/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756793234.jpg)
Odisha CM Mohan Majhi in Delhi for SEMICON India 2025, GST Council Meet
ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ଦିଲ୍ଲୀରେ ଆୟୋଜିତ ସେମିକନ୍ ସମ୍ମିଳନୀରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମାଝୀ। ସେମିକନ୍ କନଫରେନ୍ସରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମାଝୀଙ୍କ ସହ ଦିଲ୍ଲୀ ଯାଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ୩ ଦିନ ଧରି ଚାଲିବ ଏହି ସେମିକନ କନଫରେନସ୍।
ଓଡ଼ିଶାରେ ଆଇଟି କ୍ଷେତ୍ରରେ କିଭଳି ଅଧିକ ନିବେଶ ଆସିବ ସେନେଇ ଆଲୋଚନା ହେବ। ଏଥିସହ ଓଡ଼ିଶାରେ ଦୁଇଟି ସେମି କଣ୍ଡକ୍ଟର ପ୍ରକଳ୍ପ ପାଇଁ କେନ୍ଦ୍ର ଅନୁମତି ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବେ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ଗସ୍ତ ଅବସରରେ କିଛି କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱକୁ ମଧ୍ୟ ଭେଟିପାରନ୍ତି ମୁଖ୍ୟମନ୍ତ୍ରୀ।
ଗସ୍ତ ପୂର୍ବରୁ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଦୃଢ଼ ପଦକ୍ଷେପ ଦ୍ୱାରା ଭାରତ 'ଡିଜିଟାଲ୍ ଇଣ୍ଡିଆ' ଅଭିଯାନ ପରେ ଏବେ ଆଉପାଦେ ଆଗକୁ ଯାଇ 'ସେମିକନ୍ ଇଣ୍ଡିଆ' ଆଡ଼କୁ ଅଗ୍ରସର ହେଉଛି। ଭାରତକୁ ଏକ 'ଉତ୍ପାଦନ ଅଭିମୁଖୀ ରାଷ୍ଟ୍ର' ବା Productive Nation ଭାବରେ ଗଢ଼ି ତୋଳି ଘରୋଇ ଚାହିଦା ସହ ବୈଶ୍ବିକ ଆବଶ୍ୟକତାକୁ ମଧ୍ୟ ପୂରଣ କରିବା ଦିଗରେ ସରକାର କାର୍ଯ୍ୟ କରୁଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଆଲେଖ୍ୟ 'ଭାରତର ସେମିକଣ୍ଡକ୍ଟର ବିପ୍ଳବ'।
ଦିଲ୍ଲୀରେ ଆୟୋଜିତ ଏହି ସେମିକନ୍ ଇଣ୍ଡିଆ ସମ୍ମିଳନୀ ଦିଲ୍ଲୀର ୟଶୋଭୂମି କନଭେନସନ୍ ସେଣ୍ଟରରେ ୩ ଦିନ ଧରି ଚାଲିବ । ଭାରତର ସେମିକଣ୍ଡକ୍ଟର କ୍ଷେତ୍ରକୁ ସୁଦୃଢ଼ ଓ ଆତ୍ମନିର୍ଭରଶୀଳ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ୪୮ରୁ ଅଧିକ ଦେଶରୁ ପ୍ରାୟ ୨୫୦୦ ପ୍ରତିନିଧି ଓ ୨୦ହଜାରରୁ ଅଧିକ ଅଂଶଗ୍ରହଣକାରୀ ଯୋଗ ଦେବେ। ଭାରତକୁ ସେମିକଣ୍ଡକ୍ଟର ଡିଜାଇନ୍ ଓ ଉତ୍ପାଦନ ପାଇଁ ଏକ ବିଶ୍ୱସ୍ତରୀୟ କେନ୍ଦ୍ର କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଏକ ସିଇଓ ଗୋଲଟେବୁଲ ବୈଠକରେ ଯୋଗ ଦେବେ। ଏହି ସମୟରେ ବିଶ୍ୱ ଶିଳ୍ପ ଟାଇକୁନ୍ ଭାରତରେ ନିବେଶ, ପ୍ରଯୁକ୍ତିବିଦ୍ୟା ଓ ସହଯୋଗ ସୁଯୋଗ ବିଷୟରେ ଆଲୋଚନା କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)