Advertisment

ରାସନ କାର୍ଡକୁ ନେଇ ବଡ଼ ଖବର: E-KYC ନକଲେ କଟିଯିବ କାର୍ଡ !

E-KYC ଯାଞ୍ଚ ପରେ ନୂଆ ରାସନ କାର୍ଡ । E- KYC ଯାଞ୍ଚ ପରେ ନୂଆ ରାସନ କାର୍ଡ ମିଳିବ କହିଲେ ମନ୍ତ୍ରୀ ।

ଅଦ୍ୟତନ ହୋଇଛି
New ration cards after e-KYC verification, informs Minister in Odisha Assemly

ration cards

Advertisment

ଯେଉଁମାନେ ମାସେ ହେଲା ରାସନ କାର୍ଡ ପାଇଁ ଆବେଦନ କରିଛନ୍ତି, ଇ-କେୱାଇସି ଯାଞ୍ଚ ପରେ ନୂଆ ରାସନ କାର୍ଡ ପାଇବେ ହିତାଧିକାରୀ। ମାସେ ହେବ ଆବେଦନ କରି ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାସନ କାର୍ଡ ପାଇବା ପାଇଁ ଅପେକ୍ଷା କରିଛନ୍ତି । ସେମାନେ କେବେ ସୁଦ୍ଧା ରାସନ କାର୍ଡ ପାଇବେ ବୋଲି ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦ୍ଦୋଷ।

Advertisment

ଅଧିକ ପଢ଼ନ୍ତୁ: କାଳିଆ ବଦଳରେ ସିଏମ୍ କିଷାନ୍, ୩ଟି କିସ୍ତିରେ ମିଳିବ ୧୨,୫୦୦ ଟଙ୍କା

ତେବେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖିଥିଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ରାସନ କାର୍ଡ ପାଇଁ E-KYC ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କରିବା ବାଧ୍ୟତାମୂଳକ ନୁହେଁ । E-KYC ଏକ ସମ୍ବେଦନଶୀଳ ପ୍ରସଙ୍ଗ । E-KYC କରିବା ପାଇଁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛନ୍ତି ସରକାର । ନୂଆ ଆବେଦନକାରୀ E-KYC କରିନଥିଲେ ସେମାନଙ୍କୁ ରାସନ କାର୍ଡ ମିଳିବ ନାହିଁ। 

Advertisment

ତେବେ ଭାରତ ସରକାରଙ୍କ ମାଗଣା ରାସନ ଯୋଜନା ଅନୁଯାୟୀ ଦେଶର ୯୦ କୋଟି ଲୋକଙ୍କୁ ମାଗଣା ରାସନ ଦିଆଯାଉଛି। ଏହି ଜିନିଷଗୁଡ଼ିକ ମଧ୍ୟରେ ରହିଛି ଗହମ, ଡାଲି, ଚଣା, ଚିନି, ଲୁଣ, ସୋରିଷ ତେଲ, ଅଟା, ସୋୟାବିନ ଏବଂ ମସଲା । ଜନତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଖାଦ୍ୟରେ ପୁଷ୍ଟିକର ସ୍ତର ବୃଦ୍ଧି କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବ ସରକାରଙ୍କ ଲକ୍ଷ ରହିଛି।

ଅଧିକ ପଢ଼ନ୍ତୁ: ରାଜ୍ୟର ୩୭୦ ପେଟ୍ରୋଲ ପମ୍ପରେ ଠକେଇ, ମାପ ଓ ଓଜନରେ ଠକୁଛନ୍ତି ବ୍ୟବସାୟୀ

Advertisment

Ration Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ