Advertisment

Lingaraj Temple: କେଉଁ କାରଣରୁ ମହାଦୀପ ଧରି ଚଢ଼ିବା ବେଳେ ଖସିପଡ଼ିଲେ ସମର୍ଥା ସେବାୟତ ? ଜାଣନ୍ତୁ...

ଏତେ ବଡ଼ ଅଘଟଣ । ଆଖି ଯାହା ଆଗରୁ କେବେ ଦେଖିନଥିଲା । କାନ କେବେ ଯାହା ଶୁଣିନଥିଲା । ଲିଙ୍ଗରାଜ ମନ୍ଦିରରେ ସେମିତି ଏକ ମହାଅଘଟଣ ଘଟିଗଲା ମହାଶିବରାତ୍ରିରେ । ମନ୍ଦିର ଚୂଡ଼ାରେ ପହଞ୍ଚିବା ଆଗରୁ ମହାଦୀପ ତଳକୁ ଖସି ପଡ଼ିଲା ।

undefined

Mystery Surrounds Servitor's Fall at Lingaraj Temple During Mahadipa Lifting

Advertisment

ଲିଙ୍ଗରାଜ ମନ୍ଦିର ମହାଦୀପ ଅଘଟଣ ପଛର କାରଣ କଣ ? କେଉଁ କାରଣରୁ ମହାଦୀପ ଧରି ଚଢ଼ିବା ବେଳେ ଖସିପଡ଼ିଲେ ସମର୍ଥା ସେବାୟତ ? ତାକୁ ନେଇ ଘଣ୍ଟାଚକଟା ଭିତରେ ମହାଦୀପରେ ଅତ୍ୟଧିକ ଘିଅ ଥିବାରୁ ହାତ ଖସି ସେବାୟତ ପଡ଼ି ଯାଇଥିବା କହିଛି ବ୍ରାହ୍ମଣ ନିଯୋଗ। ଆହତ ସମର୍ଥା ସେବକଙ୍କ ପୁଅ ବି ୟାକୁ ସମର୍ଥନ କରିଛନ୍ତି। ହେଲେ ଅଭିଯୋଗକୁ ଅଗ୍ରାହ୍ୟ କରିଛନ୍ତି ମହାଦୀପ ପ୍ରସ୍ତୁତ କରିଥିବା ମେକାପ ସେବାୟତ। ତେଣେ ଗତକାଲିର ଘଟଣା ପାଇଁ ପ୍ରଶାସନର ବିଫଳତାକୁ ଦାୟୀ କରି ଭୁବନେଶ୍ବର ମେୟର ନିଶାନା କରିଥିବାବେଳେ, ମେୟର କଣ ପ୍ରଶାସନର ଅଂଶ ନୁହଁନ୍ତି କି ବୋଲି ପାଲଟା ପ୍ରଶ୍ନ କରି କଡ଼ା କାଉଣ୍ଟର କରିଛନ୍ତି ଏକାମ୍ର ବିଧାୟକ ବାବୁ ସିଂ।

Advertisment

ଏତେ ବଡ଼ ଅଘଟଣ । ଆଖି ଯାହା ଆଗରୁ କେବେ ଦେଖିନଥିଲା । କାନ କେବେ ଯାହା ଶୁଣିନଥିଲା । ଲିଙ୍ଗରାଜ ମନ୍ଦିରରେ ସେମିତି ଏକ ମହାଅଘଟଣ ଘଟିଗଲା ମହାଶିବରାତ୍ରିରେ । ମନ୍ଦିର ଚୂଡ଼ାରେ ପହଞ୍ଚିବା ଆଗରୁ ମହାଦୀପ ତଳକୁ ଖସି ପଡ଼ିଲା । ମହାଦୀପ ଧରି ଯାଉଥିବା ସେବାୟତ ଲହୁଲୁହାଣ ହେଲେ । ମହାଦୀପ ଧରି ଏମିତି ଖେପା ମାରି ଚଢୁଥିଲେ ସମର୍ଥ। ସେବାୟତ ଯୋଗେନ୍ଦ୍ର ସମର୍ଥା। ହେଲେ ପ୍ରାୟ ୨୦ ଫୁଟ ପାଖାପାଖି ଚଢ଼ିବା ପରେ ହଠାତ ତାଙ୍କ ବାମ ହାତ ଖସିଗଲା । ସେ ଦୁମ୍ କରି ତଳକୁ ଖସି ପଡ଼ିଲେ, ତାପରେ ମହାଦୀପ ବି ତଳେ ପଡ଼ିଗଲା।

ଅଧିକ ପଢ଼ନ୍ତୁ :  ପରିଚୟ ଦେଇଛି ମଧୁର କଣ୍ଠସ୍ୱର ; ଗାଁ ଶିବ ମନ୍ଦିରରେ ଭଜନ ଗାଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଯୁବ କଣ୍ଠଶିଳ୍ପୀ

Advertisment

ଶିବରାତ୍ରିରେ ଅଘଟଣ କେବଳ ଜଣେ ସେବାୟତଙ୍କୁ କଷ୍ଟ ଦେଇନି, ବରଂ ଅଗଣିତ ଭକ୍ତଙ୍କୁ ବି ଘୋର ବ୍ୟଥିତ କରିଛି। ପ୍ରଶ୍ନ ଉଠିଛି-ହଠାତ୍ କାହିଁକି ଖସି ପଡ଼ିଲେ ଜଣେ ଅଭିଜ୍ଞ ସମର୍ଥା ସେବାୟତ ? ଯେହେତୁ ତାଙ୍କୁ ୫୮ ବର୍ଷ ହେଲାଣି, ବୟସ ତାଙ୍କ ପାଇଁ ମନ୍ଦିର ଚଢ଼ିବାରେ ବାଧକ ସାଜିଲା କି ? କଣ ପାଇଁ ସେ ବାଲାନ୍ସ ରଖି ପାରିଲେନି ? କେମିତି ହାତ ଖସିଗଲା ଓ ତଳେ ପଡ଼ି ଆହତ ହେଲେ ? ଏସବୁ ନାନାଦି ପ୍ରଶ୍ନ ଭିତରେ- ମହାଦୀପ ପ୍ରସ୍ତୁତ କରିଥିବା ମେକାପ ସେବାୟତଙ୍କ ଆଡକୁ ଅଙ୍ଗୁଳି ଉଠାଇଛି ବ୍ରାହ୍ମଣ ନିଯୋଗ। ନିଯୋଗ ସଭାପତି କହିଛନ୍ତି- ଯୋଗେନ୍ଦ୍ର ସମର୍ଥା, ଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ଚଢ଼ିବାରେ ବେଶ୍ ସିଦ୍ଧହସ୍ତ, ପ୍ରତି ଚତୁର୍ଦ୍ଦଶୀରେ ବି ସେ ମହାଦୀପ ଧରି ଚଢ଼ନ୍ତି । କିନ୍ତୁ ଯେହେତୁ ଗତକାଲି ମହାଦୀପରେ ଅଧିକ ଘିଅ ଲାଗିଥିଲା, ତେଣୁ ଚିକ୍କଣ କାରଣରୁ ତାଙ୍କ ହାତ ଖସିଗଲା। ନିଯୋଗ ସଭାପତିଙ୍କ ଏ ମନ୍ତବ୍ୟକୁ ସମର୍ଥନ କରିଛନ୍ତି ଆହତ ସମର୍ଥା ସେବାୟତଙ୍କ ପୁଅ। ତାସହ ଚଢ଼ିବା ସ୍ଥାନରେ ପ୍ରତିବର୍ଷ ଭଳି ଏଥର ବାଲି ପଡ଼ନିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ହେଲେ ମହାଦୀପରେ ମାତ୍ରାଧିକ ଘିଅ ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିଛନ୍ତି ମେକାପ ସେବାୟତ।

ଏଣେ ଲିଙ୍ଗରାଜ ମନ୍ଦିର ମହାଦୀପ ଅଘଟଣକୁ ନେଇ ତେଜିଛି ରାଜନୀତି। ଏଥିପାଇଁ ସିଧା ପ୍ରଶାସନକୁ ଦାୟୀ କରିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ। କହିଛନ୍ତି- ଗୋଡ଼ ନଖସିବାକୁ ମନ୍ଦିର ଚଢ଼ିବା ବାଟରେ ବାଲି ପକାଯାଏ। ହେଲେ ଏଥର ପ୍ରଶାସନ ତାହା ଭୁଲିଯାଇଛି। ଏହାର କଡ଼ା ଜବାବ ଦେଇ ଏକାମ୍ର ବିଧାୟକ ବାବୁ ସିଂ କହିଛନ୍ତି-ମେୟର, ପ୍ରଭୁ ଲିଙ୍ଗରାଜଙ୍କୁ ନେଇ କାଦୁଅ ଫିଙ୍ଗା ରାଜନୀତି ବନ୍ଦ କରନ୍ତୁ। ମେୟର କ’ଣ ପ୍ରଶାସନର ଅଂଶ ନୁହନ୍ତି କି ବୋଲି ପାଲଟା ପ୍ରଶ୍ନ କରିଛନ୍ତି ବାବୁ। ତେଣେ ଗତକାଲିର ଘଟଣାରେ ରାଜ୍ୟ ସରାକାରଙ୍କୁ ଟାର୍ଗେଟ୍ କରି ଏ ସମ୍ପର୍କିତ ଶ୍ବେତପତ୍ର ପ୍ରକାଶ ପାଇଁ ଦାବି କରିଛନ୍ତି ପିସିସି ସଭାପତି ଭକ୍ତ ଦାସ।

Advertisment

ଏସବୁ ଭିତରେ ଲିଙ୍ଗରାଜ ମନ୍ଦିରରେ ଗତକାଲିର ଅଘଟଣ ହେଉ କି ବିଭିନ୍ନ ସମୟରେ ସେବାୟତ ନିଯୋଗଙ୍କ ଅସହଯୋଗରୁ ଠାକୁରଙ୍କ ନୀତିକାନ୍ତିରେ ବିଭ୍ରାଟ। ଏଥିରେ ପୂର୍ଣ୍ଣଛେଦ ଆଣିବାକୁ ସେବକଙ୍କ ଲାଗି SOP ଓ ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରରେ ବି ସ୍ବତ୍ତ୍ବଲିପି ପ୍ରଚଳନକୁ ଗୁରୁତ୍ବ ଦେଇଛି ବ୍ରାହ୍ମଣ ନିଯୋଗ।

ଅଧିକ ପଢନ୍ତୁ  : ଲିଙ୍ଗରାଜ ମନ୍ଦିରରେ ଠେଲାପେଲା, ୨ ମହିଳା ଭକ୍ତ ଆହତ

Lingaraj Temple Mahadipa Servitor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ