• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ସୋଫା ଭିତରେ ନାଗ ସାପ । ଘରେ ସୋଫା ଉପରେ ଗଡୁଥିବାବେଳେ ଭିତରୁ ଗର୍ଜନ କଲା ନାଗ ସାପ । ବରଗଡ଼ ମ୍ୟୁନିସିପାଲିଟିର ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ଅମ୍ବାପାଲି ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । ସଞ୍ଜୀବ ସାହୁ ନାମକ ବ୍ୟକ୍ତି ନିଜ ଘରେ ଥିବା ସୋଫା ଉପରେ ଗଡୁଥିବାବେଳେ ଭିତରୁ କିଛି ଅଜବ ପ୍ରକାରର ଶବ୍ଦ ଶୁଣିବାବାକୁ ପାଇଥିଲେ ।

ପରେ ଏପଟ ସେପଟ ଦେଖିଲେ ମଧ୍ୟ କିଛି ଜାଣି ପାରିନଥିଲେ । ତେବେ କିଛି ସମୟ ପରେ ପୁଣି ଭିତରୁ ଶଁ ଶଁ ଶୁଣାଯିବାରୁ ଭୟଭୀତ ହୋଇ କୌଣସି ଜନ୍ତୁ ସୋଫା ଭିତରକୁ ପଶି ଯାଇଥିବା ସନ୍ଦେହ କରି ସଙ୍ଗେ ସଙ୍ଗେ ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ । ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ସ୍ନେକ୍ ହୁକ୍ ସାହାଯ୍ୟରେ ସୋଫାକୁ ଅଲଗା ଅଲଗା ଯାଗାରେ ଶବ୍ଦ କରିବାରୁ ସୋଫା ଭିତରୁ ପୁଣି ସେହିଭଳି ଶବ୍ଦ ଶୁଣାଯାଇଥିଲା । ଶବ୍ଦ ଶୁଣିବା ପରେ ତାହା ଏକ ନାଗ ସାପର ଫୁତ୍କାର ଶବ୍ଦ ବୋଲି ଜାଣି ପାରିଥିଲେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ।

ଅଧିକ ପଢ଼ନ୍ତୁ: VIDEO: ଅଫିସ୍ ଭିତରୁ ସାପକୁ ଭିଡ଼ିନେଲେ ମହିଳା କର୍ମଚାରୀ, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ ...

ଏହାପରେ ସାପଟିକୁ ବାହାର କରିବାକୁ ଲାଗି ପଡ଼ିଥିଲେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ । ଲୋକମାନଙ୍କୁ ସୋଫାଠାରୁ ଦୂରରେ ଛିଡା କରି ଟେଷ୍ଟା ଜାରି ରଖିଲେ । ତେବେ ସାପଟିର ଫୁତ୍କାର ଶବ୍ଦ ଶୁଣାଯାଉଥିଲେ ମଧ୍ୟ ବାହାରୁ ଦେଖାଯାଉନଥିଲା । ଶେଷରେ ସୋଫା ପଛପଟେ ଯେଉଁ କପଡ଼ା ଖୋଲିବା ପରେ ଗୋଟିଏ କୋଣରେ ମୂଷା କଣା ଦେଖିବାକୁ ମିଳିଥିଲା । ମୂଷାଙ୍କୁ ଗୋଡେଇ ସାପ ସେଇ ବାଟ ଦେଇ ସୋଫା ଭିତରକୁ ପଶିଥିବା ଜଣାପଡ଼ିଥିଲା । 

ପରେ ସୋଫା ପଛପଟ କପଡ଼ା ଖୋଲି ଏକ ସାଢେ଼ ୩ ଫୁଟ ଲମ୍ବର ନାଗ ସାପ ଭିତରକୁ ଗର୍ଜନ କରୁଥିବା ଦେଖିବାକୁ ମିଳିଲା । ଯତ୍ନର ସହିତ ସ୍ନେକ୍ ହୁକ୍ ଦ୍ଵାରା ସୋଫା ଭିତରୁ ସାପଟିକୁ ବାହାର କରିବା ପରେ ସହର ବାହାରେ ଏକ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ଖେଳୁ ଖେଳୁ ସାପକୁ କାମୁଡ଼ିଦେଲା ବର୍ଷକର ଛୁଆ; ହେଲା ଏମିତି...ଦେଖନ୍ତୁ ଭିଡିଓ

OTV is now on Whatsapp

Join and get latest news update delivered to you via whatsapp

Join Now