/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721895159.jpg)
Love Marriage
ବାଜିଲା ସାହାନାଇ... ପଡ଼ିଲା ହାତଗଣ୍ଠି । ଗ୍ରାମ ଦେବୀଙ୍କୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ପୁଅକୁ ନେପାଳୀ ଝିଅ । ପ୍ରେମକୁ ନେଇ ଅନେକ କାହାଣୀ ରହିଛି । ହେଲେ ଏ ପ୍ରେମ କାହାଣୀ ଟିକେ ନିଆରା । କଥାରେ ଅଛି ପରା ପ୍ରେମ ଜାତି କି ବୟସ ଦେଖେନି । ଆଉ ଏ ପ୍ରେମ ବି ସେସବୁ ଦେଖିବ ଅବା କେମିତି ।
ରାକେଶ କାମ କରିବାକୁ ଦୁବାଇ ଯାଇଥିଲେ । ସେଠାରେ ଡ୍ରାଇଭର ଭାବେ କାମ କରିବା ବେଳେ ଏକ ମଲରେ ତାଙ୍କର ଜଗତମାୟାଙ୍କ ସହ ଦେଖା ହୋଇଥିଲା । ଆଉ ସେଇଠୁ ଗଢ଼ି ଉଠିଥିଲା ଉଭୟଙ୍କ ପ୍ରେମ ସମ୍ପର୍କ । ଦୁହେଁ ଦୁହିଁଙ୍କୁ ମନ ଦିଆନିଆ ହୋଇଥିଲେ । ଯାହା ଆଜି ସିନ୍ଦୂରର ରୂପ ନେଇଛି ।
ଏଭଳି ଏକ ନିଆରା ବାହାଘର ଦେଖିବାକୁ ମିଳିଛି ବାଙ୍କୀ ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ପଂଚାୟତର ଭେଡା ରାମଚନ୍ଦ୍ରପୁର ଗାଁରେ । ଗାଁର ଗ୍ରାମଦେବୀଙ୍କ ମନ୍ଦିରରେ ବୈଦିକ ରୀତିନୀତିରେ ଉଭୟ ପରିବାରର ସହମତିରେ ଜଗତମାୟାଙ୍କ ମଥାରେ ସିନ୍ଦୂର ଭରିଛନ୍ତି ରାକେଶ ।
ନବବଧୂଙ୍କୁ ଆଶୀର୍ବାଦ ଦେବା ପାଇଁ ପରିବାର ସହ ଗାଁର ମୁରବି, ସାହି ପଡ଼ିଶା ଓ ବନ୍ଧୁବାନ୍ଧବ ମନ୍ଦିରରେ ଉପସ୍ଥିତ ଥିଲେ । ଏହି ବାହାଘରକୁ ନେଇ ପରିବାର ଲୋକ ବେଶ୍ ଖୁସି ଥିବାବେଳେ ଉଭୟ ରାକେଶ ଓ ଜଗତମାୟା ମଧ୍ୟ ସାତ ଜନମ ପାଇଁ ସାଥୀ ହୋଇ ବେଶ୍ ଖୁସି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)