/odishatv-khabar/media/post_attachments/uploadimage/library/16_9/16_9_0/Dance_Bar_1730220397.jpg)
Dance Bar
ବାର୍ ରେ ଡ୍ୟାନ୍ସ ମନା, କେବଳ ଗାଇପାରିବେ। ଅବକାରୀ ବିଭାଗର ସଂଶୋଧିତ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ବାରରେ ଡ୍ୟାନ୍ସ ନିଷିଦ୍ଧ। ସଂଶୋଧିତ ବିଜ୍ଞପ୍ତି ବାବଦରେ ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି ଯେ, 'ବାର୍ ରେ କେବଳ ସଙ୍ଗୀତ ପରିବେଷଣ କରିହେବ।
'ଅର୍କେଷ୍ଟ୍ରା ଓ ମ୍ୟୁଜିକାଲ ପରଫରମାନ୍ସକୁ ବି ଅନୁମତି ମିଳିବ। କିନ୍ତୁ ଡ୍ୟାନ୍ସ ଆଉ ନିୟମରେ ନାହିଁ। 'ଆଗରୁ ଯାହା କଟକଣା ଥିଲା, ସବୁ ବଳବତ୍ତର ଅଛି'। 'ଶୃଙ୍ଖଳିତ କରିବାକୁ ଆଉ କିଛି ନୂଆ କଟକଣା ଜାରି କରାଯାଇଛି। ସଂଶୋଧିତ ବିଜ୍ଞପ୍ତିରେ ରହିଥିବା ନିୟମ ଅନୁସାରେ, ବାରରେ ମ୍ୟୁଜିକାଲ ପରଫରମାନ୍ସ ହେଉଥିବା ଷ୍ଟେଜକୁ ସିସିଟିଭି କଭର କରିବ।
ସିସିଟିଭି ଖରାପ ହେଲେ ତୁରନ୍ତ କାର୍ଯ୍ୟକ୍ରମ ବନ୍ଦ କରିବେ ବାର୍ ମାଲିକ। ଏନେଇ ବାର୍ ମାଲିକ ତୁରନ୍ତ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଜଣାଇବେ। ପରଫମ୍ କରୁଥିବା ମହିଳାଙ୍କ ରେକର୍ଡ ରଖାଯିବ। ଏଥିପାଇଁ ବାର୍ ରେ ରେଜିଷ୍ଟର ରହିବ, ଯେଉଁଥିରେ ଅସ୍ଥାୟୀ ଠିକଣା ଲେଖାଯିବ। ରାଜ୍ୟ କିମ୍ବା ଜିଲ୍ଲା ବାହାରୁ ମହିଳା ଆସୁଥିଲେ କେଉଁଠି ରହୁଛନ୍ତି ଠିକଣା ଲେଖାଯିବ। ଅନୁମତି ନେଲା ପରେ ନିୟମ ଉଲ୍ଲଙ୍ଘନ କଲେ ଲାଇସେନ୍ସ ରଦ୍ଦ ହେବ ବୋଲି ସ୍ପଷ୍ଟ କରିଛନ୍ତି ଅବକାରୀ କମିଶନର।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)