Advertisment

Migrant Workers: ଦାନା ପାଇଁ ଯାଇଥିଲେ ଦାଦନ; ଆନ୍ଧ୍ରରୁ ଆସିଲା ନିର୍ଯାତନାର ଭିଡିଓ

ସରୁନି ଶ୍ରମିକର ଦୁଃଖ କାହାଣୀ କମୁନି। ବାହାର ରାଜ୍ୟରେ ଶ୍ରମିକଙ୍କୁ ନିର୍ଯାତନା ହେଉକି ଦାଦନ ଶ୍ରମିକ ମୃତ୍ୟୁ ନୂଆପଡ଼ା ପାଇଁ ନିତିଦିନିଆ କଥା ହୋଇଗଲାଣି। ଏହି କ୍ରମରେ ଏକାଧିକ ମାମଲା ସାମ୍ନାକୁ ଆସିଛି।

Dadana

Dadana

Advertisment

ସରୁନି ଶ୍ରମିକର ଦୁଃଖ କାହାଣୀ କମୁନି। ବାହାର ରାଜ୍ୟରେ ଶ୍ରମିକଙ୍କୁ ନିର୍ଯାତନା ହେଉକି ଦାଦନ ଶ୍ରମିକ ମୃତ୍ୟୁ ନୂଆପଡ଼ା ପାଇଁ ନିତିଦିନିଆ କଥା ହୋଇଗଲାଣି। ଏହି କ୍ରମରେ ଏକାଧିକ ମାମଲା ସାମ୍ନାକୁ ଆସିଛି। କିଏ ନିଖୋଜ ହୋଇଗଲେଣି ତ ଆଉ କିଏ ନିର୍ଯାତନା ସହି ନପାରି ଉଦ୍ଧାର ପାଇଁ ନିବେଦନ କରୁଛନ୍ତି। ଏବେ ତେଲେଙ୍ଗାନାରୁ ଦାଦନ ନିର୍ଯାତନାର ଏକ ଭିଡିଓ ଆସିଛି, ଯେଉଁଥିରେ ଉଦ୍ଧାର ପାଇଁ ନିର୍ଯାତିତ ଶ୍ରମିକମନେ ଅନୁରୋଧ କରିଛନ୍ତି l

Advertisment

ପରିବାର ଲୋକଙ୍କ ମୁହଁରେ ଆହାର ଦେବା ପାଇଁ ଦାଦନ ଯାଇଥିଲେ ନୂଆପଡା ଜିଲ୍ଲା କୋମନା ବ୍ଲକ ଜଗନ୍ନାଥପାଲି ଗାଁର ଚୈତନ୍ୟ ଶବର। ସାଙ୍ଗରେ ଅନ୍ୟ ଦୁଇ ପରିବାର ୧୧ ଜଣ ସଦସ୍ୟ ସେପ୍ଟେମ୍ବର ମାସରେ ତେଲେଙ୍ଗାନାର ରାମନଗରରେ ଥିବା ଏନଜେବି ଇଟା ଭାଟିକୁ ଯାଇ ଥିଲେ l ସବୁ ଠିକ୍ ଠାକ୍ ଥିଲା, କିନ୍ତୁ ୪ ମାସ ହେବ ଇଟାଭାଟି ମାଲିକ ନାନା ପ୍ରକାର ଅତ୍ୟାଚାର ଓ ନିର୍ଯାତନା ଦେଉ ଥିବା ଦାଦନ ଶ୍ରମିକମାନେ ଏକ ଭିଡିଓ ଜରିଆରେ ଜଣାଇଛନ୍ତି l ଉଦ୍ଧାର କରିବା ପାଇଁ ଜିଲ୍ଲା ପ୍ରଶାସନ ପାଖରେ ନିବେଦନ କରିଛନ୍ତି l

ଏପଟେ ଦାଦନ ଖଟିବାକୁ ଯାଇ ଭାଇ ନିଖୋଜ ହୋଇଯାଇଥିବା ଛିନ୍ଦପାନି ଗାଁର ତସିଲ ମାଝୀ ଅଭିଯୋଗ କରିଛନ୍ତି l ସେ କହିଛନ୍ତି ଯେ, ତାଙ୍କ ସାନ ଭାଈ ଛବି ମାଝୀ ଗତ ଅକ୍ଟୋବର ମାସରେ ଆନ୍ଧ୍ର ପ୍ରଦେଶର ଗ୍ରୀନଲାମ ଲିମିଟେଡ ନାଇଡୁ ପେଟାକୁ କାମ କରିବାକୁ ଯାଇ ଥିଲେ l ମାସକ ପରେ ଆଉ ତାଙ୍କ ସହ ଯୋଗାଯୋଗ ହେଇପାରୁନି। ପରିବାର ଲୋକ ସେ ଅଞ୍ଚଳକୁ ଖୋଜିବାକୁ ଯାଇ ନିରାଶ ହୋଇ ଫେରିଛନ୍ତି l ପୋଲିସ ଓ ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି l ହେଲେ ଆଶା ଆଶ୍ଵାସନାରେ ଜୀବନ ବିତୁଛି l ନା ଭାଈ ଫେରୁଛି ନା ଯୋଗାଯୋଗ ହୋଇ ପାରୁଛି l ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାପାଇଁ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀ କହିଛନ୍ତି l

Advertisment

ଅଧିକ ପଢ଼ନ୍ତୁ: ଆଜି ମିଳିବ 'ସୁଭଦ୍ରା' ଟଙ୍କା; ଯାଜପୁରରେ କିସ୍ତି ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ

Migrant Workers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ