Advertisment

ଗିରଫ ହୋଇପାରନ୍ତି ସାଂସଦ ଅନୁଭବ ମହାନ୍ତି, ଜାରି ହେଲା NBW

ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ଚାର୍ଜଫ୍ରେମ୍ ପାଇଁ ହାଜର ନ ହେବାରୁ NBW ଜାରି କଲେ କୋର୍ଟ ।

ଅଦ୍ୟତନ ହୋଇଛି
Anubhav Mohanty May Arrest

Anubhav Mohanty

Advertisment

ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ NBW । ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି କଟକ ଜେଏମଏଫସି (MP, MLA) କୋର୍ଟ । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ NBW ଜାରି ହୋଇଛି । ପୁରୀଘାଟ ଥାନାରେ ରୁଜୁ ମାମଲାରେ ଜାରି ହେଲା ଜାମିନ ବିହୀନ ଗିରଫ ପରୱାନା । ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ ଅନୁଭବ। ଚାର୍ଜଫ୍ରେମ୍ ପାଇଁ ହାଜର ନ ହେବାରୁ NBW ଜାରି କଲେ କୋର୍ଟ । ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ  ନିର୍ଦ୍ଦେଶ ଦେଇଛନ୍ତି।  ସରକାରୀ ଓକିଲ ଆଫ୍ରୋଜ୍‌ ଅହମ୍ମଦ  ଆଜି ଏହି ସୂଚନା ଦେଇଛନ୍ତି। ଏନେଇ ଅନୁଭବଙ୍କ ପକ୍ଷରୁ ଏନେଇ କୌଣସି  ପ୍ରତିକ୍ରିୟା ମଳିନାହିଁ। 

Advertisment

ଅଧିକ ପଢ଼ନ୍ତୁ: କେମିତି ଥିଲା ବର୍ଷା-ଅନୁଭବଙ୍କ ୧୦ ବର୍ଷ ସମ୍ପର୍କ; ଏକ୍ସରେ ମନ ଖୋଲି କହିଲେ ଅନୁଭବ

ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେବା ଅଭିଯୋଗର ବିଚାର ପାଇଁ କଟକ ଜେଏମଏଫସି କୋର୍ଟ ମେ’ ୮ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାରୁ ମୁକ୍ତି ପାଇଁ ଅନୁଭବ ଦାଏର କରିଥିବା ଡିସଚାର୍ଜ ପିଟିସନକୁ କୋର୍ଟ ଖାରଜ କରିବା ସହ ଆସନ୍ତା ୧୦ ତାରିଖରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

Advertisment

ଅନୁଭବ ମହାନ୍ତି ଓ ତାଙ୍କର ଦୁଇ ଜଣ ସହଯୋଗୀ ସୁଜିତ ଦଳେଇ ଏବଂ ଖଗେନ୍ଦ୍ର ପ୍ରସାଦ ସାହୁ ମିଳିତ ଭାବେ ବର୍ଷାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଥିବା ନେଇ ସେ ଅଭିଯୋଗ କରିଥିଲେ। ଏନେଇ ବର୍ଷା ୨୦୨୦ ମସିହା ଡିସେମ୍ବର ୧୯ ତାରିଖରେ ପୁରୀଘାଟ ଥାନାରେ ଏତଲା ଦାଏର କରିଥିଲେ। ଅଭିଯୋଗର ତଦନ୍ତ କରି ପୁରୀଘାଟ ପୋଲିସ ଆଇପିସିର ଦଫା 498A/ 341/ 294/ 506/ 509/ 109/34ରେ ଚାର୍ଜଶିଟ ଦାଖଲ କରିଥିଲା। ତେବେ ଏସବୁ ଅଭିଯୋଗ ମିଥ୍ୟା ଦର୍ଶାଇ ମାମଲାରୁ ମୁକ୍ତି ପାଇଁ ଅନୁଭବ ଡିସଚାର୍ଜ ପିଟିସନ ଦାଏର କରିଥିଲେ।

Anubhav Mohanty
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ