Advertisment

Lord Jagannath Land: ରାଜ୍ୟବ୍ୟାପୀ ଜବଦଖଲମୁକ୍ତ ହେବ ଜଗନ୍ନାଥଙ୍କ ଜମି, ୩ ମାସ ଭିତରେ ଆସିବ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି

ଜଗନ୍ନାଥ ଜମି ଜବର ଦଖଲକାରୀଙ୍କ ଉପରେ ସରକାରଙ୍କ ନଜର । ଦୁଇବର୍ଷରେ ତୁଟିବ ଜଗନ୍ନାଥ ଜମି ସମସ୍ୟା । ରାଜ୍ୟବ୍ୟାପୀ ଜଗନ୍ନାଥ ଜମି ବିବାଦର ବିଦାଦ ତୁଟାଇବାକୁ ତିନିମାସ ମଧ୍ୟରେ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି ଆଣିବେ

ଅଦ୍ୟତନ ହୋଇଛି
undefined

ଜବରଦଖଲ ମୁକ୍ତ ହେବ ଜଗା ଜମି

Advertisment

ରାଜ୍ୟବ୍ୟାପୀ ଜବଦଖଲମୁକ୍ତ ହେବ ଜଗନ୍ନାଥଙ୍କ ଜମି, ଏଥିପାଇଁ ତିନି ମାସ ଭିତରେ ସରକାର ଆଣିବେ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି । ଦୀର୍ଘଦିନ ଧରି ରହି ଆସିଥିବା ଜଗନ୍ନାଥଙ୍କ ଜମିସମସ୍ୟା ସଂପର୍କରେ ଆଜି ବିଧାନସଭାରେ ଏଭଳି ବଡ଼ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ । କହିଛନ୍ତି ଜଗନ୍ନାଥ ଜମି ଜବରଦଖଲରେ ଥିବା ଲୋକଙ୍କ ଲ୍ୟାଣ୍ଡ ସେଟେଲମେଣ୍ଟ କରାଯାଇ ସେମାନଙ୍କୁ ରିହାତିରେ ୧୦୦ ଡିସିମିଲ ଜାଗା ଯୋଗାଇ ଦିଆଯିବ ।

Advertisment

ଅଧିକ ପଢ଼ନ୍ତୁ: କାହିଁକି ଭିଆରଏସ୍ ନେଲେ ପାଣ୍ଡିଆନଙ୍କ ପତ୍ନୀ ? ରାଜନୀତି କରିବେ ନା ଓଡ଼ିଶା ଛାଡ଼ିବେ ?

ଜଗନ୍ନାଥ ଜମି ଜବର ଦଖଲକାରୀଙ୍କ ଉପରେ ସରକାରଙ୍କ ନଜର । ଦୁଇବର୍ଷରେ ତୁଟିବ ଜଗନ୍ନାଥ ଜମି ସମସ୍ୟା । ରାଜ୍ୟବ୍ୟାପୀ ଜଗନ୍ନାଥ ଜମି ବିବାଦର ବିଦାଦ ତୁଟାଇବାକୁ ତିନିମାସ ମଧ୍ୟରେ ସରକାର ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି ଆଣିବେ ଏବଂ ଏହାକୁ କ୍ୟାବିନେଟ୍ ଅନୁମୋଦନ ମିଳିବ ବୋଲି ଆଜି ଗୃହରେ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଥିସହ ମନ୍ତ୍ରୀ କହିଛନ୍ତି ଯେଉଁମାନେ ଅଧିକ ବର୍ଷ ଜଗନ୍ନାଥଙ୍କ ଜମି ଜବରଦଖଲ କରିଥିବେ ସେମାନଙ୍କୁ ରାଜ୍ୟ ସରକାର ୧୦୦ ଡିସିମିଲ ଜାଗା ରିହାତି ଦରରେ ଯୋଗାଇ ଦେବେ ।

Advertisment

ରାଜ୍ୟର ୨୪ଟି ଜିଲ୍ଲାରେ ୬୦ ହଜାର ୪୨୬.୯୪ ଏକର ଜଗନ୍ନାଥଙ୍କ ଜମି ରହିଛି । ସେଥିରୁ ୩୮ ହଜାର ୬୧ ଏକର ଜମିର ସଂଶୋଧିତ ସତ୍ତ୍ବଲିପି ରାଜ୍ୟ ସରକାରଙ୍କ ପାଖରେ ରହିଛି । ଯାହାର ଡିଜିଟାଇଜେସନ ପ୍ରକ୍ରିୟା ଜାରି ରହିଛି । ୨୨ ହଜାର ଏକର ଜମିର ROR ବା ରେକର୍ଡ ଅଫ୍ ରାଇଟ୍ସ ଯୋଗାଡ଼ ଚାଲିଛି । ରାଜ୍ୟ ବାହାରେ ମଧ୍ୟ ୬ଟି ପ୍ରଦେଶରେ ୩୯୫.୨୫ ଏକର ଜଗନ୍ନାଥ ଜମି ରହିଛି । ଏଥିସହ କୋରାପୁଟରେ ୨୭ ହଜାର ୪୧୦ ଏକର ଜଗନ୍ନାଥ ଜମି ଚିହ୍ନଟ ହୋଇଥିବା ଏବଂ ଜିଲ୍ଲାରେ ଜବର ଦଖଲରେ ଥିବା ଜଗନ୍ନାଥ ଜମିକି ଜବରଦଖଲମୁକ୍ତ କରାଯାଇଥିବା ନେଇ ବି ପ୍ରଶ୍ନକାଳରେ ତଥ୍ୟ ରଖିଛନ୍ତି ଆଇନମନ୍ତ୍ରୀ ।

ଜଗନ୍ନାଥଙ୍କ ଜମି ଜବରଦଖଲ ମୁକ୍ତ ହେବା ଖବରକୁ ଗ୍ରାଉଣ୍ଡରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଇ ଯେମିତି ଖୋର୍ଦ୍ଧା ଏବଂ ଜଟଣୀ । ଏଇ ଦୁଇ ନିର୍ବାଚନ ମଣ୍ଡଳୀର ଅନେକ ମଉଜାରେ ବହୁ ଲୋକଙ୍କ ପୈତୃକ ଭୂ ସଂପତ୍ତି ଭୁଲବଶତଃ ଶ୍ରୀଜଗନ୍ନାଥଙ୍କ ନାଁକୁ ଚାଲିଯାଇଛି । ଫଳରେ ସେମାନେ ନିଜ ଭୂସଂପତ୍ତିରୁ ଅଧିକାର ହରାଇବା ସହ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ରହିଛନ୍ତି । ସରକାରଙ୍କ ପ୍ରସ୍ତାବିତ ୟୁନିଫର୍ମ ଲ୍ୟାଣ୍ଡ ପଲିସି କେବଳ ଜବରଦଖଲ ଉଚ୍ଛେଦ ପାଇଁ ଉଦ୍ଦିଷ୍ଟ ଥିବାରୁ ଏଦିଗରେ ମଧ୍ୟ ଗୁରୁତ୍ବର ସହ ନିଷ୍ପତ୍ତି ନିଆଯିବା ନେଇ ସାଧାରଣରେ ଦାବି ହୋଇଛି । ଅପରପକ୍ଷେ ଜବରଦଖଲକାରୀଙ୍କୁ ରିହାତିରେ ଶହେ ଡିସିମିଲ ଜମି ଦିଆଯିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ରାଜ୍ୟବ୍ୟାପୀ ଦୀର୍ଘଦିନ ଧରି ଜବରଦଖଲକାରୀଙ୍କ କବଜାରେ ଥିବା ଜମି ବାସ୍ତବିକ କେବେ ଜଗନ୍ନାଥଙ୍କ ପାଖକୁ ଫେରିବ, ଏବେ ତା ଉପରେ ନଜର ।

Advertisment

ଅଧିକ ପଢ଼ନ୍ତୁ: ଜୀବଜନ୍ତୁ ତସ୍କରୀ ଗ୍ୟାଙ୍ଗକୁ ଧରିଲା କଷ୍ଟମ ବିଭାଗ; ଉଦ୍ଧାର ହେଲା ଝିଟିପିଟି-ଗୋଧି-ବୋଡ଼ା ସାପ 

Odisha Lord Jagannath Land Law Minister
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ