/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756792532.jpg)
Low-Pressure Triggers Heavy Rain in Odisha, IMD Issues Alerts
ଭୁବନେଶ୍ୱରରୁ ବାଲେଶ୍ୱର । ମାଲକାନଗିରିରୁ ସୁନ୍ଦରଗଡ଼, ଖାଲି ପାଣି ଆଉ ପାଣି । କେଉଁଠି ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଆଉ କେଉଁଠି ଘରେ ପଶିଛି ପାଣି । ସାରା ରାଜ୍ୟକୁ ବୁଡ଼ାଉଛି ଲଘୁଚାପ ବର୍ଷା । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ସ୍ଥିତି ଅଧିକ ସଙ୍ଗୀନ୍ ହୋଇଛି । ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅଧିକ ବିପଦ ବଢାଇବ । ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତିକରିବା ସମ୍ଭାବନା ରହିଛି l ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗିରହିଛି।
ଗତକାଲି ରାତିରୁ ଲଗାଣ ବର୍ଷାରେ ବେହାର ହୋଇଛି ଟୁଇନସିଟି କଟକ ଓ ଭୁବନେଶ୍ୱର । ପ୍ରଭାବିତ ହୋଇଛି ଜନଜୀବନ। ବିଭିନ୍ ତଳିଆ ଅଞ୍ଚଳରେ ପାଣି ଜମିରହିଛି । ଉତ୍ତର ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା । ଦକ୍ଷିଣ ଓଡ଼ିଶାକୁ ଅତିପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଉପକୂଳ ଓ ପଶ୍ଚିମ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଆଜି କୋରାପୁଟ ଓ ମାଲକାନଗିରିରେ ଅତିପ୍ରବଳ ବର୍ଷା ପାଇଁ ଜାରି ହୋଇଛି ଅରେଞ୍ଜ ଆଲର୍ଟ । ସେହିଭଳି ବାକି ୨୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୫ ଦିନ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)