No Mobile Network: ୭ ବର୍ଷ ହେଲା ଛିଡ଼ା ହୋଇଛି ଟାୱାର, କନେକ୍‌ସନ୍‌ ନାହିଁ

ଯେଉଁ ଗାଁରେ କଥା ହେବା ପାଇଁ ନେଟୱର୍କ ଆସୁନି, ସେପରି ସ୍ଥିତିରେ ନେଟ୍‌ କଥା ନକହିବା ଭଲ। ଛାତ୍ରଛାତ୍ରୀମାନେ ଅନ୍‌ ଲାଇନ୍‌ରେ ପାଠ ପଢି ପାରୁନାହାନ୍ତି।

ଗାଁରେ ନିର୍ମାଣ ହୋଇଥିବା ମୋବାଇଲ ଟାୱାର

ଏମିତି ହାଇଟେକ୍‌ ହେଉଛି ଆମ ଗାଁ। ଯେଉଁଠି ମୋବାଇଲ୍‌ ଟାୱାର ନିର୍ମାଣ ହୋଇଛି। ହେଲେ ୭ ବର୍ଷ ହେଲା କନେକ୍‌ସନ୍‌ ଦିଆଯାଉନି। ଯେଉଁଥିପାଇଁ ଲୋକଙ୍କୁ ଗାଁଠାରୁ ୨ କିମି ଦୂର ଜଙ୍ଗଲକୁ ଯିବାକୁ ପଡ଼ୁଛି। ପିଲାଙ୍କ ଅନ୍‌ଲାଇନ୍‌ ପାଠ ପଢ଼ା କଥା ନହିକହିବା ଭଲ। ଅନ୍‌ଲାଇନ୍‌ ପାଠ ପଢ଼ା କ’ଣ ଛାତ୍ରଛାତ୍ରୀମାନେ ଜାଣିନଥିବା ଆଲୋଚନା ହେଉଛି। ଏମିତି ଏକ ଗାଁ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ।

ବାଲିଗୁଡା ବ୍ଲକ୍‌ର କୁଟିକିଆ ପଞ୍ଚାୟତ। ଲୋକଙ୍କୁ ମୋବାଇଲ ଓ ନେଟ୍‌ ସେବା ଯୋଗାଇଦେବା ପାଇଁ ଆଜକୁ ୭ ବର୍ଷ ତଳେ ଟାୱାର ନିର୍ମାଣ କରାଯାଇଥିଲା। ଇତି ମଧ୍ୟରେ ମୋବାଇଲ ଟାୱାର ନିର୍ମାଣ କାର୍ଯ୍ୟ ସରିଯାଇଛି। ହେଲେ ଦୁଃଖ ଓ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ସେହି ମୋବାଇଲ ଟାୱାର କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଯାହାଫଳରେ ପଞ୍ଚାୟତର ଲୋକମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘର ଭିତରେ ବା ବାହାରେ ମୋବାଇଲ୍‌ ଫୋନ୍‌ ରିସିଭ୍‌ କରିହେଉନାହିଁ। ଯଦି କୌଣସି ସ୍ଥାନକୁ ଫୋନ୍‌ କରିବାକୁ ହେବ, ତାହାହେଲେ କୁଟିକିଆଠାରୁ ଦୁଇ କିଲୋମିଟର ଦୂର ଜଙ୍ଗଲକୁ ଯିବାକୁ ପଡ଼ୁଛି।

ଅଧିକ ପଢ଼ନ୍ତୁ: SCBରେ ଚିକିତ୍ସା ବ୍ୟବସ୍ଥାର ବିକଳ ଚିତ୍ର; ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ-ଭିଡିଓ 

ଯେଉଁ ଗାଁରେ କଥା ହେବା ପାଇଁ ନେଟୱର୍କ ଆସୁନି, ସେପରି ସ୍ଥିତିରେ ନେଟ୍‌ କଥା ନକହିବା ଭଲ। ଛାତ୍ରଛାତ୍ରୀମାନେ ଅନ୍‌ ଲାଇନ୍‌ରେ ପାଠ ପଢି ପାରୁନାହାନ୍ତି। ହାଇଟେକ୍‌ ଦୁନିଆରେ ଯେତେବେଳେ ପିଲାମାନେ ଅନ୍‌ଲାଇନ୍‌ କ୍ଲାସ୍‌ କରୁଛନ୍ତି, ସେପରିସ୍ଥିତିରେ ଏହି ଗାଁର ପିଲାମାନେ ଅନ୍‌ଲାଇନ୍ ପାଠ କଣ ଜାଣିନାହାନ୍ତି! ଅନ୍ୟପକ୍ଷରେ ମୋବାଇଲ ନେଟୱର୍କ ନଥିବାରୁ ଜରୁରୀ ପରିସ୍ଥିତିରେ ରୋଗୀଙ୍କୁ ହସ୍ପିଟାଲ ନେବା ପାଇଁ ଟୋଲ୍‌ ଫ୍ରି ନମ୍ୱର ୧୦୮କୁ ଫୋନ କରିପାରୁ ନାହାନ୍ତି। ଯେଉଁଥିପାଇଁ ଲୋକମାନେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏ ନେଇ ପଞ୍ଚାୟତର ଲୋକମାନେ ବିଭିନ୍ନ ସମୟରେ ବିଭାଗୀୟ ଅଧିକାରୀଙ୍କଠାରେ ଆରମ୍ଭ କରି ରାଜନେତାଙ୍କ ପାଖରେ ବହୁବାର ଗୁହାରୀ କରିଛନ୍ତି। ହେଲେ ସମସ୍ତଙ୍କଠାରୁ ନିରାଶ ହେବାକୁ ପଡ଼ିଛି। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ଅଧିକ ପଢ଼ନ୍ତୁ: ଯୁଗାନ୍ତକାରୀ ଓ ଐତିହାସିକ ହେବ ଉତ୍କର୍ଷ ଓଡ଼ିଶା, ଗଙ୍ଗାର ସ୍ରୋତ ଭଳି ଓଡ଼ିଶା ଆସିବେ ନିବେଶକ

ଗାଁର ସୁରେଶ କୁମାର ସାହୁ କହିଛନ୍ତି, ମୋବାଇଲ ଟାୱାର ବସିଛି। ହେଲେ ଆଜି ପର୍ଯ୍ୟନ୍ତ କନେକ୍‌ସନ୍‌ ଦିଆଯାଉନାହିଁ। ଯେଉଁଥିପାଇଁ ମୋବାଇଲ୍‌ରେ କଥା ହୋଇପାରୁନାହୁଁ କି ପିଲାମାନେ ଅନ୍‌ଲାଇନ୍‌ କ୍ଲାସ୍‌ କରିପାରୁନାହାନ୍ତି। ଜରୁରୀ ପରିସ୍ଥିତିରେ ଆମ୍ୱୁଲାନ୍ସ ପାଇଁ ଯୋଗାଯୋଗ କରିପାରୁ ନାହୁଁ। ଆମେ ବହୁ ଅସୁବିଧାରେ ପଡ଼ୁଛୁ ବୋଲି ସୁରେଶ ସାହୁ କହିଛନ୍ତି।