government employees
ଗୋପାଳପୁର ବନ୍ଦରର ୯୫% ଅଂଶଧନ ଆଦାନୀ ପୋର୍ଟକୁ ହସ୍ତାନ୍ତର ହେବ। ଓଡ଼ିଶା ଷ୍ଟିଭେଡର୍ସ ହାତରେ ରହିବ ମାତ୍ର ୫% ଅଂଶଧନ। ଆଜି ରାଜ୍ୟ କ୍ୟାବିନେଟରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି।
ସେହିଭଳି ଅନ୍ୟ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ବି କ୍ୟାବିନେଟର ମଂଜୁରୀ ମିଳିଛି। ଓଡ଼ିଶା ବେସାମରିକ ସେବା ପୁନର୍ବାସ ସହାୟତା ନିୟମାବଳିରେ ସଂଶୋଧନ କରାଯାଇଛି। ଏଣିକି ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ଉପରେ ନିର୍ଭର କରୁଥିବା ବିବାହିତ ଝିଅ ଓ ସାବତ ଝିଅଙ୍କୁ ମଧ୍ୟ ଅନୁକଂପାମୂଳକ ନିଯୁକ୍ତି ମିଳିବ। ପୂର୍ବରୁ ଏହି ନିୟମରେ କେବଳ ଅବିବାହିତ ଝିଅଙ୍କୁ ନିଯୁକ୍ତି ସୁଯୋଗ ମିଳୁଥିଲା।
ଅଧିକ ପଢ଼ନ୍ତୁ: ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର; ବଢ଼ିଲା ସହାୟତା ରାଶି...
ସେହିଭଳି ଓଡ଼ିଶା ଅବସରପ୍ରାପ୍ତ ଅଗ୍ନିବୀର ୟୁନିଫର୍ମ ସର୍ଭିସରେ ନିୟମାବଳି ପ୍ରଣୟନ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି। ଏହା ଅନୁସାରେ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ ୧୦% ସ୍ଥାନ ସଂରକ୍ଷଣ ମିଳିବ। ଏହି ସଂରକ୍ଷଣ ଅବସରପ୍ରାପ୍ତ ସୈନିକଙ୍କୁ ମିଳୁଥିବା ସହିତ ଅତିରିକ୍ତ ୧୦ ପ୍ରତିଶତ ସରଂକ୍ଷଣ ମିଳିପାରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726123724.jpg)