Advertisment

Odisha Forest Fire: ଖରାଦିନ ଆରମ୍ଭରୁ ଚିନ୍ତା ବଢାଇଲାଣି ଜଙ୍ଗଲ ନିଆଁ

ବୋଲ ମାନୁନି ବନାଗ୍ନି। ଚାହୁଁ ଚାହୁଁ ପବନ ବେଗରେ ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ବୌଦ୍ଧ ବନଖଣ୍ଡ ଜାମୁଖୋଲ ଜଙ୍ଗଲରେ ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ। ଜଙ୍ଗଲରୁ ବ୍ୟାପୁଥିବା ନିଆଁ ଭୟଙ୍କର ରୂପ ଧରି ଏବେ ଗାଁ ଆଡ଼କୁ ମୁହାଁଇଲାଣି। ଖାଲି ବୌଦ୍ଧ ନୁହେଁ, ସୁନ୍ଦରଗଡ଼ ବଣାଇରୁ ମୟୂରଭଞ୍ଜର ଉଦଳା, ନୂଆପଡ଼ା, ତାଳଚେର ଆଉ କୋରାପୁଟରୁ ଶିମିଳିପାଳ। ସବୁଠି ଖରା ଆରମ୍ଭରୁ ଜଳୁଛି ଜଙ୍ଗଲ।

undefined

Odisha Forest Fire

Advertisment

ଖରାଦିନ ଆରମ୍ଭରୁ ଚିନ୍ତା ବଢାଇଲାଣି ଜଙ୍ଗଲ ନିଆଁ । ମୟୂରଭଞ୍ଜରୁ ସୁନ୍ଦରଗଡ଼, ନୂଆପଡ଼ାରୁ ଅନୁଗୁଳ । ସବୁଠି ଜଙ୍ଗଲ ଜଳିବା ସହିତ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ ହେଲାଣି । ଆଜି ଗୋଟିଏ ଦିନରେ ରାଜ୍ୟର ୨୭୫ ପଏଣ୍ଟରେ ନିଆଁ ଲାଗିଛି।

Advertisment

ପିସିସିଏଫ୍ କହିଛନ୍ତି, ଅଧିକାଂଶ ନିଆଁ ମନୁଷ୍ୟକୃତ ଏବଂ ବନ ବିଭାଗର ସତର୍କତାମୂଳକ ପଦକ୍ଷେପ ଯୋଗୁଁ ଜଙ୍ଗଲ ନିଆଁକୁ ରୋକାଯାଇ ପାରିଛି। ବୋଲ ମାନୁନି ବନାଗ୍ନି। ଚାହୁଁ ଚାହୁଁ ପବନ ବେଗରେ ମାଡ଼ି ଚାଲିଛି ଜଙ୍ଗଲ ନିଆଁ। ବୌଦ୍ଧ ବନଖଣ୍ଡ ଜାମୁଖୋଲ ଜଙ୍ଗଲରେ ଦେଖିବାକୁ ମିଳିଛି ଭୟଙ୍କର ଦୃଶ୍ୟ। ଜଙ୍ଗଲରୁ ବ୍ୟାପୁଥିବା ନିଆଁ ଭୟଙ୍କର ରୂପ ଧରି ଏବେ ଗାଁ ଆଡ଼କୁ ମୁହାଁଇଲାଣି। ଖାଲି ବୌଦ୍ଧ ନୁହେଁ, ସୁନ୍ଦରଗଡ଼ ବଣାଇରୁ ମୟୂରଭଞ୍ଜର ଉଦଳା, ନୂଆପଡ଼ା, ତାଳଚେର ଆଉ କୋରାପୁଟରୁ ଶିମିଳିପାଳ। ସବୁଠି ଖରା ଆରମ୍ଭରୁ ଜଳୁଛି ଜଙ୍ଗଲ।

ଏପଟେ ନିଆଁ ଆୟତ୍ତ କରିବାକୁ କେଉଁଠି ବନ କର୍ମଚାରୀ ନାକେଦମ୍ ତ’ ଆଉ କେଉଁଠି ଧୂଆଁରେ ଅସ୍ତବ୍ୟସ୍ତ ସ୍ଥାନୀୟ ବାସିନ୍ଦା। ରାଜ୍ୟ ସରକାରଙ୍କ ତଥ୍ୟ କହୁଛି, ଚଳିତ ବର୍ଷ ଆରମ୍ଭରୁ ମାର୍ଚ୍ଚ ୮ ତାରିଖ ମଧ୍ୟରେ ୯ ହଜାର ୩୦୦ ପଏଣ୍ଟରେ ନିଆଁ ଲାଗିଲାଣି। ଫଳରେ ନଷ୍ଟ ହେଲାଣି ୨ ହଜାର ୧୬୫ ହେକ୍ଟର ଜଙ୍ଗଲ।

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶା ହେବ ଦେଶର ପ୍ରମୁଖ ଆଇଟି ହବ୍; ସୃଷ୍ଟି ହେବ ୫୦ ହଜାର ନିଯୁକ୍ତି

ଏପଟେ ଆଜି ଗୋଟିଏ ଦିନରେ ରାଜ୍ୟର ୨୫୭ ସ୍ଥାନରେ ଲାଗିଛି ନିଆଁ। ସେହିପରି ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ତଥ୍ୟ କହୁଛି, ଗତ ସପ୍ତାହକ ଭିତରେ ରାଜ୍ୟର ୨ ହଜାର ୫୮୬ଟି ସ୍ଥାନରେ ଜଙ୍ଗଲ ନିଆଁ ଦେଖିବାକୁ ମିଳିଛି। ଯାହାକି ତେଲଙ୍ଗାନା ପରେ ଦେଶରେ ଦ୍ବିତୀୟ ସର୍ବାଧିକ। ସେ ଭିତରେ ରହିଛି ୩୩୩ଟି ବଡ଼ ଧରଣର ବନାଗ୍ନି।

Advertisment

ଅପରପକ୍ଷେ ପିସିସିଏଫ୍ କହିଛନ୍ତି, ଏବେ ରାଜ୍ୟର ପ୍ରାୟ ସବୁ ଜଙ୍ଗଲରେ ନିଆଁ ଲାଗିଛି। ତେବେ ପରିସ୍ଥିତିକୁ ମୁକାବିଲା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେଇଛି ବନ ବିଭାଗ। ପୁରୁଣା ଫାୟାର ଲାଇନ ମରାମତି ସହ ୧୫ ହଜାର କିଲୋମିଟର ନୂଆ ଫାୟାର ଲାଇନ ସୃଷ୍ଟି କରାଯାଇଛି। ୩୩୪ ଫାୟାର ଫାଇଟିଂ ସ୍କ୍ବାର୍ଡ ନିୟୋଜିତ ହୋଇଛନ୍ତି। ସେପଟେ ଜଙ୍ଗଲ ନିଆଁ ସମ୍ପର୍କରେ ତୁରନ୍ତ ଖବର ପାଇ ନିଆଁ ଲିଭାଇବାକୁ ଏବେ ଶିମିଳିପାଳରେ ଏଆଇ କ୍ୟାମେରା ଖଞ୍ଜାଯାଇଛି।

ଆଗାମୀ ଦିନରେ ରାଜ୍ୟର ଅନ୍ୟ ଜଙ୍ଗଲରେ ମଧ୍ୟ ଏଆଇ କ୍ୟାମେରା ବ୍ୟବସ୍ଥା ହେଉଛି। ସେପଟେ ପରିବେଶବିତ୍‌ଙ୍କ ଉଦ୍‌ବେଗ ଯେ, ଲୋକଙ୍କ ଅସାବଧାନତାରୁ ହିଁ ଜଙ୍ଗଲରେ ନିଆଁ ଲାଗୁଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ଜନ ସଚେତନାତା ଜରୁରୀ ରହିଛି । ତେବେ ଉଦ୍‌ବେଗ ବିଷୟ, ଗ୍ରୀଷ୍ମ ଆରମ୍ଭରୁ ଯଦି ଜଙ୍ଗଲ ନିଆଁର ଏଭଳି ପ୍ରକୋପ ଦେଖାଦେଲାଣି, ତେବେ ଆଗକୁ ସ୍ଥିତି କଣ ହେବ? ତାକୁ ନେଇ ଚିନ୍ତାରେ ବନ ବିଭାଗ ଓ ପରିବେଶବିତ୍‌।

ଅଧିକ ପଢ଼ନ୍ତୁ: ଶ୍ରୀମନ୍ଦିର ବର୍ଜ୍ୟରୁ ତିଆରି ହେବ ଜୈବିକ ସାର; କାମରେ ଲାଗିବ ବାସିଫୁଲ-ତୁଳସୀ-ପରିବା ଚୋପା-ପେଜ...

Odisha Wildfire Odisha Forest Fire Forest Department Forest Fire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ