Advertisment

Odisha Budget Session 2025: ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନ; ସରକାରଙ୍କୁ ଘେରିବେ ବିରୋଧୀ

ଆଜି ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହେବ। ଏହାପରେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ବିଧାୟକ ବିଜୟ ମହାନ୍ତି ଓ ସଦନ ନାୟକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବକୁ ଗୃହରେ ମୁଖ୍ୟମନ୍ତ୍ରୀ ଆଗତ କରିବେ।

Assembly

Assembly

Advertisment

ଆଜିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ। ମୋହନ ସରକାରର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନରେ ଆସିବ ମୋହନ ସରକାରଙ୍କ ଦ୍ୱିତୀୟ ବଜେଟ୍। ଏପଟେ ବଜେଟ୍ ଅଧିବେଶନରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ। ବିଶେଷକରି ଧାନମଣ୍ଡି, ବାରବାଟୀ, ଆଇନଶୃଙ୍ଖଳା ଭଳି ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ବିରୋଧୀ ଯୋଜନା କରିଛନ୍ତି।

Advertisment

ଆଜି ଦିନ ୧୧ଟାରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହେବ। ଏହାପରେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ବିଧାୟକ ବିଜୟ ମହାନ୍ତି ଓ ସଦନ ନାୟକଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବକୁ ଗୃହରେ ମୁଖ୍ୟମନ୍ତ୍ରୀ ଆଗତ କରିବେ। ଏହି ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧୀ ବିଜେଡି ଓ କଂଗ୍ରେସ। ୮ ମାସରେ ନୂଆ ନୂଆ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ରଣନୀତି ପ୍ରସ୍ତୁତ କରିଥିଲା ବେଳେ କାଉଣ୍ଟର କରିବାକୁ ବିଜେପି ବି କରିଛି ଷ୍ଟ୍ରାଟେଜି।

ଗୃହର ସମସ୍ତ ପ୍ରୋସିଡିଂ ବିଷୟରେ ଗୋଟିଏ ଫିଙ୍ଗର ଟିପ୍ସରେ ହିଁ ସବୁ ଜଣାପଡିଯିବ । ନେଭା ଆପ୍ଲିକେସନ ଜରିଆରେ ଏହି ବ୍ୟବସ୍ଥା ହୋଇଛି । ସବୁ ବିଧାୟକଙ୍କୁ ଘଣ୍ଟାଏ ଲେଖାଏଁ ଏହି ନୂଆ ବ୍ୟବସ୍ଥା ବାବଦରେ ତାଲିମ ମଧ୍ୟ ଦିଆଯିବ । ଏହାଦ୍ୱାରା ବିଧାୟକଙ୍କ ଡିଜିଟାଲ ଆଟେଡାଣ୍ଟ ରହିବ । କିଏ କେତେ ସମୟ ଆଲୋଚନାରେ ଭାଗ ନେଉଛି ତାର ତଥ୍ୟ ମଧ୍ୟ ରହିବ ।ଦୁଇଟି ପର୍ଯ୍ୟାୟରେ ଏପ୍ରିଲ୍ ୫ ଯାଏଁ ଚାଲିବାକୁ ଥିବା ବଜେଟ୍ ଅଧିବେଶନରେ ରହିଛି ୨୮ଟି କାର୍ଯ୍ୟଦିବସ । ମୋହନ ସରକାରଙ୍କ ଦ୍ୱିତୀୟ ବଜେଟ୍ ୧୭ ତାରିଖରେ ଆସିବ । ଚଳିତ ବଜେଟ୍ ୨ ଲକ୍ଷ ୮୦ ହଜାର କୋଟି ଛୁଇଁପାରେ ବୋଲି ଅନୁମାନ କରାଯାଉଛି।

Advertisment

ଅଧିକ ପଢନ୍ତୁ: ପଦ୍ମଶ୍ରୀ ପୁରସ୍କାର ବିବାଦ, ୨୪ ତାରିଖରେ ପରବର୍ତ୍ତୀ ଶୁଣାଣି

Odisha Assembly Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ