/odishatv-khabar/media/post_attachments/uploadimage/library/16_9/16_9_0/IMAGE_1733308052.jpg)
Mango Kernel Consumption
ବହୁ ଚର୍ଚ୍ଚିତ ମାଣ୍ଡିପଙ୍କା ଆମ୍ବ ଟାକୁଆ ମୃତ୍ୟୁ ଘଟଣାକୁ ଇତି ମଧ୍ୟରେ ଗୋଟିଏ ମାସ ପୁରିଛି । ପିଡିତ ପରିବାରଙ୍କ ଆଖିରେ ଏବେ ବି ଲୁହ ଶୁଖି ପାରିନି । ଘଟଣାକୁ ନେଇ ପୂରା ଗାଁ ସ୍ତବ୍ଧ ହୋଇଥିବା ବେଳେ ରାଜ୍ୟରେ ରାଜନୈତିକ ହଟଚମଟ ଲାଗି ରହିଛି ।
ସେପଟେ ମାଣ୍ଡିପଙ୍କାର ପୂରା ରୂପ ବଦଳି ଯାଇଛି। ଗାଁରେ ଖୋଲିଛି ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର, ଦାଣ୍ଡରେ ପଡିଛି ପେଭର ବ୍ଲକ, ବସିଛି ୨୪ ଘଂଟିଆ ସୋଲାର ନଳକୂପ । କେବଳ ସେତିକି ନୁହେଁ, ଗାଁର ଗରିବ ଲୋକଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲାଗି ୩୭ ପରିବାରଙ୍କୁ କୁକୁଡା ଚିଆଁ ପ୍ରଦାନ କରିଛି ଜିଲ୍ଲା ପ୍ରଶାସନ ।
ଅନାହାରରେ ଗାଁର ତିନି ତିନି ଜଣଙ୍କ ମୁଣ୍ଡ ଗଲା ପରେ ଲୋକଙ୍କ ପାଖରେ ପହଞ୍ଚିଛି ଜିଲ୍ଲା ପ୍ରଶାସନ। ଆମ୍ବ ଟାକୁଆ ଖାଇ ପ୍ରଥମେ ରୁମିତା ପାଟମାଝୀ ଓ ରୁନୁ ମାଝୀଙ୍କର ମୃତ୍ୟୁ ଘଟିଥିଲା । ଆଉ ତା ପରେ କଟକ ବଡ ମେଡିକାଲରେ ଆଖି ବୁଜିଥିଲେ ଜିତା ମାଝୀ । ଗୁରୁତର ଟୁନି ମାଝୀ କିନ୍ତୁ ମୃତ୍ୟୁକୁ ପରାଜୟ କରି ନୂଆ ଜୀବନ ପାଇ ଘରକୁ ଫେରିଛନ୍ତି । ସେପଟେ ପ୍ରଶାସନ ଏହି ଘଟଣା ପରେ ସରକାରଙ୍କ ଜନହିତକର ଯୋଜନା ପହଂଚାଇବା ପାଇଁ ଅଂଟା ଭିଡିଛି । ଆହୁରି ମାଣ୍ଡିପଙ୍କା ଗାଁର ଦୁର୍ବଳ ଶ୍ରେଣୀର ପରିବାରଙ୍କୁ ଛେଳି, କୁକୁଡା ଯୋଗାଇ ଦିଆ ଯିବ ବୋଲି ଦାରିଙ୍ଗବାଡି ବିଡିଓ ପ୍ରିତିରଂଜନ ରଥ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)