Advertisment

Missing Constable Biswajit Nayak: ଦେଢ଼ ମାସ ବିତିଲା, ମିଳିଲାନି କନେଷ୍ଟବଳ ପୁଅର ପତ୍ତା

ଆଜିକୁ ଦେଢମାସ ହେବ ନା ତା ମୁହଁ ଦେଖିଛନ୍ତି ନା ତା ବାପା ବୋଉ ଡାକ ଶୁଣିଛନ୍ତି । ତା ପତ୍ତା ମିଳୁ ନଥିବାରୁ ଘରେ ଚୁଲି ମଧ୍ୟ ଜଳୁନି ।

ଅଦ୍ୟତନ ହୋଇଛି
ମୋ ପୋଲିସ୍ ପୁଅକୁ ଖୋଜିଆଣ

ମୋ ପୋଲିସ୍ ପୁଅକୁ ଖୋଜିଆଣ

Advertisment

ପୁଅର ଫଟୋ ଦେଖି ଅନବରତ ବାହୁନି ଚାଲିଛି ମାଆ । ଘର ଦୁଆର ମୁହଁରେ ବସି ତା ଫେରିବା ବାଟକୁ ଚାହିଁ ରହିଛି । କାଳେ ଫେରି ଆସିବ ଆଉ ବୋଉ ବୋଉ ଡାକି କୁଣ୍ଢାଇ ପକାଇବ। ବାପା ବି ଧର୍ଯ୍ୟହରା ହୋଇଯାଉଛନ୍ତି । ପିଲାଟିଏ ପରି କଇଁ କଇଁ ହୋଇ କାନ୍ଦି ଚାଲିଛନ୍ତି । କାରଣ ଗୋଟିଏ ବୋଲି ପୁଅ, ପରିବାରର ଏକୋଇର ବଳା ବିଶିକେଶନ । ଆଜିକୁ ଦେଢମାସ ହେବ ନା ତା ମୁହଁ ଦେଖିଛନ୍ତି ନା ତା ବାପା ବୋଉ ଡାକ ଶୁଣିଛନ୍ତି । ତା ପତ୍ତା ମିଳୁ ନଥିବାରୁ ଘରେ ଚୁଲି ମଧ୍ୟ ଜଳୁନି ।

Advertisment

କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରୀ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମର ପ୍ରଭାକର ନାୟକଙ୍କ ପୁଅ ବିଶ୍ୱଜିତ ନାୟକ । କେତେ କଷ୍ଟ କରି ପାଠ ପଢି ସରକାରୀ ଚାକିରିଟିଏ ପାଇଥିଲା । ପରିବାରରେ ଖେଳି ଯାଇଥିଲା ଖୁସିର ଲହରୀ । ସଭିଏଁ ଭାବିଥିଲେ ପରିବାର ଦୁଃଖ ସରିଗଲା, ହେଲେ କିଏ ଜାଣିଥିଲା ଦଇବ ଏମିତି ଦାଉ ସାଧିବ। କାରଣ ଦେଢମାସ ହେବ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି ବିଶ୍ୱଜିତ। ଖୋଜି ଖୋଜି ତାଙ୍କ ସନ୍ଧାନ ପାଉନାହାନ୍ତି ପରିବାର ଲୋକ ।

ଅଧିକ ପଢ଼ନ୍ତୁ: ଯାତ୍ରା ଜଗତରେ ହଇଚଇ, ଯାତ୍ରା ଛାଡିଲେ କି ନମିତା ଭୂୟାଁ !

ଭୁବନେଶ୍ୱର ତମାଣ୍ଡୋ ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟ କରନ୍ତି ବିଶ୍ୱଜିତ। ଗତ ଏପ୍ରିଲ ମାସ ୨ ତାରିଖ ଦିନ ମା’ଙ୍କ ସହିତ ସେ ଫୋନରେ କଥା ହୋଇଥିଲେ। ୩ ତାରିଖ ଦିନ ଘରକୁ ଆସିବା କଥା କହି ଫୋନ ରଖିଥିଲେ । ହେଲେ ତାପର ଠାରୁ ପୁଅ ସହ ପରିବାରର ଆଉ କୌଣସି ଯୋଗାଯୋଗ ହୋଇନାହିଁ। ତାଙ୍କ ଫୋନ ମଧ୍ୟ ବନ୍ଦ ଆସୁଛି । ପରିବାର ପକ୍ଷରୁ ଗତ ଏପ୍ରିଲ ୧୨ ତାରିଖରେ ବିଶ୍ୱଜିତଙ୍କ ସମ୍ପର୍କରେ ତମାଣ୍ଡୋ ଥାନାରେ ମୌଖିକ ଭାବେ ଜଣାଇବା ପରେ, ୫ ତାରିଖରେ ଡ୍ୟୁଟି ପରେ ବିଶ୍ୱଜିତଙ୍କର କୌଣସି ଖୋଜ ଖବର ନଥିବା ଥାନା ପକ୍ଷରୁ ସୂଚନା ମିଳିଥିଲା। ବହୁ ଖୋଜାଖୋଜି କରିବା ପରେ ବିଶ୍ୱଜିତଙ୍କ ବାପା ଏପ୍ରିଲ ୨୩ ତାରିଖରେ ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ଥାନା ପକ୍ଷରୁ ଅଭିଯୋଗ ଗ୍ରହଣ କରାଯାଉନଥିଲା। ଏନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ଏତଲା ଗ୍ରହଣ କରାଯାଇଥିଲା। ମାତ୍ର ୨୫ ଦିନ ବିତିଯାଇଥିଲେ ମଧ୍ୟ ବିଶ୍ୱଜିତଙ୍କ କୌଣସି ଖୋଜ ଖବର ନାହିଁ ।

Advertisment

ନିଜ ବିଭାଗର କର୍ମଚାରୀଙ୍କୁ ଖୋଜିବାରେ ବିଫଳ ହୋଇଛି ପୋଲିସ ବିଭାଗ, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସେପଟେ ବିଶ୍ୱଜିତଙ୍କ ଫେରିବା ବାଟକୁ ଅନାଇ ବସିଛି ପରିବାର। ଭଗବାନ କରନ୍ତୁ ସେ ଖୁବଶୀଘ୍ର ଘରକୁ ଫେରି ଆସନ୍ତୁ ।

Odisha Odisha Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ