Advertisment

ପିଲା ଆଉ ନାହିଁ କହି ହାତ ଟେକିଦେଲେ ଡାକ୍ତର; ଜୀବନ ଦେଲେ ଜଗା

ବଡ଼ଦାଣ୍ଡରେ ଏମିତି ଏକ ଛବି ଯାହାର କାହାଣୀ ଶୁଣିଲେ ମନେ ହେବ ସତରେ କାଳିଆ ଖାଲିଟାରେ ଏତେ ବଡ଼ ଠାକୁର ନୁହଁ। ଦେଖିଲେ ବି ବିଶ୍ୱାସ ହେବନି। ଦଣ୍ଡପ୍ରଣାମ ଜଣାଇ ଯାଉଥୁବା କୁନି ଭକ୍ତଟି ନିଜ କାହାଣୀ କହୁକହୁ ଆଖି ଛଳଛଳ ହୋଇଯାଉଛି।

author-image
Manoranjan Behera
ଅଦ୍ୟତନ ହୋଇଛି
Special Story

Special Story

କଳା ସାଆନ୍ତେ ସବୁ ଶେଷର ଆରମ୍ଭ। ଏକଥା ଯୁଗେ ଯୁଗେ ପ୍ରମାଣିତ ହୋଇଆସିଛି। ଡାକ୍ତର ଯେଉଁଠି ପିଲା ନାହିଁ କହି ହାତ ଟେକିଦେଲେ, ସେଠି କାଳିଆ ଆଗରେ ହାତ ଟେକିଥିବା ପରିବାର ହାତରେ ପୁଅର ଜୀବନ ଫେରାଇ ଦେଲେ କାଳିଆ। ସେଇଥିପାଇଁ ତ ବଡ଼ ଦାଣ୍ଡରେ ପାଦ ପୋଡା ଖରାରେ ବି ଦଣ୍ଡବତ ହୋଇ ଆସୁଛନ୍ତି ମାନସିକ ଧାରୀ କୁନି ଭକ୍ତ।

Advertisment

ବଡ଼ଦାଣ୍ଡରେ ଏକ ଏମିତି ଛବି ଯାହାର କାହାଣୀ ଶୁଣିଲେ ମନେ ହେବ ସତରେ କାଳିଆ ଖାଲିଟାରେ ଏତେ ବଡ଼ ଠାକୁର ନୁହଁ। ଦେଖିଲେ ବି ବିଶ୍ୱାସ ହେବନି। ଦଣ୍ଡପ୍ରଣାମ ଜଣାଇ ଯାଉଥୁବା କୁନି ଭକ୍ତଟି ନିଜ କାହାଣୀ କହୁକହୁ ଆଖି ଛଳଛଳ ହୋଇଯାଉଛି। ଦେଖିଲେ ଆଶ୍ଚର୍ଯ୍ୟ ହେବେ।

ଯେତେବେଳେ ନାତିକୁ ୧୨ ବର୍ଷ ହୋଇଥିଲା ବାତରୋଗ ବାହାରିବାରୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ପିଲାନାହିଁ କହି ହାତ ଟେକି ଦେଇଥିବା ବେଳେ କାଳିଆର ତୁଳସୀ ଧଣ୍ଢାକୁ ନେଇ ନାତିକୁ ଦେଖାକରିବାକୁ ଯାଇଥିବା ଆଈ ଧଣ୍ଡାକୁ ନାତି ଦେହରେ ରଖି କାଳିଆକୁ ହାତ ଟେକି ଦେଇଥିଲେ। ପରେ ସାଙ୍ଗେସାଙ୍ଗେ ନାତି ଉଠି ପଡ଼ି ଆଈକୁ ଡାକ ପକାଇଲା। ଆଜି ନାତିକୁ ୧୭ ବର୍ଷ ପୁରିଵା ପରେ ଆଈ ରଖିଥିବା ମାନସିକ ପୂରଣ କରିବାକୁ ବଡ଼ଦାଣ୍ଡରେ ନାତି ଦଣ୍ଡ ପ୍ରଣାମ କରି ମନ୍ଦିରକୁ ଯାଉଛି।

Advertisment

ଦଣ୍ଡ ପ୍ରଣାମ କରୁଥୁବା ନାତି ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା କାଲାଡାହୀ ଗ୍ରାମର ଉଦିତ ନାରାୟଣ ମହାନ୍ତି ଓରଫ କାହ୍ନା। ଯିଏ ଏବେ ବାଲେଶ୍ୱରରେ ସରକାରୀ ପଲିଟେକ୍ନିକରେ ଡିପ୍ଲୋମା କରୁଥୁବା ବେଳେ ତାଙ୍କର ବାପା ମା ବି ପୁଅର ଏ ଦଣ୍ଡ ପ୍ରଣାମରେ ଆସି ଜଗନ୍ନାଥଙ୍କୁ ଭକ୍ତିକୃତ ନମସ୍କାର କରିଛନ୍ତି।

Special Story
Advertisment
Advertisment