Advertisment

KIIT Student Death: କିଟ୍‌ ଛାତ୍ରୀ ମୃତ୍ୟୁ, ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ ନୋଟିସ୍‌ କଲେ NHRC

କିଟ୍‌ ବିଶ୍ୱବିଦ୍ୟାଳୟରେ ଆଉ ଜଣେ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା । ତୁରନ୍ତ ଏତଲା ଦାଏର କରି ତଦନ୍ତ କରିବାକୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ NHRC ।

ଅଦ୍ୟତନ ହୋଇଛି
KIIT Student Death

KIIT Student Death

Advertisment

ଅଢ଼େଇ ମାସର ବ୍ୟବଧାନରେ କିଟ୍‌ ବିଶ୍ୱବିଦ୍ୟାଳରେ ପୁଣି ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନୋଟିସ୍ କରିଛନ୍ତି ଜାତୀୟ ମାନବାଧିକାର କମିଶନ । ତୁରନ୍ତ ଏତଲା ଦାଏର କରି ଘଟଣାର ତଦନ୍ତ କରିବାକୁ ନୋଟିସ୍‌ରେ ନିର୍ଦ୍ଦେଶ ଦେଇଛନ୍ତି NHRC । ଆସନ୍ତା ୯ ତାରିଖ ସୁଦ୍ଧା ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି । ରିପୋର୍ଟରେ ଏତଲା ଓ ପୋଷ୍ଟମର୍ଟମ୍ କପି ମଧ୍ୟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । 

Advertisment

NHRC ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ, ଛାତ୍ରୀ ମୃତ୍ୟୁ ଘଟଣାରେ ପୀଡ଼ିତାଙ୍କ ମାନବିକ ଅଧିକାର ଉଲ୍ଲଙ୍ଘନ ହୋଇଛି । ୩ ମାସ ଭିତରେ କିଟରେ ୨ ଜଣ ଛାତ୍ରୀ ମୃତ୍ୟୁ ଘଟଣାକୁ ଘୋର ଉଦ୍‌ବେଗଜନକ ବୋଲି ଦର୍ଶାଇଛନ୍ତି କମିଶନ୍ । ଏହା ପୂର୍ବରୁ ମଧ୍ୟ ପ୍ରଥମ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ କିଟ୍ ଆସି ଘଟଣାର ସରଜମିନ୍ ତଦନ୍ତ ସହ ଛାତ୍ରୀ ମୃତ୍ୟୁ ପାଇଁ କିଟ୍ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାକୁ ଦାୟୀ କରିଥିଲେ ।

ଅଧିକ ପଢ଼ନ୍ତୁ: କିଟ୍‌ରେ ପୁଣି ଗଲା ନେପାଳୀ ଛାତ୍ରୀଙ୍କ ଜୀବନ, ମିଳିନି ସୁଇସାଇଡ୍ ନୋଟ୍

Advertisment

ଅନ୍ୟପଟେ ଆଜି ମୃତ ନେପାଳୀ ଛାତ୍ରୀଙ୍କ ହେବ ଶବ ବ୍ୟବଚ୍ଛେଦ । ଛାତ୍ରୀଙ୍କ ମୃତଦେହ ଏବେ ଭୁବନେଶ୍ବର ଏମ୍ସରେ ରହିଛି । ଗତକାଲି ତାଙ୍କର ପରିବାର ଲୋକେ ଭୁବନେଶ୍ବରରେ ପହଞ୍ଚିବା ପରେ ଏମ୍ସ ଯାଇ ଝିଅର ମୃତଦେହକୁ ଚିହ୍ନଟ କରିଥିଲେ । କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହେଲା ସେନେଇ ପୋଲିସ ଛାନଭିନ୍ ଚଳାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତଦନ୍ତରେ ଆହୁରି ସହାୟକ ହୋଇପାରିବ । 

ସେହିପରି ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ନ୍ୟାୟ ଦାବି କରିଛି ମୂଳ ପ୍ରବାହ ଅଖିଳ ଭାରତ ନେପାଳୀ ଏକତା ସମାଜ କମିଟି । ଯାହା ଘଟୁଛି କିଛି ଭଲ ହେଉନାହିଁ । ଆଗକୁ କାହା ସହ ବି ଏପରି ନହେଉ ବୋଲି କମିଟି ସଦସ୍ୟ କହିଛନ୍ତି । 

Advertisment

ଅଧିକ ପଢ଼ନ୍ତୁ: କିଟ୍ ଛାତ୍ରୀ ମୃତ୍ୟୁ: କମିଟି ଗଠନ କଲା UGC, ୧୦ ଦିନ ଭିତରେ ରିପୋର୍ଟ ଦାଖଲ କରିବ କମିଟି

NHRC KIIT Student Death KIIT University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ