Advertisment

Odisha Assembly Session: ଦୁଇ ଦିନର ବିରତି ପରେ ପୁଣି ଏହି ସବୁ ପ୍ରସଙ୍ଗରେ କମ୍ପିବ ବିଧାନସଭା

ଦୁଇ ଦିନର ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା । ଆଜି ଗୃହ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି ।

ଅଦ୍ୟତନ ହୋଇଛି
Odisha Assembly Session

Odisha Assembly Session

Advertisment

ଦୁଇ ଦିନର ବିରତି ପରେ ଆଜି ପୁଣି ସରଗରମ ହେବ ବିଧାନସଭା । ଆଜି ଗୃହ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଅର୍ଥ, ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ସଂସଦୀୟ ବ୍ୟାପାର ବିଭାଗର ପ୍ରଶ୍ନକାଳ ରହିଛି ।

Advertisment

ଶୂନ୍ୟକାଳରେ ରାଜ୍ୟରେ ସୀମା ପୁନଃନିର୍ଦ୍ଧାରଣ, ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା, ମହାନଦୀ ପରି ପ୍ରସଙ୍ଗକୁ ନେଇ ଗୃହରେ ଘମାଘୋଟ ଆଲୋଚନା ହୋଇପାରେ । ସେହିପରି ଶାସକ ଦଳ ମଧ୍ୟ ବହୁ ପ୍ରସଙ୍ଗ ଉଠାଇପାରେ । ବିରୋଧୀଙ୍କ ପକ୍ଷରୁ ମୁଲତବି ପ୍ରସ୍ତାବ ଦିଆଯିବ ।

ଖଣି ଇସ୍ପାତ ଓ ପରିବହନ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ମଧ୍ୟ ରହିଛି । ତେବେ କଂଗ୍ରେସ ପ୍ରଶ୍ନକାଳକୁ ବୟକଟ କରିବ ନାଁ ପ୍ରତିବାଦ ଜାରି ରହିବ ତାକୁ ନେଇ ସସପେନ୍ସ ଜାରୀ ରହିଛି ।

Advertisment

ସୂଚନାଯୋଗ୍ୟ, ଗତ ୨୧ ତାରିଖରେ ଗୃହ ଆରମ୍ଭରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବିଧାନସଭାରେ ବାଜିଥିଲା ଘଣ୍ଟ, ପେଁକାଳୀ। କଳା ପୋଷାକରେ ଗୃହ ଭିତରେ ଘଣ୍ଟ ବାଡ଼େଇଥିଲେ କଂଗ୍ରେସ ସଦସ୍ୟ । ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହରେ ଘଣ୍ଟ ବାଡ଼େଇ ପ୍ରତିବାଦ କରିଥିଲେ କଂଗ୍ରେସ ବିଧାୟକ ।

ଅଧିକ ପଢ଼ନ୍ତୁ: ଅପରାଧ ହାର ନିୟନ୍ତ୍ରଣ ପାଇଁ କମିଶନରେଟ୍ ପୋଲିସର ବଡ଼ ଯୋଜନା

Odisha Odisha Govt Stalls Odisha Assembly Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ