ସପ୍ତମ ଛାତ୍ର ଦେବେ ଦଶମ ପରୀକ୍ଷା !
ବୟସ କମ୍... ହେଲେ ଜ୍ଞାନ ଓ ବୁଦ୍ଧିମତାରେ ସେ ବହୁତ ଆଗରେ । ଏବେ ସପ୍ତମ ଶ୍ରେଣୀରେ ପଢ଼ୁଛନ୍ତି... ହେଲେ ଦଶମ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିସାରିଲେଣି । ନାଁ ତାଙ୍କର କୌସ୍ତଭ । ବୟସ ମାତ୍ର ୧୨ ବର୍ଷ । ଗଞ୍ଜାମ ଜିଲ୍ଲା ଆସିକାର ଏକ ଘରୋଇ ସ୍କୁଲରେ ସେ ପାଠ ପଢ଼ନ୍ତି । ଏକା ସମୟରେ ପାଞ୍ଚଟି ଶ୍ରେଣୀର ପାଠ୍ୟକ୍ରମକୁ ନିଜ ମୁହଁରେ ମୁଖସ୍ଥ କରିପାରିଛନ୍ତି କୌସ୍ତଭ । ଯେ କୌଣସି ପ୍ରଶ୍ନ ପଚାରିଲେ ସେ ତତକ୍ଷଣାତ୍ ଉତ୍ତର ଦେଇଦିଅନ୍ତି । ଗଣିତ ହେଉ କି ଯେ କୌଣସି ବିଷୟ ସବୁ ପାଠ ପଢ଼ିବାରେ ତାଙ୍କର ବେଶ୍ ଆଗ୍ରହ ରହିଛି ।
ସାହିତ୍ୟ, ବିଜ୍ଞାନ, ଭୂଗୋଳ ପରି ବିଶେଷ ଭାବେ ଗଣିତର ସମସ୍ତ ପ୍ରଶ୍ନର ଉତ୍ତର ତାଙ୍କ ମୁହଁରେ । କେବଳ ପାଠରେ ନୁହେଁ, ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ୍ ଆକ୍ଟିଭିଟିରେ ସେ ନିଜ ବୟସର ପିଲା ମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ସୂଚନା ଅନୁସାରେ, ଆସିକା ଏନଏସିର ବାଣୀବିହାରରେ କୌସ୍ତଭଙ୍କ ଘର । ତାଙ୍କ ବାପା ଜଣେ ଧ୍ୟାନ ସିଦ୍ଧ ଏବଂ ମା ଗୃହିଣୀ ଅଟନ୍ତି ।
ଅଧିକ ପଢ଼ନ୍ତୁ: ମେନ୍ୟୁରେ ରହିଛି ଭାତ-ଚିକେନ୍, କିନ୍ତୁ ପିଲାଙ୍କୁ ମିଳୁଛି ପଖାଳ-ପିଆଜ
ତେବେ କୌସ୍ତଭଙ୍କ ପରିବାର ଲୋକେ ତାଙ୍କ ପୁଅ ଦଶମ ଶ୍ରେଣୀରେ ପରୀକ୍ଷା ଦେଉ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । ପୁଅ ଦଶମ ପାଠ୍ୟକ୍ରମର ସମସ୍ତ ପ୍ରଶ୍ନର ଉତ୍ତର ଫଟାଫଟ ଦେଇପାରୁଛି । ଏହା ସହ ଜଟିଳ ଗଣିତର ସରଳ ସମାଧାନ କରିପାରୁଛି । କିନ୍ତୁ ଗଣଶିକ୍ଷା ବିଭାଗ ଅନୁମତି ଦେଲେ କୌସ୍ତଭ ପରୀକ୍ଷା ଦେଇ ପାରିବେ ବୋଲି ପରିବାର ଲୋକେ ଆଶା ପ୍ରକାଶ କରିଛନ୍ତି । ସେପଟେ କେବଳ ପରିବାରର କିମ୍ବା ସ୍କୁଲର ନାଁ ନୁହେଁ, କୌସ୍ତଭଙ୍କ ଏହି ପ୍ରତିଭା ତାଙ୍କୁ ଦିନେ ଭାରତ ବର୍ଷରେ ପରିଚୟ ଦେଇପାରିବ ବୋଲି ସ୍ଥାନୀୟ ଳୋକେ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1735716273.jpg)