କେମିତି ଆଗକୁ ବଢ଼ିବ ଓଡ଼ିଶା, କେମିତି ବଢ଼ିବ ପର୍ଯ୍ୟଟନ, କେମିତି ଆଗେଇବ ଅର୍ଥନୀତି ? କେମିତି ବିକଶିତ ଓଡ଼ିଆ ପାଇଁ ଭଗୀରଥ ସାଜି ପାରିବେ ପ୍ରବାସୀ? ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଅବସରରେ ବିଭିନ୍ନ କ୍ଷେତ୍ରରେ ସଫଳତା ସାଉଁଟିଥିବା NRIଙ୍କ ମତାମତ ଲୋଡ଼ିଥିଲା ଓଟିଭି । ସେମାନେ ଓଡ଼ିଶାର ପ୍ରଗତିରେ ଭାଗିଦାର ହେବାକୁ ନିଜଆଡ଼ୁ ଆଗ୍ରହ ପ୍ରକାଶ କରିବା ସହ, ଦେଇଛନ୍ତି ଅନେକ ଉପାଦେୟ ପରାମର୍ଶ।
Also Read
ଓଡ଼ିଶାର ଉନ୍ନତି, ପ୍ରଗତି ଓ ଅଭିବୃଦ୍ଧି ପାଇଁ ପ୍ରବାସୀଙ୍କ ଟିପ୍ସ । 'ମେଡ୍ ଇନ୍ ଓଡ଼ିଶା' ଓ 'ବ୍ରାଣ୍ଡ୍ ଓଡ଼ିଶା'ର ହେଉ ପ୍ରଚାର ପ୍ରସାର । ଫୋକସରେ ଇନଭେଷ୍ଟମେଣ୍ଟ୍, ଇନଫ୍ରାଷ୍ଟକ୍ଚର ଓ ଟୁରିଜିମ୍ । ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଦେଶ ବିଦେଶରୁ ଆସିଛନ୍ତି ଅନେକ ପ୍ରବାସୀ ଓଡ଼ିଆ... ତା ସହ ବିବିଧ କ୍ଷେତ୍ରରୁ ବହୁ ସଫଳ NRI । କିଏ ୟୁକେ, ଆମେରିକା ଭଳି ବିକଶିତ ଦେଶରେ ବର୍ଷ ବର୍ଷ ଧରି ରହୁଛି, କିଏ ପୁଣି ବୁଲିଛି କୋଡ଼ିଏ-ତିରିଶି ଦେଶ । ସେମାନଙ୍କ ଅନୁଭୂତି, ଅଭିଜ୍ଞତା ଓ ଉପଲବ୍ଧିକୁ ଆଧାର କରି, ଓଟିଭି ପଚାରିଥିଲା ଗୋଟିଏ ପ୍ରଶ୍ନ ? କେମିତି ଆଗକୁ ବଢ଼ିବ ଓଡ଼ିଶା ?
ଅଧିକ ପଢ଼ନ୍ତୁ: ୪୨୦ ବଣ୍ଟି-ବବଲି ଯୋଡ଼ିଙ୍କ ଲମ୍ବୁଛି ଦାମୀ ଗାଡ଼ି ଲିଷ୍ଟ୍; ୩ କୋଟିର ମର୍ସିଡିଜ୍ ସିଜ୍
ଓଡ଼ିଶା ମାଟିରେ ହେବା ଦରକାର ପୁଞ୍ଜି ନିବେଶ ଓ ନିଯୁକ୍ତି ସୃଷ୍ଟି। ଏଥିପାଇଁ ନିଜଆଡ଼ୁ ଆଗ୍ରହ ପ୍ରକାଶ କରିଛନ୍ତି ଅନେକ ଉଦ୍ୟମୀ ପ୍ରବାସୀ। ତେବେ ଆଶା ରଖିଛନ୍ତି ସରକାରଙ୍କ ଆଗ୍ରହ, ତତ୍ପରତା ଓ ସହଯୋଗକୁ । ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ୍ ମାଧ୍ୟମରେ ପ୍ରବାସୀଙ୍କୁ ଆବଶ୍ୟକ ସୁବିଧା ଯୋଗାଇବାକୁ ଏକକ ପ୍ଲାଟଫର୍ମର ଆବଶ୍ୟକତା ରହିଛି ବୋଲି ଯୁକ୍ତି ବାଢ଼ିଛନ୍ତି ଅନେକ ।
ବିକଶିତ ଓଡ଼ିଶା ପାଇଁ ପର୍ଯ୍ୟଟନ କ୍ଷେତ୍ରରେ ବି ଭରପୁର ସୁଯୋଗ ଥିବା କହିଛନ୍ତି ପ୍ରବାସୀ । କିଏ ବୌଦ୍ଧ ପର୍ଯ୍ୟଟନର ପ୍ରଚାର ପ୍ରସାର କଲେ ଚୀନ୍, ଥାଇଲାଣ୍ଡ୍, ଜାପାନ ଓ କୋରିଆରୁ ପର୍ଯ୍ୟଟକ ଆକୃଷ୍ଟ ହେବେ ବୋଲି ପରାମର୍ଶ ଦେଇଛନ୍ତି ; ତ ଆଉ କିଏ ଟିପ୍ସ ଦେଇଛନ୍ତି ସାଧବ ପୁଅଙ୍କ ନୌବାଣିଜ୍ୟ ରୁଟ୍ରେ ରୟାଲ କ୍ରୁଜ୍ ଚଳାଇବାକୁ ଏବଂ ପୁରୀ ଓ କୋଣାର୍କ ବିଚ୍ କୁ 'ଡିଜ୍ନି-ସି' ଷ୍ଟାଇଲରେ ଡେଭଲପ୍ କରିବାକୁ। ତେବେ ପ୍ରଥମେ ଭଲ ରାସ୍ତା ଓ ଆଧୁନିକ ହୋଟେଲ୍ ଭଳି ଭିତ୍ତିଭୂମି ସହ, ସ୍ବତନ୍ତ୍ର ଟୁରିଜିମ୍ କରିଡର୍ ଓ ଇଣ୍ଟରନ୍ୟାସନାଲ କନେକ୍ଟିଭିଟି ଉପରେ ଗରୁତ୍ବ ଦିଆଯିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
କଟକର ରୁପା ତାରକସୀ ଆମ ଗର୍ବ, ସମ୍ବଲପୁରୀ ଶାଢ଼ି ବି ଆମ ଗୌରବ । ଓଡ଼ିଶାର କୋଣ ଅନୁକୋଣରେ ଲୁପ୍ତ ହେବାକୁ ବସିଥିବା ଅନେକ ହସ୍ତଶିଳ୍ପକୁ ପ୍ରୋତ୍ସାହନ ସହ, ବିଦେଶରେ ମେଡ୍ ଇନ୍ ଓଡ଼ିଶା ସାମଗ୍ରୀର ପ୍ରଚାର ପ୍ରସାର ହେବା ଦରକାର ବୋଲି ଜୋର୍ ଦେଇଛନ୍ତି ପ୍ରବାସୀ ।