/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724576425.jpg)
Excise Raid
ଚିକିଟି ମଦମୃତ୍ୟୁ ପରେ ଆକ୍ସନ ମୁଡରେ ଅବକାରୀ ବିଭାଗ ଓ ପୋଲିସ । ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନଘନ ଚଢ଼ାଉ । ଆସିକା ବାଲିଶିରା ପାହାଡ଼ ଉପରୁ ଠାବ ହୋଇଛି ମଦ ଭାଟି । ୪ ହଜାର ୫୦୦ ଲିଟର ପୋଚ୍ ଓ ଶହେ ଲିଟର ଦେଶୀ ମଦ ନଷ୍ଟ କରାଯାଇଛି । ଏଥିସହ ଜବତ ହୋଇଛି ମଦ ପ୍ରସ୍ତୁତକାରୀ ସରଞ୍ଜାମ । ରେଡ୍ ପୂର୍ବରୁ ମଦ ମାଫିଆମାନେ ଛତ୍ରଭଙ୍ଗ ଦେଇଛନ୍ତି ।
ସେପଟେ କେ. ନୂଆଁଗାଁ ଥାନା ବୀର ନାରାୟଣପୁରରୁ ଦେଶୀ ମଦ ଚାଲାଣ କରୁଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଗଜପତି ଜିଲ୍ଲାରୁ ଗଞ୍ଜାମକୁ ମଦ ନେଇ ଆସିବା ବେଳେ ତାଙ୍କୁ ଗରିଫ କରାଯାଇଛି । ଭୋରରେ ବାଇକରେ ୮୦ ଲିଟର ରନ୍ଧା ମଦ ନେଇ ଆସୁଥିଲେ । ସେହିପରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ଗାଁରେ ବି ଚଢ଼ାଉ କରିଛି ପୋଲିସ । ଜଣେ ମହିଳାଙ୍କ ବାଡିରୁ ନଷ୍ଟ କରିଛି ୪ ହଜାର ଲିଟର ପୋଚ୍ ଓ ଦେଶୀ ମଦ । ସଂପୃକ୍ତ ମହିଳାଙ୍କ ନାଁରେ ମାମଲା ରୁଜୁ କରିଛି ଅରଖକୁଦା ମେରାଇନ ଥାନା ପୋଲିସ ।
ଚିକିଟି ମଦ ମୃତ୍ୟୁ ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, ଏବେ କି କିଛି ଅସୁସ୍ଥଙ୍କର ଚିକିତ୍ସା ଚାଲିଛି । ଏହାପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମାରାଥନ୍ ରେଡ୍ ଚାଲିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)