Astrospeak
  • Live TV
  • Read In English

KIIT University: ବଢିଲା କିଟ୍‌ ଅଡୁଆ, ନେପାଳୀ ଛାତ୍ରୀ ମୃତ୍ୟୁ ପାଇଁ ଦାୟୀ କଲେ NHRC

ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍‌କୁ ଦାୟୀ କଲେ NHRC ଟିମ୍ । ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଲେ । ଆସନ୍ତା ୪ ସପ୍ତାହ ମଧ୍ୟରେ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଲେ NHRC ।

KIIT University
ବଢିଲା କିଟ୍ ଅଡ଼ୁଆ

ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ ବଢିଲା କିଟ୍ ଅଡ଼ୁଆ । ଛାତ୍ରୀଙ୍କ ଆତ୍ମହତ୍ୟା ପାଇଁ କିଟ୍ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ NHRC । କିଟ୍ ବିଶ୍ୱବିଦ୍ୟାଳୟର ଆଇଆରଓ, ବିଶ୍ୱବିଦ୍ୟାଳୟର ଅଧିକାରୀ, ଶୃଙ୍ଖଳାଗତ କମିଟି ତଥା କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଛନ୍ତି NHRC ଟିମ୍ । ଏହି ଘଟଣାରେ ଆସନ୍ତା ୪ ସପ୍ତାହ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । 

ଗତ ୬ରୁ ୮ ତାରିଖ ପର୍ଯ୍ୟନ୍ତ କିଟ୍ କାଣ୍ଡର ତଦନ୍ତ କରିଥିଲେ NHRCର ଦୁଇ ଜଣିଆ ଟିମ୍ ।  NHRCଙ୍କ କହିବା ଅନୁସାରେ, କିଟ୍ କର୍ତ୍ତୃପକ୍ଷ ଛାତ୍ରୀମାନଙ୍କ ସୁରକ୍ଷା ନେଇ ଆଦୌ ଚିନ୍ତିତ ନଥିଲେ । ସେମାନଙ୍କୁ କ୍ୟାମ୍ପସରୁ ବାହାର କରିଦିଆଯାଇଥିଲା । ସମ୍ବେଦନଶୀଳ ଘଟଣାକୁ ହାଲୁକା ଭାବେ ନେଇଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ତେଣୁ ଛାତ୍ରୀ ମୃତ୍ୟୁ ପାଇଁ କିଟ୍‌କୁ ଦାୟୀ କରି ଘଟଣାରେ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି NHRC । ଏହାସହ ତଦନ୍ତର ଅଗ୍ରଗତି ବାବଦରେ ଜଣାଇବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । 

ଅଧିକ ପଢ଼ନ୍ତୁ: ଯୌନ ନିର୍ଯାତନା ଅଭିଯୋଗ ଶୁଣି ଚୁପ୍‌ ଥିଲେ ?

ଆହୁରିମଧ୍ୟ, ୟୁଜିସି ଗାଇଡଲାଇନର ଉଲ୍ଲଂଘନ ନେଇ ୟୁଜିସି ଅଧ୍ୟକ୍ଷ କିଟ୍ ଓ କିସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରିପୋର୍ଟ ଦାଖଲ କରିବେ ବୋଲି ଏନଏଚଆରସି ନିର୍ଦ୍ଦେଶରେ କହିଛନ୍ତି । ସେହିପରି ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ୍ ଆକ୍ରିଡେସନ କାଉନସିଲ୍ ଗାଇଡଲାଇନ୍ସ ଉଲ୍ଲଂଘନ ବାବଦରେ NACC ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ ସପ୍ତାହରେ ରିପୋର୍ଟ ଦାଖଲ କରିବେ । 

ଅନ୍ୟପଟେ କିସ୍ ପରିସରରେ ନିମ୍ନମାନର ରହଣୀ ସ୍ଥିତି ବାବଦରେ ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି NHRC । ପୂର୍ବରୁ ଯୁଗ୍ମ ତଦନ୍ତକାରୀ ଟିମ୍ ଗଠନ କରି ଏହାର ତଦନ୍ତ ପାଇଁ ସୁପାରିସ କରିଥିଲା ଶିଶୁ କଲ୍ୟାଣ କମିଟି ।  ତେବେ ଏନେଇ ଯୋଗାଯୋଗ କରିଥିଲେ ବି କିଟ୍ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି ।  

ଅଧିକ ପଢ଼ନ୍ତୁ: ନେପାଳୀ ଛାତ୍ରୀ ଆତ୍ମହତ୍ୟା ପାଇଁ ଦାୟୀ ରହିବେ କି କିଟ୍ କର୍ତ୍ତୃପକ୍ଷ ?