Advertisment

Modak Stolen: ଚୋରି ହୋଇନି ମୋଦକ, ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ

କିଛି ସେବାୟତ ବାହାଦୂରୀ ନେବା ପାଇଁ ଏଭଳି ବିଭ୍ରାନ୍ତିକର ଖବର ସୃଷ୍ଟି କରିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ। ମୋଦକ ଚୋରି ହୋଇ ନ ଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରି ସାରିଛନ୍ତି। ମୋଦକ କେବେବି ଗଣାଯାଏ ନାହିଁ।

ଅଦ୍ୟତନ ହୋଇଛି
modak

modak

Advertisment

ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ ଦଶମୂଳ ମୋଦକ ଚୋରି ହୋଇଥିବା ନେଇ ଅଭିଯୋଗ ଆସିଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। କିଛି ସେବାୟତ ବାହାଦୂରୀ ନେବା ପାଇଁ ଏଭଳି ବିଭ୍ରାନ୍ତିକର ଖବର ସୃଷ୍ଟି କରିଛନ୍ତି ବୋଲି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ। ମୋଦକ ଚୋରି ହୋଇ ନ ଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରି ସାରିଛନ୍ତି। ମୋଦକ କେବେବି ଗଣାଯାଏ ନାହିଁ। ଯିଏବି ବାହାଦୂରୀ ନେବା ପାଇଁ ଏଭଳି କରିଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନ ମନ୍ତ୍ରୀ ବୟାନ ଦେଇଛନ୍ତି।

Advertisment

ବାଡ଼ଗ୍ରାହୀଙ୍କ ଅଭିଯୋଗ ସତ୍ୟ ଆଧାରିତ ନୁହେଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ବାଡ଼ଗ୍ରାହୀଙ୍କୁ ଅମୁଣିଆ ମୋଦକ ଦେବା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ କିମ୍ବା କମାଣ୍ଡର ଛୁଇଁ ନାହାନ୍ତି କିମ୍ବା ଗଣି ନାହାନ୍ତି। କିନ୍ତୁ ବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କ ଅଭିଯୋଗ ପରେ ଏନେଇ ତଦନ୍ତ ଆରମ୍ଭ ହୋଇଛି। ଟିପା ଖାତାରେ ଲେଖାଯାଇଥିବା ତଥ୍ୟ ଅନୁସାରେ ୩୧୩ ମୋଦକ ଥିଲା। ୭୦ ମୋଦକ ଚୋରିକୁ ନେଇ ଅଭିଯୋଗର ଖୋଳତାଡ଼ କରାଯାଉଛି। CCTV ଯାଞ୍ଚ ହେଉଛି, ଦୋଷୀ ସାବ୍ୟସ୍ତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଥିଲେ।

ଅନ୍ୟ ପକ୍ଷରେ ଏହି ମୋଦକକୁ ଶ୍ରୀକ୍ଷେତ୍ରରୁ ଚୋରି କରି ଦୀଘାରେ ବ୍ୟବହାର କରାଯିବାକୁ ପ୍ରୟାସ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ। ମୋଦକ ଚୋରିରେ ଦୀଘା ଲିଙ୍କ୍ ଥିବା ନେଇ ସେ ଅଭିଯୋଗ ଆଣିଛନ୍ତି। ଏହି ମୋଦକ ଦୀଘାକୁ ଚାଲି ଯାଇ ଥାଇପାରେ ବୋଲି ସେ କହିଛନ୍ତି। ଯେଉଁମାନେ ଦୀଘାରେ ବିଗ୍ରହ ବସାଇବାକୁ କାଠ ଚୋରି କରିଥିଲେ ସେମାନେ ଏଭଳି କରିଥିବା ସେ ଅଭିଯୋଗ କରିଛନ୍ତି। ମହାପ୍ରଭୁଙ୍କ ପାଖରୁ ମୋଦକ ଲାଗି ହେବା ପରେ ଗାଏବ ହୋଇଥିଲେ ଅସୁବିଧା ନଥିଲା କିନ୍ତୁ ଅମୁଣିଆ ମୋଦକ ଗାଏବ ହୋଇଛି ତେଣୁ ଏହାକୁ ଦୀଘାରେ ପୁଣି ବ୍ୟବହାର କରାଯିବାକୁ ଯୋଜନା କରାଯାଇଥିବା ସେ ସନ୍ଦେହ ପ୍ରକଟ କରିଛନ୍ତି। ଅପରପକ୍ଷେରେ ମହାପ୍ରଭୁଙ୍କ ନୀତିକାନ୍ତିରେ ଏହା ଏକ ବଡ ତ୍ରୁଟି ବୋଲି କହିଛନ୍ତି ବରିଷ୍ଠ ସେବାୟତ ଗଣେଶ ମହାସୁଆର।

Advertisment

ଅଧିକ ପଢନ୍ତୁ: ମହାପ୍ରଭୁଙ୍କୁ ଜ୍ୱର ହୋଇଛି

Puri Shree Jagannath Temple Modak Recipe
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ