Advertisment

Naveen Patnaik: ସୁସ୍ଥ ହେଉଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି

ଡିହାଇଡ୍ରେସନ୍ ଯୋଗୁଁ ନବୀନ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ଗତକାଲି ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଅଦ୍ୟତନ ହୋଇଛି
Naveen

Naveen

Advertisment

ସୁସ୍ଥ ହେଉଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ଆଜି ସେ ମେଡିକାଲରୁ ଡିସଚାର୍ଜ ହୋଇ ପାରନ୍ତି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚାଲିଛି ତାଙ୍କର ଚିକିତ୍ସା। ହଠାତ୍ ଅସୁସ୍ଥ ହେବା ପରେ ଗତକାଲି ସଂଧ୍ୟା ୫ଟା ୧୫ରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଥିଲା। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଚିକିତ୍ସା ପରେ ସୁସ୍ଥ ହେଉଛନ୍ତି। ସମ୍ପୃକ୍ତ ଘରୋଇ ହସ୍ପିଟାଲ୍ ପକ୍ଷରୁ ଦିଆଯାଇଛି ଏହି ସୂଚନା।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଡିହାଇଡ୍ରେସନ୍ ଯୋଗୁଁ ନବୀନ ଅସୁସ୍ଥ ହୋଇ ପଡ଼ିଥିଲେ। ଯାହା ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡିଥିଲା। ଗତ ଜୁଲାଇରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ପାଇଁ ତାଙ୍କର ସଫଳ ଅସ୍ତ୍ରୋପଚାର ବି କରାଯାଇଥିଲା। ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ୱାବଧାନରେ କରାଯାଇଥିଲା ଅସ୍ତ୍ରୋପଚାର। ଅସ୍ତ୍ରୋପଚାର ପରେ ନବୀନ ପଟ୍ଟନାୟକ ସୁସ୍ଥ ଥିଲେ।

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ନବୀନଙ୍କ ସ୍ବାସ୍ଥ୍ୟବସ୍ଥା ସଂପର୍କରେ ଡାକ୍ତରୀ ଦଳ ସହ ଆଲୋଚନା କରିଛନ୍ତି। ଏୟାରଲିଫ୍ଟ କି ସ୍ଥାନାନ୍ତର କରିବା ପରିସ୍ଥିତି ଆସିନାହିଁ। ଡିହାଇଡ୍ରେସନ୍ କାରଣରୁ ସେ ଅସୁସ୍ଥତା ଅନୁଭବ କରିଥିଲେ। ଡାକ୍ତରୀ ଟିମକୁ ବେଷ୍ଟ ଟ୍ରିଟମେଣ୍ଟ ପାଇଁ କୁହାଯାଇଛି ଓ ସରକାର ନଜର ରଖିଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Advertisment

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୁସ୍ଥତା କାମନା କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି। ଏ ନେଇ ସୋସିଆଲ୍ ମିଡିଆ ଏକ୍ସରେ ପୋଷ୍ଟ କରି ସେ ନବୀନଙ୍କ ସୁସ୍ଥତା କାମନା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନବୀନ ପଟ୍ଟନାୟକଙ୍କ ସୁସ୍ଥତା କାମନା କରିଛନ୍ତି। ସେ ଏକ୍ସ ଲେଖିଛନ୍ତି, ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ବିଷୟରେ ଜାଣିବାକୁ ପାଇଲି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଦ୍ରୁତ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି।

ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ସୋସିଆଲ୍ ମିଡ଼ିଆ ଏକ୍ସ ଜରିଆରେ ନବୀନଙ୍କ ଦ୍ରୁତ ଆରୋଗ୍ୟ ପାଇଁ କାମନା କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: ନବୀନ ପଟ୍ଟନାୟକ ଅସୁସ୍ଥ, ଘରୋଇ ହସ୍ପିଟାଲରେ ଭର୍ତ୍ତି

Naveen Patnaik
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ