Advertisment

Mo Bus Diver: ମଦ ପିଇ ‘ମୋ ବସ’ ଚଲାଇଲେ ଲାଇସେନ୍ସ କ୍ୟାନ୍‌ସଲ !

ପ୍ରତିଦିନ ହେବ ମୋ ବସ୍ ଡ୍ରାଇଭରମାନଙ୍କ ମଦ୍ୟପାନ ପରୀକ୍ଷଣ ।

ଅଦ୍ୟତନ ହୋଇଛି
Mo Bus

ମଦ ପିଇ ଚଳାଉଥିଲେ ବସ୍‌, ନିଲମ୍ବିତ କଲା CRUT

Advertisment

ଦୁଇ ଦିନ ପୂର୍ବରୁ ନିୟମ... ଏବେ କଡ଼ା ଆକ୍ସନ । କହିବାକୁ ଗଲେ ସାଧାରଣ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ଏବେ ଆକ୍ସନ୍‌ ମୋଡ୍‌କୁ ଆସିଛି CRUT । ମଦ୍ୟପାନ କରି ଗାଡ଼ି ଚଳାଉଥିବା ‘ମୋ ବସ୍’ ଡ୍ରାଇଭରଙ୍କ ବିରୋଧରେ ଆକ୍ସନ ମୋଡରେ କ୍ରୁଟ୍ । ମଦ ପିଇ ଡ୍ୟୁଟି କରୁଥିବା ଅଭିଯୋଗରେ ଜଣେ ବସ୍ ଗାଇଡ୍ ଓ କ୍ୟାପଟେନଙ୍କୁ ନିଲମ୍ବିତ କରାଯାଇଛି । ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ତୁରନ୍ତ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା କ୍ରୁଟ୍ 
କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Advertisment

ସେପଟେ ଏଣିକି ପ୍ରତିଦିନ ମଦ୍ୟପାନ ପରୀକ୍ଷଣ କରାଯିବ ଏବଂ ଧରାପଡ଼ିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ରୁଟ୍ ପକ୍ଷରୁ କୁହାଯାଇଛି । ମଦ୍ୟପାନ କରି ଗାଡ଼ି 
ଚଳାଉଥିବାବେଳେ ଧରାପଡ଼ିଲେ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପାଇଁ ରଦ୍ଦ କରାଯିବ। ଏପରିକି ଅନ୍ୟ କୌଣସି ସ୍ଥାନରେ ବି ଗାଡ଼ି ଚଳାଇବାକୁ ସଂପୃକ୍ତ ଡ୍ରାଇଭରଙ୍କୁ ଅନୁମତି ମିଳିବନି ବୋଲି କହିଛି କ୍ରୁଟ୍।

ବିଭିନ୍ନ ସମୟରେ ‘ମୋ ବସ୍’ ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁ ନାନା ଦୁର୍ଘଟଣା ଘଟୁଥିବା ଅଭିଯୋଗ ଆସୁଛି। ଏପରିକି ଧନଜୀବନ ବି ଯାଉଛି। ବାରମ୍ବାର ଏଭଳି ଅଘଟଣ ପରେ କ୍ରୁଟ୍ ଆକ୍ସନ ମୋଡକୁ ଆସିଥିବା କୁହାଯାଉଛି।

Advertisment

ଏହାସହ 'ମୋ ବସ୍'ରେ ଲାଗିବ ସ୍ପିଡ୍ ଗଭର୍ଣ୍ଣର। ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି  ସୂଚନା ଦେଇଛନ୍ତି। ପ୍ରତି 'ମୋ ବସ୍'ର ସ୍ପିଡ୍ ଘଣ୍ଟାକୁ  ୪୦ କିଲୋମିଟରରୁ କମ୍ ରହିବ। ବେପରୁଆ ଗାଡ଼ି ଚାଳନା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ 'ମୋ ବସ୍' ଦୁର୍ଘଟଣା ଘଟାଇବା ନେଇ ଜନ ଅସନ୍ତୋଷ ବଢ଼ିବାରୁ ରାଜ୍ୟ ସରକାର ସଜାଗ ହୋଇଛନ୍ତି । ସେହିପରି ଗାଡ଼ିକୁ ଉଠିବା ପୂର୍ବରୁ ଡ୍ରାଇଭର ମଦ ପିଇଛନ୍ତି କି ନାହିଁ ଟେଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ।

ଭୁବନେଶ୍ବରରେ କିଛି ଦିନ ପୂର୍ବରୁ ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ଜଣେ ଯୁବତୀଙ୍କ ଉପରେ ମାଡି ଯାଇଥିଲା ମୋ ବସ୍ । ତେବେ ଦୁର୍ଘଟଣାରେ ଯୁବତୀଜଣଙ୍କର ହାତ କଟିଯାଇଥିଲା । ଗୁରୁତର ଯୁବତୀଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣାରେ ଯୁବତୀଙ୍କର ବାମ ହାତ ଛିଡିଯାଇଛି । ଏହି ଦୁର୍ଘଟଣା ସକାଳ ପ୍ରାୟ ୯ଟା ସମୟରେ ଘଟିଥିଲା । ଯୁବତୀ ଜଣକ ସ୍କୁଟିରେ ଯାଉଥିଲେ । ମୋ ବସ୍ ପଛରୁ ଆସି ତାଙ୍କୁ ଧକ୍କା ଦେଇଥିଲା । ଯୁବତୀ ଜଣକ ଛିଟିକି ତଳେ ପଡିଯାଇଥିଲେ । ତଳେ ପଡିଯିବା ପରେ ମୋ ବସ୍ ତାଙ୍କ ହାତ ଉପରେ ଚଢ଼ିଯାଇଥିଲା । ଯାହାଫଳରେ ଯୁବତୀଙ୍କର ହାତ କଟିଯାଇଛି ।

Advertisment

ସେହିପରି ଗତ ୨୯ ଅକ୍ଟୋବରରେ ‘ମୋ ବସ୍‌’ ଚକା ତଳେ ଯାଇଥିଲା ଜଣେ ମହିଳା ଯାତ୍ରୀଙ୍କ ଜୀବନ। ସନ୍ଧ୍ୟାରେ କଟକର ନେତାଜୀ ବସ୍ ଟର୍ମିନାଲରେ ଘଟିଥିଲା ଏହି ଘଟଣା । ମୃତ ମହିଳାଙ୍କ ନାଁ ସରସ୍ୱତୀ ଗୋଛାୟତ। ମୃତ ମହିଳା ଗୋପାଳପୁର ସ୍ଥିତ ଜଣେ ସଂପର୍କୀୟଙ୍କ ଘରକୁ ଯିବା ପାଇଁ ସନ୍ଧ୍ୟାରେ ସିଡିଏରୁ ମୋ ବସ୍‌ରେ ଚଢ଼ିଥିଲେ। ସେମାନେ ନେତାଜୀ ବସ୍ ଟର୍ମିନାଲରେ ଓହ୍ଲାଇଥିଲେ।

ବସ୍‌ରୁ ଓହ୍ଲାଉଥିବା ବେଳେ ହଠାତ ତାହା ଗଡ଼ିବାକୁ ଆରମ୍ଭ କରିଥିଲା। ଫଳରେ ମହିଳା ଜଣକ ବସ୍‌ରୁ ଖସିପଡ଼ିଥିଲେ। ସେହି ସମୟରେ ସେଠାରେ ଉପସ୍ଥିତ ଲୋକେ ପାଟି କରିଥିଲେ। କିନ୍ତୁ ଦେଖୁ ଦେଖୁ ବସ୍‌ଟି ମହିଳାଙ୍କ ଉପରେ ଚଢ଼ି ଯାଇଥିଲା। ତାଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ  ଘୋଷଣା କରିଥିଲେ। 

Mo Bus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ