Advertisment

New Born Baby: ମାସକର ଶିଶୁର ଜୀବନ ସହ ଖେଳ: କାନ୍ଦିବାରୁ ୪୦ ଚେଙ୍କ

ଶିଶୁ ପୁତ୍ର ଜନ୍ମ ହେବାର ୧୦ ଦିନ ପରେ ଦେହ ଭାଙ୍ଗି ମୋଡି ହେଉଥିଲା ଓ ସବୁବେଳେ କାନ୍ଦୁଥିଲା।ପିଲାଟି କାହିଁକି କାନ୍ଦୁଛି ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପିଲାଟି ଦେହ ଓ ମୁଣ୍ଡରେ ୪୦ରୁ ଅଧିକ ଚେଙ୍କ ଦେଇଥିଲେ।

ଅଦ୍ୟତନ ହୋଇଛି
New born Baby

New born Baby

Advertisment

ମା’ ମୋତେ ଭାରି କଷ୍ଟ ହେଉଛି ଲୋ... । ମୋତେ ଚେଙ୍କ ଦେଏ ନାହିଁ... ମୋତେ ଡାକ୍ତର ବାବୁଙ୍କ ପାଖକୁ ନେଇ ଯାଆ..., ତାଙ୍କ ମେଡିସିନ୍‌ରେ ମୁଁ ଭଲ ହୋଇଯିବି ଲୋ...। ନୀରିହ ଶିଶୁର ସିନା ପାଟି ଫିଟିନି, ମନେ ମନେ କିନ୍ତୁ ଏପରି କହିହେଉଛି। ହେଲେ ପରିବାର ଲୋକେ ଅନ୍ଧବିଶ୍ୱାସର ଅନ୍ଧ ଗଳିରୁ ବାହାରି ପାରୁନାହାନ୍ତି।

Advertisment

ପୁଅର ରୋଗ ଭଲ ହେବା ପାଇଁ ଦେଇଚାଲିଛନ୍ତି ଚେଙ୍କ। ଏପରି ମାସକର ଶିଶୁର ଦେହରେ ଦେଇଛନ୍ତି ୪୦ରୁ ଅଧିକ ଚେଙ୍କ। ଏପରି ଉଦବେଗଜନକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଫୁଣ୍ଡେଲପଡାରେ। ପିଲାଟିକୁ ନବରଙ୍ଗପୁର ମୁଖ୍ୟ ଚିକିସାଳୟରେ ଭର୍ତ୍ତି କରାଯାଇଛି।

ଶିଶୁ ପୁତ୍ର ଜନ୍ମ ହେବାର ୧୦ ଦିନ ପରେ ଦେହ ଭାଙ୍ଗି ମୋଡି ହେଉଥିଲା ଓ ସବୁବେଳେ କାନ୍ଦୁଥିଲା।ପିଲାଟି କାହିଁକି କାନ୍ଦୁଛି ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ। ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ପିଲାଟି ଦେହ ଓ ମୁଣ୍ଡରେ ୪୦ରୁ ଅଧିକ ଚେଙ୍କ ଦେଇଥିଲେ। ହେଲେ ପିଲାଟି କାନ୍ଦିବା ବନ୍ଦ କରି ନଥିଲା। ବରଂ ତାର ସ୍ୱାସ୍ଥ୍ୟ ଅଧିକ ଗୁରୁତର ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ନିଷ୍ଠୁର ବାପା ! ପୁଅ ସ୍କୁଲ ଗଲାନି ବୋଲି ଦେଇଦେଲା ଗରମ ଚେଙ୍କ

ଶେଷରେ ପରିବାର ଲୋକେ ପିଲାଟିକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ବର୍ତ୍ତମାନ ପିଲାଟିର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ଦେଇଛନ୍ତି ଚିକିତ୍ସା କରୁଥିବା ଡାକ୍ତର। ଅନ୍ୟପଟେ କେଉଁ ପରିସ୍ଥିତିରେ ପିଲାଟିକୁ କିଏ ଚେଙ୍କ ଦେଲା ସେ ବିଷୟରେ କ୍ୟାମେରା ସମ୍ମୁଖରେ କିଛି କହିବାକୁ ରାଜି ହେଉ ନାହାଁନ୍ତି ପରିବାର ଲୋକେ।

ଚେଙ୍କ ଦେବା ପରେ ପିଲା ଭଲ ଥିଲା। ଏବେ ୨ ଦିନ ହେବ ପୁଣି ଜୋରରେ କାନ୍ଦୁଛି ବୋଲି ଡାକ୍ତରଖାନା ଆଣିଛୁ ବୋଲି ପରିବାର ଲୋକେ କହିଛନ୍ତି।

Advertisment

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ ପଣ୍ଡା କହିଛନ୍ତି, ପିଲାଟି କାନ୍ଦୁଥିବାରୁ ଏବଂ ନିଶ୍ୱାସ ନେବାର କଷ୍ଟକର ହେଉଥିବାରୁ ମାସକର ଶିଶୁଟିକୁ ପରିବାର ଲୋକେ ଚେଙ୍କ ଦେଇଥିଲେ। ଶରୀରର ବିଭିନ୍ନ ସ୍ଥାନରେ ଛୁଆଟିର ଚେଙ୍କ ଦିଆଯାଇଛି। ପିଲାଟି ଚିକିତ୍ସାଧୀନ ଅଛି ଓ ତାର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି।

ଅଧିକ ପଢ଼ନ୍ତୁ: ୩ ମାସ ଶିଶୁର ଜୀବନ ସହ ଖେଳ: ନିମୋନିଆରୁ ସୁସ୍ଥ ପାଇଁ ୫୧ ଥର ଗରମ ଲୁହା ଚେଙ୍କ ଦେଲେ, ଶେଷରେ...

Nabarangpur Newborn Baby
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ