/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713094975.jpg)
Potato Price Hike
ଖାଉଟିଙ୍କୁ ପୁଣି କନ୍ଦାଇଲାଣି ଆଳୁ ଦର । ଭୁବନେଶ୍ୱରରେ ଆଳୁ କିଲୋ ଏବେ ୩୦ ଟଙ୍କା ରହିଥିବା ଜଣାପଡ଼ିଛି । ଏକ ନମ୍ବର ହାଟ ଖୁଚୁରା ଆଳୁ ବ୍ୟବସାୟୀଙ୍କ କହିବା କଥା, ବଜାରକୁ ନୂଆ ଆଳୁ ଆସିବା ଦିନଠାରୁ ଆଳୁ କିଲୋ ୨୦ ଟଙ୍କାରେ ବିକ୍ରି ହେଉଥିଲା । ୧୫-୨୦ ଦିନ ତଳେ ଏହା ପ୍ରଥମେ ୨୨ ଟଙ୍କା, ତାପରେ ୨୫ ଟଙ୍କାକୁ ବଢ଼ିଗଲା । ସପ୍ତାହେ ହେଲା ଆଳୁ କିଲୋ ପ୍ରତି ଦର ୩୦ ଟଙ୍କାକୁ ବଢ଼ିଗଲାଣି ।
କେବଳ ଭୁବନେଶ୍ୱର ନୁହେଁ କଟକରେ ବି କିଲୋ ପ୍ରତି ୭ ଟଙ୍କା ବଢିଯାଇଛି ଆଳୁଦର । ଆଳୁ ଏକ ମୁଖ୍ୟ ପରିବା ହୋଇଥିବାରୁ ଦର ଅଧିକ ଦେଇ ଗ୍ରାହକ କିଣିବାକୁ ବାଧ୍ୟ ହେଉଛନ୍ତି । ତେବେ ଆମଦାନୀ ଜାଗାରେ ଦର ବଢ଼ିଥିବା ସଫେଇ ଦେଇଛି ବ୍ୟବସାୟୀ ମହାସଂଘ। ଏବେ ଶୀତଳଭଣ୍ଡାର ଗୁଡିକରେ ଆଳୁ ଲୋଡିଂ ଚାଲୁଥିବା ଯୋଗୁଁ ବଜାର ରେ ଆଳୁ ର ଅଭାବରୁ ଦର ବଢ଼ିଛି । ଶୀତଳଭଣ୍ଡାର ଷ୍ଟକ୍ ଖୋଲିଲେ ଆଳୁ ଦର ହ୍ରାସ ପାଇବ ବୋଲି କହିଛନ୍ତି କଟକ ଛତ୍ରବଜାର ବ୍ୟବସାୟୀ ସଂଘ ।
#ପୁଣି_ବଢିଲା_ଆଳୁ_ଦର
ଖାଉଟିଙ୍କୁ ପୁଣି କନ୍ଦାଇଲାଣି ଆଳୁ ଦର। ଟୁଇନ ସିଟିରେ ଆଳୁ ଦରରେ ବୃଦ୍ଧି । ଆଳୁ କିଲୋ ଏବେ ୩୦ ଟଙ୍କା । କିଲୋ ପ୍ରତି ୭ ଟଙ୍କା ବଢିଯାଇଛି ଆଳୁଦର ।#Potato#PotatoPrice#Odisha#OTVpic.twitter.com/EqcRAX58Hd— ଓଟିଭି (@otvkhabar) April 14, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)