Advertisment

ଆଗେଇବ ଏକାମ୍ର ପ୍ରକଳ୍ପ, ପୂର୍ବ ସରକାରରେ ଅଟକିଥିଲା

ପୁଣି ଆରମ୍ଭ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପ । ପୂର୍ବ ସରକାରରେ ଅଟକିଥିଲା, ନୂଆ ସରକାରରେ ତ୍ୱରାନ୍ୱିତ ହେବ ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Ekamra project

Ekamra project

ଆରମ୍ଭ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର ପ୍ରକଳ୍ପ । ପୂର୍ବ ସରକାରରେ ଅଟକିଥିଲା, ନୂଆ ସରକାରରେ ତ୍ୱରାନ୍ୱିତ ହେବ । ୪୬ ଏକର ଜମିରେ ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ ମନ୍ଦିର, ମୁକ୍ତେଶ୍ୱର ମନ୍ଦିର ଏବଂ ବିନ୍ଦୁସାଗରକୁ ନେଇ ପ୍ରାୟ ୨୮୦ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ ତତ୍କାଳିନ ବିଜେଡି ସରକାର । ୨୮ ଜୁନ୍ ୨୦୨୩ରୁ ଆରମ୍ଭ ହୋଇଥିବାବେଳେ ୨୦୨୫ ମସିହା ସୁଦ୍ଧା ସରିଯିବା କଥା । ମାତ୍ର ସବୁ ପରେବି ମାତ୍ର ୬ ଏକର ବିବାଦୀୟ ଜମି ପାଇଁ ଆଗେଇ ପାରିନଥିଲା ପ୍ରକଳ୍ପ କାମ। 

Advertisment

ଯାହାକୁ ପୂର୍ବ ସରକାର ଅନୁଧ୍ୟାନ କରିନଥିଲେ କିମ୍ବା ପ୍ରକଳ୍ପ ପାଇଁ ଆନ୍ତରିକତା ଦେଖାଇନଥିଲେ ବୋଲି ଅଭିଯୋଗ କରିଛନ୍ତି, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ତେବେ ଏବେ ପୁଣି ଆଶା ଉଜ୍ଜୀବିତ ହୋଇଛି । ପ୍ରକଳ୍ପର ବିଭିନ୍ନ ସାଇଟକୁ ଯାଇ ଅନୁଧ୍ୟାନ କରିଥିଲେ ମନ୍ତ୍ରୀ, ସାଂସଦ, ପ୍ରତ୍ନତତ୍ତ୍ୱବିତ୍ ଅଧିକାରୀ, OBCC ଅଧିକାରୀ ପ୍ରମୁଖ। ଅନୁଧ୍ୟାନ ପରେ କାମ ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି, ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ।

ଲିଙ୍ଗରାଜ ମନ୍ଦିର ଠାରୁ ୨ କିଲୋମିଟର ଦୂରରେ ୧୬ ହଜାର ବର୍ଗ କିଲୋମିଟରର ଏକ ବିରାଟ ପାର୍କିଂସ୍ଥଳ ନିର୍ମାଣ ହେବ । ଏହା ସହ ବିନ୍ଦୁ ସାଗର ଏବଂ ଅନନ୍ତ ବାସୁଦେବମନ୍ଦିର ଆଖାପାଖକୁ ସୌନ୍ଦର୍ଯ୍ୟକରଣ କରାଯିବ । ଯେଉଁ ୨ ଏକର ଜମିରେ କିଛି ଘରୋଇ ଲୋକଙ୍କ ଘରଦ୍ୱାର ରହିଛି ତାର କ୍ଷତିପୂରଣ ପ୍ରଦାନ ନେଇ ଭୁବନେଶ୍ୱର ମୁନିସିପାଲଟି କମିଶନକୁ ଦାୟିତ୍ୱ ଦିଆଯାଇଛି । ବିଏମସି କମିଶନରଙ୍କୁ ଏହି ପ୍ରକଳ୍ପର ନୋଡାଲ ଅଫିସର ଭାବେ ନିଯୁକ୍ତି କରାଯିବ ଏବଂ ପ୍ରତି ସପ୍ତାହରେ କାମର ଅଗ୍ରଗତି ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ସେପଟେ ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରକଳ୍ପ ବିଳମ୍ବ ପାଇଁ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଦାୟୀ କରିଛନ୍ତି ।

Advertisment

ଗତବର୍ଷ ଜୁନ ୨୮ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ମାତ୍ର ୧୫ରୁ ୨୦ପ୍ରତିଶତ କାମ ହୋଇଥିବା ବେଳେ ଆଉ ଆଗେଇ ପାରିନଥିଲା କାମ। ପୂର୍ବ ସରକାର ଜମି ଅଧିଗ୍ରହଣ ଭଳି ବିଭିନ୍ନ ସମସ୍ୟାକୁ ଠିକ୍ ଭାବେ ସମାଧାନ କରିପାରିନଥିବାରୁ ଲିଙ୍ଗରାଜ ମହାପ୍ରଭୁଙ୍କ ଏକାମ୍ର ପ୍ରକଳ୍ପ ଆଗେଇ ପାରିନଥିବାବେଳେ ଏବେ ପୁଣିଥରେ ଆରମ୍ଭ ହେବାକୁ ଯାଉଛି । 

Lingaraj Temple Ekamra Kshetra Project
Advertisment
Advertisment