Advertisment

Master Canteen Square New Name: ବଦଳିବ ମାଷ୍ଟରକ୍ୟାଣ୍ଟିନ ଛକର ନାଁ, କ'ଣ ରହିବ ନୂଆ ନାମ?

ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ନାଁ ପରିବର୍ତ୍ତନ ହେବ । ଏହାସହ ଇଂରେଜ ଅମଳରୁ ଥିବା କିଛି ପ୍ରମୁଖ ସ୍ଥାନର ନାଁ ବି ପରିବର୍ତ୍ତନ ହେବ । ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ଅଦ୍ୟତନ ହୋଇଛି
Master Canteen Name Change

Master Canteen Name Change

Advertisment

ବଦଳିବ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ନାଁ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, "ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ । ଇଂରେଜ ଅମଳରୁ ଥିବା କିଛି ପ୍ରମୁଖ ସ୍ଥାନର ନାଁ ପରିବର୍ତ୍ତନ ହେବ । ଏନେଇ ବିଚାର ବିମର୍ଶ ଚାଲିଛି ।" ତେବେ ନାଁ ପରିବର୍ତ୍ତନ ହେଲେ ଓଡ଼ିଶାର ବରପୁତ୍ରଙ୍କ ନାଁରେ ନାମିତ କରାଯାଇପାରେ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

Advertisment

ଭୁବନେଶ୍ୱରର ଏକ ପ୍ରମୁଖ ଛକ ହେଉଛି ମାଷ୍ଟର କ୍ୟାଣ୍ଟିନ । ସୂଚନାଯୋଗ୍ୟ, ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇଆସିଥିବା ବିଜେପି ସରକାର ଏଭଳି ନିଷ୍ପତ୍ତି ନେଇଛି । ପୂର୍ବରୁ 'ମୋ ବସ'ର ନାଁ ପରିବର୍ତ୍ତନ କରାଯାଇ 'ଆମ ବସ' ରଖାଯାଇଥିଲା । ତେବେ ଆଗାମୀ ଦିନରେ ମାଷ୍ଟର କ୍ୟାଣ୍ଟିନ ନାଁ ପରିବର୍ତ୍ତନ ହେଲେ କେଉଁ ନାଁ ରଖାଯିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । 

ଅଧିକ ପଢନ୍ତୁ : ଖୁବଶୀଘ୍ର ବଦଳିବ ଲାହୋରର ନାଁ

Master Canteen New Name Odia Asmita
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ