Advertisment

KIIT Student Death: ନେପାଳ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, KIIT ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

ଭୁବନେଶ୍ବରର KIIT ବିଶ୍ୱବିଦ୍ୟାଳୟରେ ଉତ୍ତେଜନା। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। KIITରେ ପଢୁଥିବା ଜଣେ ଛାତ୍ରୀ ହଷ୍ଟେଲ୍ କ୍ୟାମ୍ପସ ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଉତ୍ୟକ୍ତ ନେପାଳ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଛନ୍ତି। ପୋଲିସ ସନ୍ଦେହରେ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।

ଅଦ୍ୟତନ ହୋଇଛି
KIIT Student Death

KIIT

Advertisment

ଭୁବନେଶ୍ବରର KIIT ବିଶ୍ୱବିଦ୍ୟାଳୟରେ ଉତ୍ତେଜନା। ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। KIITରେ ପଢୁଥିବା ଜଣେ ଛାତ୍ରୀ ହଷ୍ଟେଲ୍ କ୍ୟାମ୍ପସ ଭିତରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଏହି ଘଟଣାରେ ଉତ୍ୟକ୍ତ ନେପାଳ ଛାତ୍ରଛାତ୍ରୀ ବିଶ୍ବବିଦ୍ୟାଳୟ ପରିସରରେ ଭଙ୍ଗାରୁଜା କରିଛନ୍ତି। ପୋଲିସ ସନ୍ଦେହରେ ଜଣଙ୍କୁ ଅଟକ ରଖିଥିବା ଜଣାପଡିଛି।

Advertisment

ଏହାକୁ ନେଇ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କ୍ୟାଂପସ ସାମ୍ନାରେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଚଳାଇଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ। ନେପାଳର ଛାତ୍ରୀ ଜଣଙ୍କ ମୃତଦେହ ଦେଖିବାକୁ ମିଳିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ମୃତ ଛାତ୍ରୀ ଜଣଙ୍କ ବିଟେକ କରୁଥିଲେ।

ଭୁବନେଶ୍ବର KIIT ବିଶ୍ୱବିଦ୍ୟାଳୟରେ ଛାତ୍ରୀ ଆତ୍ମହତ୍ୟା ଘଟଣା । ଉତ୍ତେଜନା ବଢିବା ପରେ ଘଟଣାରେ ଜଣେ ଛାତ୍ରଙ୍କୁ ଅଟକ ରଖାଯାଇଥିବା ସୂଚନା ରହିଛି । ସେପଟେ କ୍ୟାମ୍ପସ ଛାଡ଼ିବାକୁ ନେପାଳୀ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ମାଟି ମାଫିଆଙ୍କ ରାଜ୍, ଜଙ୍ଗଲରୁ ଉଠାଯାଉଛି ବେଆଇନ ଭାବେ ମାଟି

ଗତକାଲି ବିଳମ୍ବିତ ରାତିରେ KIITରେ ପଢୁଥିବା ଜଣେ ଛାତ୍ରୀ ହଷ୍ଟେଲ୍ କ୍ୟାମ୍ପସ ଭିତରେ ଆତ୍ମହତ୍ୟା କରିଛନ୍ତି। ଏହାକୁ ନେଇ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ କ୍ୟାଂପସ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ କରିଥିଲା । ଏବେ ବି ଉତ୍ତେଜନାକୁ ଦେଖି ଘଟଣାସ୍ଥଳରେ ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଛାତ୍ରୀ ଆତ୍ମହତ୍ୟାର କାରଣ ଜଣାପଡିନଥିଲେ ବି ପ୍ରେମ ବ୍ୟାପାରକୁ ନେଇ ଏ ଘଟଣା ଘଟିଥିବା କୁହାଯାଉଛି।

Advertisment
Student Girl Suicide KIIT
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ