Advertisment

କୁଆଡ଼େ ଗଲେ ଡାକ୍ତର ଅମ୍ଲାନ ? ଦୁଇ ଦିନ ପରେ ବି ମିଳୁନି ପତ୍ତା

ମାଲକାନଗିରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ଦୁଇ ଦିନ ହେଲା ଅପହୃତ ହୋଇଥିବା ଅଭିଯୋଗ ହୋଇଛି ।

ଅଦ୍ୟତନ ହୋଇଛି
Doctor Kidnapped In malkangiri

Doctor Kidnapped

Advertisment

ଦୁଇ ଦିନ ହେଲା ମିଳୁନି ଡାକ୍ତର ଅମ୍ଳାନ ଭୋଇଙ୍କ ଖବର । ମାଲକାନଗିରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଅମ୍ଳାନ ଭୋଇ ଦୁଇ ଦିନ ହେଲା ଅପହୃତ ହୋଇଥିବା ଅଭିଯୋଗ ହୋଇଛି । ଶନିବାରଠୁ ତାଙ୍କର କୌଣସି ଖୋଜଖବର ମିଳିନଥିବା ବେଳେ ଏହାକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କୁ ଦେଖା କରିଛନ୍ତି ଡାକ୍ତରଙ୍କ ବାପା । କନ୍ଧମାଳ ଟିକାବାଲି ଅଞ୍ଚଳରେ ଡାକ୍ତର ଅମ୍ଲାନଙ୍କ ଘର । ଏନେଇ କନ୍ଧମାଳ ଏସପି ଓ ଜିଲ୍ଲାପାଳଙ୍କୁ ଫୁଲବାଣୀରେ ଭେଟି ମାମଲାର ତଦନ୍ତ କରିବା ସହ ପୁଅକୁ କିଏ ଅପହରଣ କରିଛି ସେ ନେଇ ତଦନ୍ତ କରିବାକୁ ନିବେଦନ କରିଛନ୍ତି।

Advertisment

ଶନିବାର ରାତିରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟି ପରେ ସରକାରୀ କ୍ୱାର୍ଟର୍ସକୁ ଯାଇଥିଲେ ଡାକ୍ତର ଅମ୍ଳାନ ଭୋଇ । ଏହି ସମୟରେ କିଛି ଦୁବୃର୍ତ୍ତ ତାଙ୍କୁ ଘରୁ କୁଆଡ଼େ ଟେକି ନେଇ ଯାଇଥିବା ଅଭିଯୋଗ ହୋଇଛି। ଅମ୍ଳାନଙ୍କ କୌଣସି ଖୋଜ୍‌ ଖବର ନ ମିଳିବାରୁ ଶେଷରେ ଥାନାରେ ଏତଲା ଦେଇଥିଲେ ମେଡିକାଲ୍ କର୍ତ୍ତୃପକ୍ଷ । ଘରେ ଡାକ୍ତରଙ୍କ ମୋବାଇଲ୍ ଓ ବାଇକ୍ ରହିଛି । ତାସହ ପୋଲିସ୍ ଏକ ପୋଷ୍ଟର୍ ଜବତ କରିଥିବା କୁହାଯାଉଛି । ସୂଚନା ଅନୁସାରେ ଗତ ଦୁଇ ଦିନ ତଳେ ଏକ ଶବ ବ୍ୟବଚ୍ଛେଦକୁ ନେଇ କିଛି ଲୋକଙ୍କ ସହ ଡାକ୍ତର ଅମ୍ଲାନଙ୍କ ବିବାଦ ଦେଖାଦେଇଥିଲା। ତେଣୁ ଏହି ଅପହରଣ ପଛରେ ଅନେକ ସନ୍ଦେହ ଉପୁଜୁଛି । ଘଟଣା ପଛରେ ମାଓବାଦୀଙ୍କ ସଂପୃକ୍ତି ଥିବା ବି ଚର୍ଚ୍ଚା ହେଉଛି। ହେଲେ ଡାକ୍ତର ଅମ୍ଲାନଙ୍କୁ କିଏ ଓ କାହିଁକି ଅପହରଣ କଲା କାରଣ ଅସ୍ପଷ୍ଟ ରହିଛି ।

ଅଧିକ ପଢ଼ନ୍ତୁ: ଅସ୍ବାଭାବିକ ମୃତ୍ୟୁସଂଖ୍ୟା ୩୫କୁ ବୃଦ୍ଧି, ୬ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ

Advertisment

ଗତ କିଛି ଦିନ ତଳେ ଏକ ଶବ ବ୍ୟବଚ୍ଛେଦକୁ ନେଇ କିଛି ଲୋକଙ୍କ ସହ ଡାକ୍ତର ଅମ୍ଲାନଙ୍କ ବିବାଦ ଦେଖାଦେଇଥିଲା । ତେଣୁ ଏହି ଅପହରଣ ପଛରେ ଅନେକ ସନ୍ଦେହ ଉପୁଜୁଛି । ଘଟଣା ପଛରେ ମାଓବାଦୀଙ୍କ ସଂପୃକ୍ତି ଥିବା ବି ଚର୍ଚ୍ଚା ହେଉଛି । ତା ସହ ନିଖୋଜର କିଛି ଘଣ୍ଟା ପୂର୍ବରୁ ଅମ୍ଲାନ ଏଟିଏମରୁ ଟଙ୍କା ଉଠାଇଥିବା ଜଣାପଡ଼ିଛି । ତେବେ ଏନେଇ ପୋଲିସ କି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନାହିଁ ।

Kidnapping Case Doctors Missing Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ