Advertisment

Shivraj Singh Chouhan In Puri: ପୁରୀରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, 'ବିକଶିତ କୃଷି ସଂକଳ୍ପ ଅଭିଯାନ'ର କରିବେ ଶୁଭାରମ୍ଭ

ପୁରୀରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । ପ୍ରଥମେ ଜଗା ଦର୍ଶନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହାପରେ 'ବିକଶିତ କୃଷି ସଂକଳ୍ପ ଅଭିଯାନ'ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଉପସ୍ଥିତ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ।

ଅଦ୍ୟତନ ହୋଇଛି
Minister Shivraj Singh Chouhan In Puri

Minister Shivraj Singh Chouhan In Puri

Advertisment

ଦୁଇ ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ । ବୁଧବାର ଭୁବନେଶ୍ୱରରେ ପହଞ୍ଚିବା ପରେ ଆଜି ପୁରୀ ଗସ୍ତରେ ଅଛନ୍ତି । ଶ୍ରୀମନ୍ଦିର ଆସି ଜଗା ଦର୍ଶନ କରିଛନ୍ତି । ପୁରୀରେ ଆୟୋଜିତ 'ବିକଶିତ କୃଷି ସଂକଳ୍ପ ଅଭିଯାନ' କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହାସହ ପୂର୍ବାହ୍ନ ୧୧ଟା ୩୦ରେ ଭୁବନେଶ୍ୱର ସ୍ଥିତ ସିଫା (CIFA )ରେ କୃଷି କାର୍ଯ୍ୟ କରୁଥିବା ମହିଳାଙ୍କ ସହ ଆଲୋଚନା କରିବେ କେନ୍ଦ୍ର କୃଷି ମନ୍ତ୍ରୀ ।

Advertisment

ପୁରୀରୁ ଆରମ୍ଭ ହେବାକୁ ଯାଉଛି କେନ୍ଦ୍ର ସରକାରଙ୍କ  'ବିକଶିତ କୃଷି ସଂକଳ୍ପ ଅଭିଯାନ' । ଏହି ଅଭିଯାନ ମାଧ୍ୟମରେ କୃଷି ‍କ୍ଷେତ୍ରକୁ ବିକଶିତ କରିବା ନେଇ ଲକ୍ଷ୍ୟ ରହିଛି। ଯେଉଁଥିରେ ବୈଜ୍ଞାନିକମାନେ ‍କ୍ଷେତକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିବେ । କୃଷି ଉତ୍ପାଦନ ବଢାଇବା ଓ ଉତ୍ପାଦନ ଖର୍ଚ୍ଚ କମାଇବା ସହ ଚାଷୀ କିପରି କମ୍ ଖର୍ଚ୍ଚରେ ଲାଭଦାୟକ ହେବ ସେନେଇ ସରକାର ଚେଷ୍ଟା ଚଳାଇଛନ୍ତି ।  ଆଜି କେନ୍ଦ୍ର କୃଷି ମନ୍ତ୍ରୀ ପୁରୀ ଗସ୍ତରେ ଥିବାବେଳେ ତାଙ୍କ ସହ ଉପସ୍ଥିତ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । 

ଅଧିକ ପଢନ୍ତୁ : ଚାଷୀଙ୍କ ପାଇଁ ଖୁସି ଖବର, ୬୯ ଟଙ୍କା ବଢିଲା ଧାନର MSP

Puri Agriculture Ministry Shivraj Singh Chouhan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ