Rera Rules: ରେରା ଆଇନ ପୂର୍ବରୁ ନିର୍ମିତ ଆପାର୍ଟମେଣ୍ଟ କିଣାବିକାକୁ ମିଳିଲା ଅନୁମତି

ସବୁ ବଡ଼ ସହରକୁ ଟିପି ସ୍କିମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ରାସ୍ତା, ପାଣି, ସ୍ୱେରେଜ ପାଇଁ ବ୍ୟବସ୍ଥା ରହିବ ।

ସବୁ ବଡ଼ ସହରକୁ ଟିପି ସ୍କିମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସାମ୍ୱାଦିକ ସମ୍ମିଳନୀରେ ବଡ଼ ସୂଚନାଦେଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ୨୦୧୭ ଫେବୃଆରୀ ୨୫ ପୂର୍ବରୁ ନିର୍ମାଣ ହୋଇଥିବା ପୁରୁଣା ଆପାର୍ଟମେଣ୍ଟ କିଣା ବିକା ହୋଇ ପାରିବ । ଆଉ କୌଣସି ପ୍ରତି ବନ୍ଧକ ରହିବ ନାହିଁ । ସାଧାରଣ ଜନତା ଏବଂ ବିଲଡରଙ୍କ ସମସ୍ୟାର ସମାଧାନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ପୁରୁଣା ଆପାର୍ଟମେଣ୍ଟ ଉପରେ ରେରା ଆଇନ କାର୍ଯ୍ୟକାରୀ ହୋଇ ପାରୁନଥିଲା । ଫଳରେ କିଣା ବିକା ହୋଇପାରୁନଥିଲା ।

ଏଥି ସହିତ କଟକ, ଭୁବନେଶ୍ଵର, ପୁରୀ ଏବଂ କୋଣାର୍କକୁ ନେଇ ବଡ ଯୋଜନା ହେଉଛି । ପୁରୀକୁ ମଧ୍ୟ ଅତି ଶୀଘ୍ର କର୍ପୋରେସନ କରାଯିବ । ଅଧିକରୁ ଅଧିକ ସ୍କିମ କରାଯାଇ ସହରୀକରଣ କରାଯିବ । ଲୋକଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ରିଏଲ ଇଷ୍ଟେଟ ରେଗୁଲେଟରି ଅଥରିଟି(ରେରା) ଆଇନ ପୂର୍ବରୁ ନିର୍ମିତ ଘର କିଣାବିକା ପାଇଁ ଅନୁମତି ମିଳିଛି । ଫଳରେ ଅସୁବିଧା ସାମ୍ନା କରୁଥିବା ଜନସାଧାରଣ ଏବଂ ବିଲଡରଙ୍କୁ ମିଳିଛି ବଡ ଆଶ୍ବସ୍ତି । ଏ ନେଇ ଅଧିକାରୀଙ୍କୁ ନିର୍ଦେଶ ଦେବାକୁ ରାଜସ୍ୱ ବିଭାଗକୁ ପରାମର୍ଶ ଦିଆଯାଇଛି ।

ସବୁ ବଡ଼ ସହରକୁ ଟିପି ସ୍କିମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ରାସ୍ତା, ପାଣି, ସ୍ୱେରେଜ ପାଇଁ ବ୍ୟବସ୍ଥା ରହିବ । ପାର୍ଟ ପ୍ଲଟ ବିକ୍ରି ନେଇ ମଧ୍ୟ ସରକାର ତର୍ଜମା କରୁଛନ୍ତି । ପାର୍ଟ ପ୍ଲଟ ନେଇ ଖୁବ ଶୀଘ୍ର ନିୟମ ପ୍ରଣୟନ ହେବ ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ଅପରପକ୍ଷରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଆହୁରି କହିଛନ୍ତି ଆଜିର ବଜେଟ୍ ବିକଶିତ ଭାରତ ଏବଂ ବିକଶିତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ । ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ପାଇଁ ଏହା ବେଶ ସହାୟକ ହେବ । ୧୨ଲକ୍ଷ ପର୍ଯ୍ୟନ୍ତ ରୋଜଗାର କରୁଥିବା ଲୋକଙ୍କୁ ଟ୍ୟାକ୍ସ ଫ୍ରି କରାଯାଉଛି । ତେଣୁ ମାନ୍ୟବର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ବହୁତ୍ ବହୁତ ଧନ୍ୟବାଦ ।

ଅଧିକ ପଢ଼ନ୍ତୁ: ଅରୁଣ ଜେଟଲୀ ଷ୍ଟାଡିୟମରେ ଫ୍ୟାନ୍ସଙ୍କ ଡିମାଣ୍ଡ; ନାରା ଲଗାଇ କହିଲେ, ବିରାଟ କୋହଲିଙ୍କୁ ଦିଅ ବୋଲିଂ