Advertisment

KIIT Student Death: କମିଶନ କରିବ କିଟ୍‌ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାର ସରଜମିନ ତଦନ୍ତ

ଅଭିଯୋଗ ନମ୍ବର ୫: ନିର୍ଯାତନା ଅଭିଯୋଗର ସମାଧାନରେ ବିଫଳ ହେବା ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶୋଷଣରେ ସଂପୃକ୍ତ ନେଇ ଅଭିଯୋଗ ପରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନଙ୍କୁ ଅନୁରୋଧ ଏତେସବୁ ଗୁରୁତର ଅଭିଯୋଗ ପାଇବା ପରେ କ୍ଷୁବ୍ଧ ହୋଇଛନ୍ତି ଜାତୀୟ ମାନବାଧିକାର କମିଶନ।

undefined

KIIT

Advertisment

ବଢ଼ିଲା କିଟ୍ ଅଡ଼ୁଆ। ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଲାଗିଲା NHRC ଛାଟ! ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାର ସରଜମିନ ତଦନ୍ତ କରିବେ ଜାତୀୟ ମାନବାଧିକାର କମିଶନ। ଏକାଧିକ ପିଟିସନ ଦାଖଲ ପରେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଲାଗି ଡିଜି ଇନ୍‌ଭେଷ୍ଟିଗେସନ ଓ ଲ’ ରେଜିଷ୍ଟ୍ରାରଙ୍କୁ NHRCଙ୍କ ନିର୍ଦ୍ଦେଶ। NHRC ଇନଭେଷ୍ଟିଗେସନ ବିଭାଗର ଜଣେ SSP ରାଙ୍କ ଅଧିକାରୀଙ୍କ ସମେତ ୩ ଜଣିଆ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାକୁ କୁହାଯାଇଛି। ସମସ୍ତ ଘଟଣାର ଯାଞ୍ଚ ସାରି ମାର୍ଚ୍ଚ ୧୦ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି NHRC। 

Advertisment

ତେବେ ନଜର ପକାନ୍ତୁ କିଟ୍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତଙ୍କ ବିରୋଧରେ ପିଟିସନରେ କଣ କଣ ଅଭିଯୋଗ ରହିଛି?

ଅଭିଯୋଗ ନମ୍ବର ୧: କିଟ୍‌ର ମୃତ ନେପାଳୀ ଛାତ୍ରୀ ତାଙ୍କ ପୂର୍ବତନ ପୁରୁଷ ବନ୍ଧୁଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ। ଏନେଇ ଛାତ୍ରୀଙ୍କ ଅଭିଯୋଗ ସତ୍ତ୍ୱେ ଅଣଦେଖା କରିଥିଲେ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ରିଲେସନ ଅଫିସର୍-IRO। ଫଳସ୍ୱରୂପ ଛାତ୍ରୀ ଜଣକ ନିଜର ଜୀବନ ହାରିଥିଲେ।

Advertisment

ଅଧିକ ପଢନ୍ତୁ: ଏପ୍ରିଲ୍‌ ୨୪ରେ ପାଳନ ହେବ ପଞ୍ଚାୟତିରାଜ ଦିବସ, ଚିହିଁକି ଉଠିଲା ବିଜେଡି

ଅଭିଯୋଗ ନମ୍ବର ୨: ଏହି ଘଟଣା ନେଇ ନ୍ୟାୟ ଦାବି କରୁଥିବା ଅନ୍ୟ ନେପାଳୀ ଛାତ୍ରଛାତ୍ରୀଙ୍କୁ କିଟ୍ ଅଧିକାରୀ ଓ ସୁରକ୍ଷା କର୍ମୀ ଗାଳିଗୁଳଜ କରିବା, ଧମକ ଦେବା ସହ ମାଡ଼ ମାରିଥିଲେ।

Advertisment

ଅଭିଯୋଗ ନମ୍ବର ୩: ସେହିପରି କିଟ୍ ଏବଂ କିସ୍ ବିରୋଧରେ ଆସିଛି ଆଦିବାସୀ ପିଲାଙ୍କୁ ଶୋଷଣ, ସେମାନଙ୍କ ମାନବାଧିକାର ଉଲ୍ଲଂଘନ ତଥା ବେଆଇନ ଜମି ଅଧିଗ୍ରହଣରେ ସଂପୃକ୍ତି ଅଭିଯୋଗ।

ଅଭିଯୋଗ ନମ୍ବର ୪: ୨୦୧୭ର ଶିଶୁ ମଙ୍ଗଳ କମିଟି- CWC ରିପୋର୍ଟ ଅନୁସାରେ, କିସରେ ଆବଶ୍ୟକତାଠାରୁ ଅଧିକ ଅନ୍ତେବାସୀ ସମେତ ଅସ୍ୱଚ୍ଛ ପରିବେଶ ସହ ମୌଳିକ ସୁବିଧାର ଅଭାବ ରହିଛି।

ଅଧିକ ପଢନ୍ତୁ: ଗହୀରମଥାରୁ ମୁହଁ ମୋଡ଼ିଲେଣି ଅଲିଭରିଡଲେ

ଅଭିଯୋଗ ନମ୍ବର ୫: ନିର୍ଯାତନା ଅଭିଯୋଗର ସମାଧାନରେ ବିଫଳ ହେବା ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶୋଷଣରେ ସଂପୃକ୍ତ ନେଇ ଅଭିଯୋଗ ପରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସହ ଅନ୍ୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନଙ୍କୁ ଅନୁରୋଧ ଏତେସବୁ ଗୁରୁତର ଅଭିଯୋଗ ପାଇବା ପରେ କ୍ଷୁବ୍ଧ ହୋଇଛନ୍ତି ଜାତୀୟ ମାନବାଧିକାର କମିଶନ।

ଗତ ୨୮ ତାରିଖରେ ଡିଜି ଇନ୍ଭେଷ୍ଟିଗେସନଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ୩ ତାରିଖରେ ପୁଣିଥରେ ଲ’ ରେଜିଷ୍ଟ୍ରାରଙ୍କୁ ଘଟଣାର ସରଜମିନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ କିଟ୍ ଘଟଣାରେ ରାଜ୍ୟ ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଉଠିଛି ପ୍ରଶ୍ନ।ଘଟଣା ପରେ ଗୃହ ସଚିବଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ସଚିବସ୍ତରୀୟ କମିଟି ଘଟଣାସ୍ଥଳକୁ ଯାଇ ତଦନ୍ତ କଲେ। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ଏକାଧିକ କିଟ୍ କର୍ମଚାରୀଙ୍କ ବୟାନ ରେକର୍ଡ କଲେ। ହେଲେ ସେଇଠି ଯେମିତି ଅଟକି ଯାଇଛି ସବୁକିଛି। ନା କୌଣସି କାର୍ଯ୍ୟାନୁଷ୍ଠାନ ନେଲେ, ନା ଘଟଣା ସଂପର୍କରେ ବିବୃତ୍ତି ରଖିଲେ। ଆଇନ ମନ୍ତ୍ରୀଙ୍କୁ ଏ ସଂପର୍କରେ ପଚାରିବାରୁ ସେ କହିଛନ୍ତି, କିଟ୍ ନେଇ ଗଠନ ହୋଇଥିବା କମିଟି ହିଁ ଏହାର ଜବାବ ରଖିପାରିବ।

BJP KIIT KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ