Advertisment

Non-Hindu Enter Lingaraj Temple: ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଅଣହିନ୍ଦୁ

ଲିଙ୍ଗରାଜ ମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ । ଜଣେ ରୋମାନିଆ ନାଗରିକ ଆଜି ସାଢେ଼ ୧୨ଟା ବେଳେ ସିଂହ ଦ୍ଵାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ ।

ଅଦ୍ୟତନ ହୋଇଛି
Lingaraj Temple

Lingaraj Temple

Advertisment

ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଅଣହିନ୍ଦୁ । ଜଣେ ରୋମାନିଆ ନାଗରିକ ଆଜି ଲିଙ୍ଗରାଜ ମନ୍ଦିରରେ ପ୍ରବେଶ କରିଥିବା ଜଣାପଡିଛି । ଏହି ବିଦେଶୀ ଜଣକ ଦିନ ପ୍ରାୟ ସାଢେ ୧୨ଟା ବେଳେ ସିଂହଦ୍ୱାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ସେବାୟତମାନେ ତାଙ୍କୁ  ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଏହାପରେ ପୋଲିସ ସମ୍ପୃକ୍ତ ପର୍ଯ୍ୟଟକଙ୍କୁ ମନ୍ଦିର ବାହାରକୁ ଆଣି ପଚରାଉଚରା କରିଥିଲେ । ପ୍ରାୟ ଘଣ୍ଟାଏ କାଳ ଅଟକ ରଖି ପଚରାଉଚରା ପରେ ବିଦେଶୀଙ୍କୁ ଛାଡି ଦିଆଯାଇଥିବା ଜଣାପଡିଛି ।

Advertisment

ଅଧିକ ପଢନ୍ତୁ: ପରିକ୍ରମା ପ୍ରକଳ୍ପରେ ଭଙ୍ଗା ଯାଇଥିବା ମଠ ମନ୍ଦିରର ହେବ ପୁନର୍ବାସ

ଲିଙ୍ଗରାଜ ମନ୍ଦିରରେ ଅଣହିନ୍ଦୁ ପ୍ରବେଶ କରିବାର ଏହା ଗୋଟିଏ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଏମିତି ଘଟଣା ଦେଖିବାକୁ ମିଳିଛି । ତିନି ଦିନ ତଳେ ଲିଙ୍ଗରାଜ ମନ୍ଦିର ଉପରେ ଡ୍ରୋନ ଉଡୁଥିବାର ଦେଖାଯାଇଥିଲା । ପୁଣି ଆଜିର ଏହି ଘଟଣା ପରେ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Bhubaneswar Lingaraj Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ