Advertisment

PM Modi Road Show: ମନ୍ଦିର ନଗରୀରେ ମୋଦି ଉତ୍ସାହ, ପାରମ୍ପରିକ ନୃତ୍ୟଗୀତରେ କଂପିଲା ଭୁବନେଶ୍ବର

ମନ୍ଦିରମାଳିନୀ ନଗରୀରେ ମୋଦି ଉତ୍ସାହ । ଘୋଡ଼ାଘୋଡ଼ା ମେଘୁଆ ପାଗକୁ ଆହୁରି ଜମେଇ ଦେଉଥିଲା ନାଚଗୀତ ସାଙ୍ଗକୁ ଜମାଣିଆ ସାଂସ୍କୃତିକ ଆୟୋଜନ ।

ଅଦ୍ୟତନ ହୋଇଛି
ମନ୍ଦିର ନଗରୀରେ ମୋଦି ଉତ୍ସାହ

ମନ୍ଦିର ନଗରୀରେ ମୋଦି ଉତ୍ସାହ

Advertisment

ପ୍ରଧାନମନ୍ତ୍ରୀଙ୍କ ମାତ୍ର କେଇ ଘଣ୍ଟାର ଗସ୍ତ ପାଇଁ ଆଜି ପୂରା ମୋଦିମୟ ହୋଇଯାଇଥିଲା ରାଜଧାନୀ । ପାରମ୍ପରିକ ନୃତ୍ୟବାଦ୍ୟରେ କମ୍ପିଥିଲା ଭୁବନେଶ୍ବର । ଏୟାରପୋର୍ଟରୁ ଜନତା ମୈଦାନ ଯାଏଁ ପ୍ରଧାନମନ୍ତ୍ରୀଙ୍କ ରୋଡ୍‌ ସୋ କରୁଥିଲେ ତ ତାଙ୍କ ଝଲକ୍ ଟିକେ ପାଇବା ପାଇଁ ରାସ୍ତାର ଉଭୟ କଡ଼ରେ ଲହଡ଼ି ଭାଙ୍ଗୁଥିଲା ହଜାର ହଜାର ଜନତାଙ୍କ ଭିଡ଼ ।

Advertisment

ଅଧିକ ପଢ଼ନ୍ତୁ: ଚିକିତ୍ସା ପାଇଁ ମୁମ୍ବାଇ ଗଲେ ନବୀନ, ଏୟାରପୋର୍ଟ ଯାଏଁ ବିଦାୟ ଦେବାକୁ ଗଲେ ନେତା ଓ କର୍ମୀ

ମନ୍ଦିରମାଳିନୀ ନଗରୀରେ ମୋଦି ଉତ୍ସାହ । ଘୋଡ଼ାଘୋଡ଼ା ମେଘୁଆ ପାଗକୁ ଆହୁରି ଜମେଇ ଦେଉଥିଲା ନାଚଗୀତ ସାଙ୍ଗକୁ ଜମାଣିଆ ସାଂସ୍କୃତିକ ଆୟୋଜନ । କେଉଁଠି ସଂକୀର୍ତ୍ତନ ତ କେଉଁଠି ଘଣ୍ଟନାଦ । କେଉଁଠି ଘୋଡ଼ାନାଚ ତ କେଉଁଠି ରଣପାନାଚ । ପୁଣି କେଉଁଠି ବାଘ ନାଚ ଠୁ ନେଇ ଭଳିକି ଭଳି ଆଦିବାସୀ ନୃତ୍ୟ । ତା ସାଙ୍ଗକୁ ଶ୍ରୀଜଗନ୍ନାଥ ଧାମ ପୁରୀର ସାହିଜାତ ମେଢ଼ ନୃତ୍ୟ । ତାଳେ ତାଳେ ଝୁମୁଥିଲେ ଅଗଣିତ ମୋଦି ଫ୍ୟାନ୍ । ପାରମ୍ପରିକ ଲୋକନୃତ୍ୟରେ କଂପୁଥିଲା ରାଜଧାନୀର ରାଜରାସ୍ତା ।

Advertisment

ସମୟ ପାଖାପାଖି ୪ ଟା ୧୦ । ବିମାନବନ୍ଦରରୁ ବାହାରି ମୋଦିଙ୍କ କାରକେଡ୍ ଏୟାରପୋର୍ଟ ଛକରେ ପହଞ୍ଚିବା କ୍ଷଣି ପ୍ରଦୀପ ଜଳାଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ବିଜେପି ମହିଳା ମୋର୍ଚ୍ଚାର ସଦସ୍ୟା। ବର୍ଷିବା ଆରମ୍ଭ ହୋଇଥିଲା ଗୋଲାପ ଫୁଲର ବର୍ଷା ।

ମୋହନ ସରକାରର ପ୍ରଥମ ବର୍ଷ ପୂର୍ତ୍ତି, କେନ୍ଦ୍ରର ମୋଦି ସରକାରଙ୍କ ୧୧ବର୍ଷର ଉପଲବ୍ଧି, ତା ସାଙ୍ଗକୁ ଅପରେସନ୍ ସିନ୍ଦୂରରେ ପାକିସ୍ତାନକୁ ଭାରତୀୟ ସେନା ତାରି ମାଟିରେ ଧୂଳି ଚଟାଇବା ପରେ ପ୍ରଧାନମନ୍ତ୍ରୀଙ୍କ ଏଇ ପ୍ରଥମ ଓଡ଼ିଶା ଗସ୍ତକୁ ନେଇ ପୂରା ଉତ୍ସାହିତ ସବୁ ବର୍ଗର ଜନତା, ଯୁବା, ଛାତ୍ରଛାତ୍ରୀଙ୍କ ସାଙ୍ଗକୁ ଦଳୀୟ ନେତା ଓ କର୍ମୀ । ଉଭୟ ରୋଡ ସୋ ସାଙ୍ଗକୁ ତ୍ରିରଙ୍ଗା ଯାତ୍ରା । ଏୟାରପୋର୍ଟରୁ ଜନତା ମୈଦାନ୍ ଅଭିମୁଖେ ଧିରେ ଧିରେ ମୋଦିଙ୍କ କାରକେଡ୍ ଆଗକୁ ବଢୁଥିଲା, ତ ରାସ୍ତାର ଉଭୟ ପାର୍ଶ୍ବରେ ପ୍ରଧାନମନ୍ତ୍ରୀଙ୍କ ଝଲକ୍ ଟିକେ ପାଇ ଉଚ୍ଛୁଳି ଉଠୁଥିଲେ ଜମିଥିବା ହଜାର ହଜାର ଜନତାଙ୍କ ଭିଡ଼। ଲୋକଙ୍କ ଉତ୍ସାହକୁ ଦେଖି କାରକେଡକୁ ରାସ୍ତା ଧାରକୁ ନେଇ ଯାଇ ଜନତାଙ୍କୁ ହାତ ହଲାଇ ସ୍ବାଗତ ବି କରୁଥିଲେ ପ୍ରଧାନମନ୍ତ୍ରୀ ।

Advertisment

ରୋଡ୍ ସୋ’ ଜନତା ମୈଦାନରେ ପହଞ୍ଚିବା ପରେ ଜନତାଙ୍କ ଭଲପାଇବାକୁ ଆଉ ସମ୍ଭାଳି ପାରି ନଥିଲେ ପ୍ରଧାନମନ୍ତ୍ରୀ । ଖୋଲା ଗାଡ଼ିକୁ ଓହ୍ଲାଇ ଆସିଥିଲେ । ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସାଙ୍ଗକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ଜନତା ମୈଦାନ୍ ସଭାସ୍ଥଳୀରେ ବୁଲି ବୁଲି ଉପସ୍ଥିତ ଜନତାଙ୍କୁ ମୋଦିଙ୍କ ଅଭିଭାଦନ ଜଣାଇବାବେଳର ଏ ଦୃଶ୍ୟ ବି ଥିଲା ଅଭୂତପୂର୍ବ। ଲୋକଙ୍କ ଉତ୍ସାହରେ ଅଭିଭୂତ ହୋଇଥିଲେ ପ୍ରଧାନମନ୍ତ୍ରୀ ।

ରାଜ୍ୟରେ ବିଜେପି ସରକାର ଗଠନ ପରଠୁ ଏଥରକୁ ମିଶାଇ ବର୍ଷକ ଭିତରେ ଏହାଥିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଷଷ୍ଠ ଓଡ଼ିଶା ଗସ୍ତ । ପାଖା ପାଖି ୫୦ ମିନିଟର ରୋଡ୍‌ ସୋ’ ଏବଂ ଏହା ପରେ ଜନତା ମୈଦାନରେ ମୋହନ ସରକାରର ବର୍ଷପୂର୍ତ୍ତି ଉତ୍ସବରେ ଯୋଗ ଦେବା ପରେ ସଂଧ୍ୟାରେ ବିଶାଖାପାଟଣାମ୍ ଅଭିମୁଖେ ଫେରିଯାଇଛନ୍ତି ପ୍ରଧାନମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ଓଡ଼ିଶାକୁ ୧୯ ହଜାର କୋଟିର ପ୍ରକଳ୍ପ ଭେଟି ଦେଲେ ମୋଦି

Bhubaneswar Odisha Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ