Advertisment

Naba ECG Report Goes Missing: କୁଆଡ଼େ ଗଲା ନବଙ୍କ ECG ରିପୋର୍ଟ, କାହିଁକି ନବଙ୍କୁ ଘରୋଇ ହସପିଟାଲ ନିଆଯାଇଥିଲା ?

ନବ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲଙ୍କ ଚାଞ୍ଚଲ୍ୟକର ତଥ୍ୟ । ଗୁଳିକାଣ୍ଡ ପରେ ନବ ଦାସଙ୍କୁ ଆମ୍ବୁଲାନସରେ ଏୟରପୋର୍ଟକୁ ନେବା ଆଉ ଏୟାରପୋର୍ଟରୁ ଭୁବନେଶ୍ବର ହସପିଟାଲକୁ ଏୟାରଲିଫ୍ଟ କରିବା ସମୟରେ ଷ୍ଟ୍ରେଚରରେ ନେବା ସନ୍ଦେହ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
Naba ECG Report Goes Missing

Naba ECG Report Goes Missing

Advertisment

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ECG ରିପୋର୍ଟ ଉଭାନ ! ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ କରାଯାଇଥିଲା ECG । ଗୁଳି ବାଜିବା ପରେ ଭୁବନେଶ୍ବର ହସପିଟାଲକୁ ନେବା ବେଳକୁ ନବଙ୍କ ଅବସ୍ଥା କିଭଳି ଥିଲା ଜଣାପଡ଼ିଥା’ନ୍ତା ? କାହିଁକି ନବଙ୍କୁ ଘରୋଇ ହସପିଟାଲ ନିଆଯାଇଥିଲା ? କ୍ରାଇମବ୍ରାଞ୍ଚ ପ୍ରାଥମିକ ଚାର୍ଜସିଟରେ ଇସିଜି ରିପୋର୍ଟ ବିଷୟରେ କିଛି ତଥ୍ୟ ନଥିଲା । 

Advertisment

ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କ ଓକିଲଙ୍କ ଚାଞ୍ଚଲ୍ୟକର ତଥ୍ୟ । ଗୁଳିକାଣ୍ଡ ପରେ ନବ ଦାସଙ୍କୁ ଆମ୍ବୁଲାନସରେ ଏୟରପୋର୍ଟକୁ ନେବା ଆଉ ଏୟାରପୋର୍ଟରୁ ଭୁବନେଶ୍ବର ହସପିଟାଲକୁ ଏୟାରଲିଫ୍ଟ କରିବା ସମୟରେ ଷ୍ଟ୍ରେଚରରେ ନେବା ସନ୍ଦେହ ସୃଷ୍ଟି କରିଛି। ନବ ଗୁରୁତର ଥିବା ବେଳେ ବିନା ଅକ୍ସିଜେନରେ କିଭଳି ଷ୍ଟେଚରରେ ହସପିଟାଲ ନିଆଗଲା ଏହି ଇସିଜି ରିପୋର୍ଟରୁ ଜଣାପଡିଥାନ୍ତା । ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଏ ନେଇ ହସପିଟାଲକୁ ଇସିଜି ରିପୋର୍ଟ ମାଗିନଥିବା ଜଣାପଡିଛି।

ଅଧିକ ପଢ଼ନ୍ତୁ:  ନବ ଦାସ ହତ୍ୟା ମାମଲାକୁ ନେଇ ପୁଣି ତେଜିଲା ରାଜନୀତି, ଦୀପାଳିଙ୍କ କୋର୍ଟକୁ ବଲ୍ ପିଙ୍ଗିଲେ ଆଇନ ମନ୍ତ୍ରୀ

Advertisment

ଗୋପାଳକୁ ହତ୍ୟାକାରୀ ଦର୍ଶାଇ କ୍ରାଇମବ୍ରାଞ୍ଚ ସମସ୍ତ ପ୍ରମାଣ କୋର୍ଟରେ ଦାଖଲ କରିଛି। ହେଲେ ଗୋପାଳ ଦାସ କାହିଁକି ମାରିଲା ? ଗୋପାଳକୁ କିଏ ମୋହରା କରିଥିଲା ? ଷଡଯନ୍ତ୍ର ଦିଗ ଉପରେ ତଦନ୍ତ କରିନଥିଲା କ୍ରାଇମବ୍ରାଞ୍ଚ । ସେତେବେଳେ ନବଙ୍କ ପତ୍ନୀ ମିନତୀ ଦାସଙ୍କ ୧୬୧ ବୟାନ ରେକର୍ଡ ସମୟରେ ତାଙ୍କ ସ୍ବାମୀଙ୍କ ଅନେକ ଶତ୍ରୁ ଥିବା କଥା କହିଥିଲେ । ବର୍ତ୍ତମାନ ତଦନ୍ତକାରୀ ଅଧିକାରୀ ଷଡଯନ୍ତ୍ର ଦିଗରେ ଯଦି କିଛି ନୁଆ ତଥ୍ୟ ପାଇବେ, ତା ହେଲେ ତଦନ୍ତ ଦିଗ ଆଗକୁ ବଢିବ ବୋଲି ଗୋପାଳଙ୍କ ଓକିଲ କହିଛନ୍ତି।

କ୍ରାଇମବ୍ରାଞ୍ଚ ଅଧିକାରୀ ବୁଧବାର ଝାରସୁଗୁଡା ଏୟାରପୋର୍ଟ ଓ ହସପିଟାଲ ଯାଇ ପଚରାଉଚରା କରିବା ସହ ପ୍ରମାଣ ଯୋଗାଡ କରିବାରେ ଲାଗିପଡିଛି ।

Advertisment

ଅଧିକ ପଢ଼ନ୍ତୁ:  ନବ ଦାସ ହତ୍ୟା ମାମଲା; CBI ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ନବଙ୍କ ପତ୍ନୀ

Naba Das Deepali Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ