Advertisment

Gurupriya Setu: ଗୁରୁପ୍ରିୟା ସେତୁ ପରେ ବଦଳିଛି ଲାଲଗଡ଼ର ଚିତ୍ର, ସହିଦ ସ୍ତମ୍ଭ ପାଲଟିଛି ସେଲଫି ପଏଣ୍ଟ

ଦିନେ ଯେଉଁଠି ଲାଲବାହିନୀ ଲେଖୁଥିଲା ରକ୍ତର ଇତିହାସ, ସେଇଠି ଏବେ ଶାନ୍ତିର ରାଜୁତି। ଆଉ ଶୁଭୁନି ଗୁଳି ବନ୍ଧୁକର ଛାତିଥରା ଶବ୍ଦ। ହିଂସାର ଗୁରୁଗର୍ଜନକୁ ସବୁଦିନ ପାଇଁ ନିଜ କଂକ୍ରିଟ ତଳେ ଚାପି ଦେଇଛି ଗୁରୁପ୍ରିୟା ସେତୁ। ନିଜ ଗାଥା, ବିଚାରଧାରା ଓ ପ୍ରାଣ ହରାଇଥିବା ନକ୍ସଲଙ୍କ ସ୍ମୃତିଚାରଣ ସ୍ବରୂପ ଯେଉଁଠି ମୁଣ୍ଡ ଟେକିଥିଲା ସହିଦ ସ୍ତମ୍ଭ, ତାହା ଏବେ ପାଲଟିଛି ସେଲଫି ପଏଣ୍ଟ୍। ଏକଦା ଲାଲଗଡ଼ କୁହାଯାଉଥିବା ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ କେମିତି ଫେରିଛି ଶାନ୍ତି ଓ ସଦ୍ଭାବନାର ଧାରା।

undefined

maoist

ଆଉ ନାହିଁ ପୂର୍ବର ସେହି ରକ୍ତରଂଜିତ କାହାଣୀ। ଏବେ କେବଳ ବହନ କରୁଛି ଶାନ୍ତ ଆଉ ଶୀତଳ ବାର୍ତ୍ତା। ଦିନେ ବନ୍ଧୁକ ମୂନରେ ଶାସନ କରି ଯେଉଁ ମାଟିରେ ରକ୍ତର ଇତିହାସ ଲେଖୁଥିଲେ ଲାଲବାହିନୀ। ସେଇଠି ଏବେ ସବୁକିଛି ପାଲଟିଯାଇଛି ଅତୀତ। ଉଇଁଛି ବିକାଶର ସୂର୍ଯ୍ୟ, ଜୀବନ ଆଉ ଜୀବିକା ସହ ସୁଖ ସ୍ବଛନ୍ଦର ନୂଆ ସମ୍ଭାବନା ଦେଖାଦେଇଛି। କାରଣ ସମାଜର ବିପରୀତ ଦିଗରେ ଲଢ଼େଇ ପାଇଁ ଯେଉଁଠି ଦିନେ ନିଜ ସାଥୀଙ୍କୁ ନକ୍ସଲ ଦେଉଥିଲେ କ୍ୟାଡର୍ ତାଲିମ, ସେଇଠି ଏବେ ଶିକ୍ଷାର ବିକାଶ ଘଟିଛି। ବୈଷୟିକ ଶିକ୍ଷା ଲାଭ କରୁଛନ୍ତି ସ୍ଥାନୀୟ ଯୁବକ ଯୁବତୀ।

ଅଧିକ ପଢ଼ନ୍ତୁ;  ଅତିରିକ୍ତ ସିପିଙ୍କୁ ଆକ୍ରମଣ; କଲର ଭିଡ଼ି ଆଣିଲେ, ଟୋପି ଖସାଇଦେଲେ

ମାଓବାଦୀଙ୍କ ଭୟ ଆଉ ହିଂସା ଏବେ କବର ନେଇଯାଇଛି। ସ୍ବାଭିମାନ ଅଞ୍ଚଳରେ ବିକାଶ ସେତୁ ଗୁରୁପ୍ରିୟା କଂକ୍ରିଟ୍ ତଳେ ଚାପି ହୋଇଯାଇଛି ଲାଲ୍ ଇତିହାସ। ବିତିଯାଇଛି ୬ ବର୍ଷ। ଗୁରୁପ୍ରିୟା ସେତୁ ହେବା ଦିନଠୁ ବଦଳିବାରେ ଲାଗିଛି ୯ଟି ପଞ୍ଚାୟତ ଅନ୍ତର୍ଗତ ୧୫୧ ଗାଁର ଚିତ୍ର। ବିଚ୍ଛିନ୍ନାଞ୍ଚଳ ପାଇଁ ବିକାଶର ବାଟ ଫିଟାଇଥିବା ଏହି ସେତୁ ପରେ ଆଉ ନାହିଁ ମାଓବାଦୀଙ୍କ ଚଳପ୍ରଚଳ।

Advertisment

ସୁରକ୍ଷାକର୍ମୀଙ୍କ ଚବିଶ ଘଣ୍ଟିଆ ପହରା ପରେ ଶାନ୍ତିରେ ନିଶ୍ବାସ ମାରୁଛନ୍ତି ସ୍ବାଭିମାନ ଅଞ୍ଚଳବାସୀ। ଦିନେ ସଂଜ ନଇଁଲେ ଘାରୁଥିଲା ମାଓ ହିଂସାର ଭୟ। ଶୁଭୁଥିଲା ବି ଗୁଳି ବନ୍ଧୁକର ସ୍ବର। କିନ୍ତୁ ଏବେ ନିର୍ଭୟରେ ଜୀବନ ଜୀଉଁଛନ୍ତି ସମସ୍ତେ। ହେଲେ ସ୍ବାଭିମାନ ଅଞ୍ଚଳର ଆଉ କିଛି ଇଲାକା ବିକାଶଠୁ ଦୂରରେ ଥିବା ମନେ ହେଉଛି। ଆଜି ବି କିଛି ଗାଁକୁ ରାସ୍ତା ନାହିଁ, ଖଚର ସାଜିଛି ମାଧ୍ୟମ। ଭରସା ପାଲଟିଛି ଯାତ୍ରୀବାହୀ ଲଞ୍ଚ ସେବା। ଯନ୍ତ୍ରୀ ଭଳି କିଛି ଗାଁରେ ଚୁଆ ପାଣି ଲୋକଙ୍କ ସାହାରା ସାଜିଛି। ମୋବାଇଲ୍ ଟାୱାର ଏବେ ବି ନାହିଁ କିଛି ଅଞ୍ଚଳରେ। ସ୍ବାଭିମାନ ଅଂଚଳରେ ବଳକା ବିକାଶ କଥାକୁ ସ୍ବୀକାର କରିଛି ପ୍ରଶାସନ। ସବୁ ଅଧିକାରୀଙ୍କୁ ତାଗିଦ କରାଯାଇଛି। ଖୁବଶୀଘ୍ର ମୌଳିକ ସୁବିଧା ପହଞ୍ଚିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।

ଅଧିକ ପଢ଼ନ୍ତୁ: ବାଚସ୍ପତିଙ୍କ ବଡ଼ ଆକ୍ସନ, କଂଗ୍ରେସର ୧୨ ବିଧାୟକ ବିଧାନସଭାରୁ ୭ ଦିନ ପାଇଁ ସସପେଣ୍ଡ୍

Advertisment
Maoists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ