/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755435660.jpg)
naveen patnaik
ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ । ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କିଛି ଦିନ ତଳେ ମୁମ୍ବାଇରୁ ଅସ୍ତ୍ରୋପଚାର ସାରି ଫେରିଥିଲେ ନବୀନ । ମୁମ୍ୱାଇରୁ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର ପରେ ସେ ଭୁବନେଶ୍ୱର ଫେରିଥିଲେ । ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପାଇଁ ନବୀନ ନିବାସକୁ ଡାକ୍ତରୀ ଦଳ ଯାଉଥିଲେ ।
ଗତରାତିରେ ମଧ୍ୟ ଡାକ୍ତରମାନଙ୍କର ଏକ ଟିମ୍ ନବୀନ ନିବାସ ଯାଇଥିଲା । ଆଜି ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଛି । ଏ ସଂପର୍କରେ ଘରୋଇ ହସ୍ପିଟାଲ ପକ୍ଷରୁ ଜଣାପଡିଛି । ତେବେ ତାଙ୍କର କଣ ହୋଇଛି ଓ ସେ କାହିଁକି ହସ୍ପିଟାଲ ଯାଇଛନ୍ତି, ତାହା ନିର୍ଦ୍ଦିଷ୍ଟ ଭାବେ ଜଣାପଡିନାହିଁ ।
ଚିକିତ୍ସା ପାଇଁ ଗତ ଜୁନ୍ ମାସରେ ମୁମ୍ବାଇ ଯାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତ କରିଥିଲେ ନବୀନ । ମୁମ୍ବାଇର କୋକିଲା ବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ । ସେଠାରେ ତାଙ୍କର ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅସ୍ତ୍ରୋପଚାର କରାଯାଇଥିଲା । ନବୀନ ନିବାସରୁ ବାହାରି ବିମାନବନ୍ଦର ଯିବାବେଳେ ବହୁ ସଂଖ୍ୟାରେ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିଲେ ।
ସମସ୍ତେ ନବୀନଙ୍କ ଆରୋଗ୍ୟ କାମନା କରିବା ସହ ଅସ୍ତ୍ରୋପଚାର ସଫଳତାର ସହ ହେଉ ବୋଲି ପ୍ରାର୍ଥନା କରିଥିଲେ । ନବୀନ ନିବାସ ସମ୍ମୁଖରେ ପୂଜାର୍ଚ୍ଚନା କରିଥିଲେ ବିଜେଡି ନେତ୍ରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)