Advertisment

Odisha Budget Session 2025: ଓଡ଼ିଶାରେ ଅଛନ୍ତି ୫,୨୮୪ ଭିକାରୀ ; ଏହି ଜିଲ୍ଲାରେ ସର୍ବାଧିକ

କଟକରେ ସର୍ବାଧିକ ୧୦୬୦ ଭିକାରୀ ରହିଛନ୍ତି । ବରଗଡ଼ରେ ୫୯୫,ଗଞ୍ଜାମରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡରେ ୪୧୭, ପୁରୀରେ ୩୫୦ ଭିକାରୀ ରହିଛନ୍ତି ।

author-image
Tapaswini Nayak
ଅଦ୍ୟତନ ହୋଇଛି
Begger

Begger

ରାଜ୍ୟରେ ଅଛନ୍ତି ୫ ହଜାର ୨୮୪ ଭିକାରୀ। ଏନେଇ ବିଧାନସଭାରେ ବିଜେପି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।

Advertisment

ମନ୍ତ୍ରୀଙ୍କ ସୂଚନା ଅନୁସାରେ, କଟକରେ ସର୍ବାଧିକ ୧୦୬୦ ଭିକାରୀ ରହିଛନ୍ତି । ବରଗଡ଼ରେ ୫୯୫,ଗଞ୍ଜାମରେ ୫୪୫, ବଲାଙ୍ଗୀରରେ ୪୮୨, ସୁନ୍ଦରଗଡରେ ୪୧୭, ପୁରୀରେ ୩୫୦ ଭିକାରୀ ରହିଛନ୍ତି । ରାଜ୍ୟକୁ ଭିକାରୀ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ପୁରୀରେ ନୀଳାଦ୍ରି ନିଳୟ, ଭୁବନେଶ୍ୱରରେ ଏକାମ୍ର ନୀଳୟ ଅଭିଯାନ କରାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଆଜି ବି ସୁରୁଖୁରରେ ଚାଲିପାରିନି ବିଧାନସଭା। ପ୍ରଥମେ ଦିନ ୧୨ଟା ଆଉ ତାପରେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବି କରିଛନ୍ତି ବାଚସ୍ପତି। ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହରେ ଅଚଳାବସ୍ଥା ଜାରି ରହିଛି । ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ଆରମ୍ଭରୁ ଗୃହକୁ ଅଚଳ କରିଥିଲେ ବିରୋଧୀ ବିଜେଡି ଓ କଂଗ୍ରେସ। ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହ ମଧ୍ୟଭାଗକୁ ଆସି ଦେଇଥିଲେ ନାରାବାଜି।

Advertisment

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ କଂଗ୍ରେସ ହୋହଲ୍ଲା କରିଥିବାବେଳେ ଧାନ ମଣ୍ଡିରେ କଟନିଛଟନୀ ନେଇ ହଟ୍ଟଗୋଳ କରିଥିଲା ବିଜେଡି। ଫଳରେ ବାଧ୍ୟହୋଇ ବାଚସ୍ପତି ଗୃହକୁ ପ୍ରଥମେ ଦିନ ୧୨ଟା ଯାଏଁ ମୁଲତବି ଘୋଷଣା କରିଥିଲେ। ପରେ ୧୨ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ପୁଣି ହଟ୍ଟଗୋଳ କରିଥିଲେ ବିଜେଡି ସଦସ୍ୟ । ଗୃହର ମଧ୍ୟଭାଗରେ ହୋହଲ୍ଲା ଯୋଗୁ ୪ଟା ଯାଏଁ ମୁଲତବି ଘୋଷଣା କରିଥିଲେ ବାଚସ୍ପତି। ବିଜେପି କହିଛି, ବିରୋଧୀ ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି। କଂଗ୍ରେସ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଆମେ ପ୍ରସ୍ତୁତ ଥିଲୁ। କିନ୍ତୁ ପ୍ରଶ୍ନକାଳରେ ବିକ୍ଷୋଭ କରିବାର କୌଣସି ଆବଶ୍ୟକତା ନଥିଲା ବୋଲି କହିଛି ବିଜେପି। 

ଅଧିକ ପଢନ୍ତୁ: ନୂଆ ବର୍ଷରୁ ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ‍‍‍‍‍‌ଭିକାରୀଙ୍କୁ ଭିକ ଦେଲେ ଯିବେ ଜେଲ୍ !

Odisha Assembly Budget Session Woman Beggar
Advertisment
Advertisment