉପରେ ଟଳି ପଡ଼ିଥିଲେ। 

Advertisment

ଅଧିକ ପଢ଼ନ୍ତୁ: ବଡ଼ ଭଉଣୀ ବାହାଘରରେ ନାଚିବାବେଳେ ଟଳିପଡ଼ିଲା ସାନ ଭଉଣୀ..ଦେଖନ୍ତୁ ଭିଡିଓ

ତାଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି। କେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଲା ତାହା ଜଣାପଡ଼ିନାହିଁ।

Advertisment

ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୀରେନ୍ଦ୍ର ଦାସଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସ୍ବର୍ଗତ ବୀରେନ୍ଦ୍ର ଦାସ ଜଣେ ନିଷ୍ଠାପର ଓ ଦାୟିତ୍ବ ସମ୍ପନ୍ନ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ। ଉଚ୍ଚକୋଟୀର ପ୍ରଶାସନିକ ଦକ୍ଷତା ପାଇଁ ସେ ସବୁ ମହଲରେ ପ୍ରଶଂସିତ ଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଡିଏମ୍‌ଙ୍କ ଏଭଳି ଅଚାନକ ମୃତ୍ୟୁ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ଅଧିକ ପଢ଼ନ୍ତୁ: ପଡ଼ିଆରେ ବର୍ଷା କରୁଥିଲେ ଚୌକା-ଛକା, ହଠାତ୍ ଟଳିପଡ଼ିଲେ...ଦେଖନ୍ତୁ ଭିଡିଓ

Advertisment

MKCG Hospital
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ