Advertisment

ପ୍ରଶ୍ନ ପଚାରି ଫଶିଗଲେ ଅରୁଣ ସାହୁ, ପୂର୍ବ ସରକାରଙ୍କୁ କଟାକ୍ଷ କରି ଉତ୍ତର ଦେଲେ ରାଜସ୍ବ ମନ୍ତ୍ରୀ

ରାଜସ୍ବ ମନ୍ତ୍ରୀ କହିଥିଲେ- ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି । ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ବୋଲି କହି କଟାକ୍ଷ କରିଥିଲେ ସୁରେଶ ପୂଜାରୀ ।

ଅଦ୍ୟତନ ହୋଇଛି
Odisha Assembly Session: BJD Leader Arun Sahoo Raises Question Over Employment

Suresh Pujari

Advertisment

ବିଧାନସଭାରେ ପ୍ରଶ୍ନ ପଚାରି ଫଶିଗଲେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ ସାହୁ । ରାଜ୍ୟରେ ଆରଆଇ ଏବଂ ଅମିନ ପଦବୀ ଖାଲି ପଡିବା ଓ ନିଯୁକ୍ତି ନେଇ ପ୍ରଶ୍ନ କରିଥିଲେ ଅରୁଣ ସାହୁ । ତେବେ ଏହି ପ୍ରଶ୍ନର ଉତ୍ତର ବେଳେ ପୂର୍ବ ବିଜେଡି ସରକାରଙ୍କୁ କଟାକ୍ଷ କରି ଦୋଷ ଲଦିଥିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ବ ମନ୍ତ୍ରୀ କହିଥିଲେ- ମୁଁ ଏତେ ଖାଲି ପଦବୀର କାରଣ ଖୋଜୁଛି । ହେଲେ ଏହା ମୋତେ ପୂର୍ବ ସରକାରରୁ ଉତ୍ତରାଧିକାରୀ ସୂତ୍ରରେ ମିଳିଛି ବୋଲି କହି କଟାକ୍ଷ କରିଥିଲେ ସୁରେଶ ପୂଜାରୀ । ପଦବୀ ପୂରଣ ପାଇଁ OSSSCକୁ ବିଜ୍ଞାପନ ଦେଇ ପରୀକ୍ଷା କରି ନିଯୁକ୍ତି କରିବାକୁ କୁହାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ବିଧାନସଭାରେ ଭାଇକୁ ଭାଇର ପ୍ରଶ୍ନ, କନକବର୍ଦ୍ଧନ ସିଂହଦେଓଙ୍କୁ ପ୍ରଶ୍ନ କଲେ କଳିକେଶ ସିଂହଦେଓ

ସେହିପରି ଭୂମିହୀନଙ୍କୁ ପଟ୍ଟା ପ୍ରସଙ୍ଗରେ ଗୃହରେ ରୋଚକ ଉତ୍ତର ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ସେ କହିଛନ୍ତି ଭୂମିହୀନଙ୍କୁ ପଟ୍ଟା ମିଳିଛି ହେଲେ ଜମି ଦେଇ ନାହାନ୍ତି ପୂର୍ବ ସରକାର । ଗତ ସରକାର ଲିଫଲେଟ୍‌ ବାଣ୍ଟିଲା ଭଳି ପଟ୍ଟା ବାଣ୍ଟିଦେଇଛନ୍ତି, କିନ୍ତୁ ଯେଉଁ ପ୍ରକ୍ରିୟା ହେବା କଥା ହୋଇନାହିଁ । ଫାଇଲ ଖୋଲା ହୋଇନି କି ବ୍ୟକ୍ତି ଅନୁସନ୍ଧାନ ନାହିଁ କି କିଛି ପ୍ରକ୍ରିୟା ହୋଇନି । ଏମିତି କି ବାପା ପଟ୍ଟା ପାଇଥିଲେ, ହେଲେ ପୁଅ ସେ ପଟ୍ଟାକୁ ଧରି ବୁଲୁଛି ହେଲେ ଏଯାଏଁ ଜମି ପାଉନି । ଆମ ସରକାର ସେମାନଙ୍କୁ ଠାବ କରିବା ପାଇଁ ସର୍ଭେ ଆରମ୍ଭ କରିଛନ୍ତି । ଯେତେ ଲୋକଙ୍କୁ ପଟ୍ଟା ମିଳିଛି ତାଙ୍କୁ ଜମି ଦଖଲ ଦିଆଯିବ । ୫ ବର୍ଷ ଭିତରେ ସବୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

Advertisment

Arun Sahoo Odisha Assembly Suresh Pujari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ