Advertisment

Missing For Years: ଉତ୍ତରପ୍ରଦେଶରେ ହଜିଥିଲା କଟକରୁ ମିଳିଲା, ୪ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ...

ଉତ୍ତରପ୍ରଦେଶରେ ହଜିଥିବା ପୁଅକୁ କଟକକରୁ ଖୋଜି ପାଇଲେ ବାପା। ଯାହାକୁ ପାଇବାର ଆଶା ଛାଡ଼ି ଭାଙ୍ଗି ପଡ଼ିଥିଲା ପରିବାର। ସେ ଘରକୁ ଫେରୁଥିବା ଖବର ଶୁଣି ସତେ ଯେମିତି ତାଙ୍କୁ କୋଟିନିଧି ମିଳିଗଲା ପରି ଲାଗୁଛି।

ଅଦ୍ୟତନ ହୋଇଛି
Missing for four years mentally ill youth Deepak reunites with family

Missing for four years mentally ill youth Deepak reunites with family

Advertisment

୪ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ। ଉତ୍ତରପ୍ରଦେଶରେ ହଜିଥିବା ପୁଅକୁ କଟକକରୁ ଖୋଜି ପାଇଲେ ବାପା। ଯାହାକୁ ପାଇବାର ଆଶା ଛାଡ଼ି ଭାଙ୍ଗି ପଡ଼ିଥିଲା ପରିବାର। ସେ ଘରକୁ ଫେରୁଥିବା ଖବର ଶୁଣି ସତେ ଯେମିତି ତାଙ୍କୁ କୋଟିନିଧି ମିଳିଗଲା ପରି ଲାଗୁଛି। ବାପା ଆଉ ସାନ ଭାଇ ମିଶି ତାଙ୍କୁ ଫେରାଇ ନେବାଙ୍କୁ ଆସିଛନ୍ତି। ଆଉ ଦୀର୍ଘବର୍ଷ ପରେ ଘରକୁ ଫେରୁଛନ୍ତି ନିରୁଦ୍ଧିଷ୍ଟ ଯୁବକ।    

Advertisment

କଟକ ଏସସିବି ମେଡିକାଲ ନିରୁଦ୍ଦିଷ୍ଟ ୱାର୍ଡ ବାହାରେ ଉତ୍ତରପ୍ରଦେଶରେ ହଜିଥିବା ପୁଅକୁ ଖୋଜି ଖୋଜି SCBରେ ପହଞ୍ଚିଛନ୍ତି ବାପା ଓ ଭାଇ। ସୂଚନାମୁତାବକ, ଚାରିବର୍ଷ ତଳେ ଦୀପକ ନାମକ ଯୁବକଙ୍କୁ ତାଙ୍କର ବାପା ଡାକ୍ତର ଦେଖାଇବାକୁ ନେପାଳରୁ ଗୋରଖପୁର ଆଣିଥିଲେ। ହେଲେ ମେଡିକାଲ କାମ ସରିବା ପରେ ହଠାତ ଯୁବକ ଜଣକ କେଉଁ ଆଡେ ନିଖୋଜ ହୋଇ ଯାଇଥିଲେ। ଦୁଇ ମାସ ଯେତେ ଖୋଜାଖୋଜି କଲେ ମଧ୍ୟ ଦୀପକଙ୍କ ପତ୍ତା ମିଳି ନଥିଲା। ଫଳରେ ଆଶା ଛାଡିଦେଇତିଲେ ପରିବାର। ହେଲେ ୪ବର୍ଷ ପରେ କଟକରୁ କିଛି ସ୍ୱେଚ୍ଛାସେବୀ ଦୀପକଙ୍କ ବାପାଙ୍କୁ ଖବର ଦେଇଥିଲେ। ଯାହକୁ ଶୁଣି ସେ ପୁଅକୁ ନେବାକୁ ନେପାଳରୁ ଧାଇଁ ଆସିଥିଲେ ।

ଅଧିକ ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଫାୟାରିଂ କରି ହତ୍ୟା, ଆଗରୁ ପୁଅକୁ ବି ମାରିଥିଲେ ଦୁର୍ବୃତ୍ତ

Advertisment

ମାନସିକ ରୋଗରେ ପିଡିତ ଦୀପକ ଗୋରଖପୁରରୁ ନିଖୋଜ ହେବା ପରେ କୌଣସି ପ୍ରକାର କଟକରେ ପହଂଚି ଯାଇଥିଲେ। ଆଉକିଛି ସ୍ବେଛାସେବୀ ତାଙ୍କୁ ଏସସିବିରେ ଭର୍ତ୍ତି କରିଥିଲେ। ଭଲ ହେବା ପରେ ସେ ଛତିଆର ଏକ ଆଶ୍ରମରେ ରହିଆସୁଥିଲେ। ହେଲେ କିଛି ଦିନ ତଳେ ପୁଣି ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ କିଛି ସ୍ବେଛାସେବୀ ସେ ନେପାଳ ବାସିନ୍ଦା ଜାଣି ତାଙ୍କ ପରିବାକୁ ସଂପର୍କ କରିବାକୁ ଚେଷ୍ଟା କରିଥିଲେ। ଆଉ ଶେଷରେ ମିଳିଯାଇଥିଲା ଠିକଣା । 

୪ ବର୍ଷ ପରେ ହଜିଲା ପୁଅକୁ ପାଇ ଖୁସି ଝୁମୁଛି ଦୀପକଙ୍କ ପରିବାର। 

Missing Boy Missing Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ