Advertisment

BMC Attack: ଆଜିଠୁ ସାମୂହିକ ଛୁଟିରେ ରହିବାକୁ ନିଷ୍ପତ୍ତିରୁ ଓହରିଲା OAS ସଂଘ

ଗତକାଲି ଓଏଏସ ସଂଘର ସଦସ୍ୟଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ, ସିଏସ୍, ଡିଜି ଓ ସିପି । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ସାମୂହିକ ଛୁଟିରେ ରହିବାକୁ ନିଷ୍ପତ୍ତିକୁ ସ୍ଥଗିତ ରଖିଛି OAS ସଂଘ ।

ଅଦ୍ୟତନ ହୋଇଛି
BMC

BMC

Advertisment

BMC ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା କରି ଆଜିଠୁ ସାମୂହିକ ଛୁଟିରେ ରହିବାକୁ ନିଷ୍ପତ୍ତି ନେଇଥିବା ଓଏଏସ ସଂଘ ଏହାକୁ ସ୍ଥଗିତ ରଖିଛି । ଗତକାଲି ରାତି ପ୍ରାୟ ୧୧ଟା ବେଳେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଧରି ସଂଘ ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାଙ୍ଗରେ ମୁଖ୍ୟ ଶାସନ ସଚିବ, ଡିଜିପି ଏବଂ ଟୁଇନ୍ ସିଟି ପୋଲିସ କମିଶନର ମଧ୍ୟ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆଜିଠୁ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିବା ସଂଘ ଏଥିରୁ ବିରତ ରହିଛି ।

Advertisment

ଅଧିକ ପଢ଼ନ୍ତୁ: ଭୟଙ୍କର ଘଟଣା: ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ...

ସ୍ଥଗିତ ରଖିଛୁ ବାତିଲ କରିନାହୁଁ ବୋଲି ଏକ ପ୍ରେସ ବିବୃତ୍ତିରେ ଜଣାଇଛି ଓଡ଼ିଶା ଆଡମିନିଷ୍ଟ୍ରେସନ୍ ସର୍ଭିସ୍ ଆସୋସିଏସନ୍ । ଏହା ପୂର୍ବରୁ ସଂଘ କହିଥିଲା ଯେ, ରାଜଧାନୀ ଓ BMC ଭଳି ଅଫିସ ଭିତରେ ଆକ୍ରମଣ ଚିନ୍ତାଜନକ । ଦୂରଦୂରାନ୍ତର ଅଫିସ୍ ରେ କର୍ମଚାରୀ କେତେ ସୁରକ୍ଷିତ ବୋଲି ସଂଘ ପ୍ରଶ୍ନ କରିଛି। ଆକ୍ରମଣକାରୀଙ୍କ ବିରୋଧରେ BNSରେ ହତ୍ୟା ଉଦ୍ୟମ ଦଫା ଲାଗୁ କରିବାକୁ ସଂଘ ଦାବି କରିଛି। ଯେଉଁମାନଙ୍କ ପ୍ରରୋଚନାରେ ଆକ୍ରମଣ ହୋଇଛି, ସେମାନଙ୍କୁ ଗିରଫ କରାଯାଉ ବୋଲି କହିଛି ସଂଘ।

ତା ସହ ସରକାରୀ କର୍ମଚାରୀଙ୍କୁ କର୍ମକ୍ଷେତ୍ରରେ ଉପଯୁକ୍ତ ସୁରକ୍ଷା ଦିଆଯାଉ ବୋଲି ଦାବି କରାଯାଇଛି। ଦୋଷୀଙ୍କ ବିରୋଧରେ କଠୋର ଆଉ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ସଂଘ ଦାବି କରିଛି। ସଂଘର ଏହି ଦାବିକୁ ଓଡ଼ିଶା ଆଇଏଏସ୍ ଆସୋସିଏସନ୍ ମଧ୍ୟ ସମର୍ଥନ ଜଣାଇଥିଲା । ଓଏଏସ୍ ଆସୋସିଏସନ ଯେଉଁ ନିଷ୍ପତ୍ତି ନେଇଛି ତାକୁ ସମର୍ଥନ ଦେବା ସହ ଏଭଳି ଘଟଣାକୁ ନିନ୍ଦା କରାଯାଇଥିଲା ।

Advertisment

ଏପଟେ ଘଟଣା ପ୍ରତିବାଦରେ ଗତକାଲି ବିଏମସି ଅଫିସ ଆଗରେ ସଂଧ୍ୟାରେ ଆନ୍ଦୋଳନକୁ ଓହ୍ଲାଇଥିଲା ବିଜେଡି। ପରେ ରାସ୍ତାଘାଟ ଜାମ୍ ହେବାରୁ ବିଜେଡି ନେତାଙ୍କୁ ଉଠାଇ ନେଇଥିଲା ପୋଲିସ। BMC ମେୟର ସୁଲୋଚନା ଦାସଙ୍କ ସମେତ ଅନ୍ୟମାନଙ୍କୁ ପୋଲିସ ଉଠାଇ ନେଇଥିଲା। ପରେ ଜନପଥରେ ସ୍ବାଭାବିକ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।

ଅଧିକ ପଢ଼ନ୍ତୁ: ଓଏସ ଅଧିକାରୀଙ୍କୁ ଘୋଷାଡ଼ି ଆଣି ବିଧା, ଗୋଇଠା ମାରିଲେ ଦୁର୍ବୃତ୍ତ; କାହିଁକି ? 

Advertisment

BMC Odisha Administrative Service
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ