/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725365046.jpg)
Excise Office
କଟକରେ ଅବକାରୀ କମିଶନର ଅଫିସ ରହିବ କହିଲେ ଅବକାରୀ କମିଶନର ନରସିଂହ ଭୋଳ । ଓଟିଭିକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, କଟକରେ ଅବକାରୀ କମିଶନର ଅଫିସ ଅଛି, ସ୍ଥାନାନ୍ତର ପ୍ରସ୍ତାବ ନାହିଁ । ଭୁବନେଶ୍ବରରେ କେବଳ କ୍ୟାମ୍ପ ଅଫିସ୍, ଜରୁରୀ କାମ ପଡ଼ିଲେ ଆସେ । ପୂର୍ବରୁ ରାଜସ୍ବ ବିଭାଗ ଅଧିନରେ ଅବକାରୀ ବିଭାଗ ରହିଥିଲା । ସେଥିପାଇଁ କମିଶନର ଅଫିସ ରାଜସ୍ବ ପର୍ଷଦ କୋଠାରେ ଚାଲିଥିଲା । ୧୯୯୯ରେ ଅଲଗା ହେବା ପରେ ବି ଅଫିସ ସେଇଠି ଚାଲିଥିଲା । ୨ ବର୍ଷ ତଳେ ନିର୍ଦ୍ଦେଶ ହେବାରୁ ଫ୍ଲାଇଂ ସ୍କ୍ବାଡ୍ ଅଫିସକୁ ସ୍ଥାନାନ୍ତର ହୋଇଥିଲା ବୋଲି ନରସିଂହ ଭୋଳ କହିଛନ୍ତି ।
ତେବେ କଟକରେ ସ୍ଥାନାଭାବରୁ କେବଳ ଲ୍ୟାବ୍ ଭୁବନେଶ୍ବର ଆସିଥିଲା । ଗୋଦାମ, ଲ୍ୟାବ୍ ଏବଂ ଫ୍ଲାଇଂ ସ୍କ୍ବାଡ୍ ଅଫିସ ଭୁବନେଶ୍ବର ଆସିଥିଲା । କମିଶନର ଅଫିସ କଟକରେ ଅଛି, ସ୍ଥାନାନ୍ତର ପ୍ରସ୍ତାବ ନାହିଁ ବୋଲି କମିଶନର ଭୋଳ କହିଛନ୍ତି । ସୂଚନା ଅନୁସାରେ ଗତକାଲି କଟକ ବାରବାଟୀ ବିଧାୟକ ସୋଫିଆ ଫିର୍ଦ୍ଦୋସ ସିଡିଏ କୃଷକ ବଜାରରେ ଥିବା ଅବକାରୀ କମିଶନରଙ୍କ ଅଫିସକୁ ପରିଦର୍ଶନରେ ଯାଇଥିଲେ । ଯଦି ସରକାର କଟକରୁ ଏହି ଅଫିସ ଉଠାଇ ଦିଅନ୍ତୁ ତେବେ ଆଗକୁ ଆନ୍ଦୋଳନ ହେବ ବୋଲି ସେ କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)