Advertisment

ମହାଘୋଟାଲାର ଖୋଲିଲା ଗୁମର; ଭେଣ୍ଡିଆଙ୍କୁ ବାର୍ଦ୍ଧକ୍ୟ ଭତ୍ତା, ବୃଦ୍ଧ ହେଉଛନ୍ତି ହୀନସ୍ତା

OLD AGE PENSION ମହାଘୋଟାଲାର ଖୋଲିଲା ଗୁମର । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜାଲିଆତିର ଗୁମର ଖୋଲିଲା ଭୋଟର୍ ଲିଷ୍ଟ । ବୟସ ଜାଲିଆତିର ସାଂଘାତିକ ତଥ୍ୟ ଆଣି ତଦନ୍ତ ଦାବି କଲା ବିଜେପି । ଜିଲ୍ଲାପାଳ କହିଲେ ‘ଇନକ୍ବାରୀ ପରେ ଆକ୍ସନ ହେବ’।

author-image
Sangram Keshori Behera
undefined

Massive Irregularities Alleged in Old Age Pension Scheme

ଭେଣ୍ଡିଆ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା, ବୃଢ଼ାବୁଢ଼ି ହେଉଛନ୍ତି ହିନସ୍ତା। କଳ, ବଳ ଆଉ କୌଶଳ ଲଗାଇ ଜାଲିଆତିର ସାଂଘାତିକ ଜାଲ ବିଛାଇ ଅଯୋଗ୍ୟ ଖାଇଚାଲିଛନ୍ତି ସରକାରୀ ଭତ୍ତା। ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଆଳି ବ୍ଲକ ଅର୍ଗଳ ପଞ୍ଚାୟତରୁ । ଏହାକୁ ଆପଣ ମହାଦୁର୍ନୀତି କହିପାରନ୍ତି କିମ୍ବା ନେତା-ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ଭାବିପାରନ୍ତି । କେମିତି ଓ କାହା ନାଁରେ ହୋଇଛି ବାର୍ଦ୍ଧକ୍ୟ ଭତ୍ତା ଜାଲିଆତି? କେଳେଙ୍କାରୀ ପଛର କାହାଣୀ ଭିତରକୁ ଯିବା ପୂର୍ବରୁ ଅର୍ଗଳ ପଞ୍ଚାୟତର ଏହି ବୟସ୍କଙ୍କ ସଂପର୍କରେ ଆଗେ ଜାଣିନିଅନ୍ତୁ । ଯାହାଙ୍କ ନାଁ ଶରତ ଧଳ। ବୟସ ପ୍ରାୟ ୬୩ ବର୍ଷ। ପତ୍ନୀଙ୍କ ବୟସ ୬୧ ବର୍ଷ।

Advertisment

ଭତ୍ତା ପାଇଁ ଦୁଇ ଦୁଇ ଥର ଆବେଦନ କଲେଣି ଶରତ। କିନ୍ତୁ ନାଁ ତାଲିକାରେ ନାଁ ଗନ୍ଧ ହିଁ ନାହିଁ। ବରଂ ତାଙ୍କ ସ୍ଥାନରେ ଭେଣ୍ଡିଆ ଯୁବକ ଭତ୍ତା ପାଉଥିବା ସେ ଅଭିଯୋଗ କରିଛନ୍ତି। ଜଣେ କି ଦୁଇ ଜଣ ନୁହଁ, ଏହି ପଞ୍ଚାୟତରେ ୨ଶହରୁ ଅଧିକ ଅଯୋଗ୍ୟ ଚଞ୍ଚକତା କରି ହାତେଇଛନ୍ତି ଶରତଙ୍କ ଭଳି ଅନେକ ବୃଦ୍ଧବୃଦ୍ଧାଙ୍କ ବାର୍ଦ୍ଧକ୍ୟ ଭତ୍ତା। 

ତତ୍କାଳୀନ ବିଜେଡି ସରକାର ଅମଳରେ ହୋଇଥିବା ଭତ୍ତା ଦୁର୍ନୀତିର ଫିଟିଛି ମହାଗୁମର। ଭୋଟର୍ ତାଲିକାରେ ଜଣଙ୍କ ନାଁ ହେଉଛି ସଂପଦରାଣୀ ଗାହାଣ। ଆଶ୍ଚର୍ଯ୍ୟର କଥା ହେଉଛି, ମହିଳାଙ୍କ ବୟସ ୨୦୨୨ ଏବଂ ୨୦୨୩ରେ ଠିକଠାକ୍ ଥିଲା। କିନ୍ତୁ ହଠାତ୍ କ’ଣ ହେଲା କେଜାଣି, ଗତ ନିର୍ବାଚନ ପୂର୍ବରୁ ସିଧା ଦଶବର୍ଷ ବଢ଼ି ବୟସ ପହଞ୍ଚିଯାଇଥିଲା ୬୫ରେ। ଏଭଳି ଭାବେ କାହା ବୟସ ୩୭ ତ ଆଉ କାହା ବୟସ ୫୦ ଭିତରେ ଥିଲେ ବି ଅନଲାଇନରେ ବୟସ ଜାଲିଆତି କରି ୨୪୦ ଅଯୋଗ୍ୟ ହିତାଧିକାରୀ ଚଳୁ କରିଦେଇଛନ୍ତି ଯୋଗ୍ୟଙ୍କ ବାର୍ଦ୍ଧକ୍ୟ ଭତ୍ତା। ଏହି ଘଟଣାକୁ ନେଇ ଏବେ ବିଜେପି ଖଡଗହସ୍ତ।

Advertisment

ରାକେଟ୍ ପଛରେ ପୂର୍ବ ବିଜେଡି ସରକାରର ହାତ ଥିବା ଅଭିଯୋଗ କରି ତଦନ୍ତ ଦାବି କରିଛି ଦଳ। ତେବେ ଏ ନେଇ ବିଜେଡି କିମ୍ବା ସଂପଦରାଣୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । ତେବେ ଏଠାରେ ବଡ଼ ପ୍ରଶ୍ନ, ବ୍ଲକ୍ ପ୍ରଶାସନ କେମିତି ଯାଞ୍ଚ ନକରି ୨୪୦ ଅଯୋଗ୍ୟଙ୍କୁ ଟେକିଦେଲା ବାର୍ଦ୍ଧକ୍ୟ ଭତ୍ତା? ଏଭଳି ଚଞ୍ଚକତା ପଛରେ ଥିବା ରାକେଟର ମାଷ୍ଟରମାଇଣ୍ଡ କିଏ ? କେବଳ ଏହି ଗୋଟିଏ ସ୍ଥାନରେ ଏଭଳି ଜାଲିଆତି, ନା ଜିଲ୍ଲାବ୍ୟାପି ମାଡ଼ିଯାଇଛି ଏହି ଦୁର୍ନୀତିର ଚେର ? ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ।  
ଏହି ଜାଲିଆତି ସଂପର୍କରେ ୧୫ ଦିନ ତଳେ ଜିଳ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ କିଛି ବ୍ୟକ୍ତି ଆପତ୍ତି ବି ଉଠାଇଥିଲେ। ଆଉ ଏବେ ବିଜେପି ଘେରିଥିବା ବେଳେ ତଦନ୍ତ କରି କାହା ବିରୋଧରେ ଆକ୍ସନ ନେଉଛି ଜିଲ୍ଲା ପ୍ରଶାସନ, ତାକୁ ଅପେକ୍ଷା।

Old Age Pension
Advertisment
Advertisment